ଚାଲିଗଲା ଆଉ ଏକ ହାତୀର ଜୀବନ; କଙ୍କାଳ ମିଳିଲା କିନ୍ତୁ ଦାନ୍ତ ଗାୟବ

ଆଠଗଡ ବନଖଣ୍ଡ ବଡମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖାରୋଡ ଗାଁ ନିକଟରୁ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି ।

Elephant Skeleton

ବଡମ୍ବା ବନାଞ୍ଚଳରେ ପୁଣି ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି । ଆଠଗଡ ବନଖଣ୍ଡ ବଡମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖାରୋଡ ଗାଁ ନିକଟରୁ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି । ଦନ୍ତାହାତୀର କଙ୍କାଳ ମିଳିଥିଲେ ମଧ୍ୟ ଦାନ୍ତ ମିଳିନାହିଁ  ବୋଲି ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା, ସେ ସମ୍ପର୍କରେ ଜଣାପଡିନାହିଁ । ୧୦ ଦିନ ତଳେ ବଡମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଦୁଇଟି ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଥିଲା । ଏଥିସହ ଗୋଟିଏ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ହୋଇଥିଲା ।

ତେବେ ଗତକାଲି ବହୁଚର୍ଚ୍ଚିତ ନରସିଂହପୁରରେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ପଶ୍ଚିମ ବନ ବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସା ବେଳେ ତାର ମୃତ୍ୟୁ ହୋଇଛି । ହାତୀର ମୃତ୍ୟୁ ନେଇ ସୂଚନା ଦେଲେ ରେଞ୍ଜର ପ୍ରଫୁଲ୍ଲ ଦେହୁରୀ । ୮ ଦିନ ତଳେ ଆହତ ହାତୀ ଠାବ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ହାତୀର ଶରୀରରେ ମୋଟ ୬ଟି ଗୁଳି ବାଜିଥିବା ଜଣାପଡ଼ିଥିଲା ।