Advertisment

ଜେଲ୍‌ ଭିତରେ କଏଦୀଙ୍କୁ ମାଡ଼ ମରାଯିବା ସହ ଦିଆଯାଉଛି ନିମ୍ନମାନର ଖାଦ୍ୟ ! ଭିଡିଓ ଭାଇରାଲ୍‌

ଜେଲ୍ ଭିତରେ କଏଦୀଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ସବ୍‌ ଜେଲ୍‌ରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି।

ଅଦ୍ୟତନ ହୋଇଛି
Low Quality Food In Jail

Low Quality Food In Jail

Advertisment

ସୋର: ଜେଲ୍ ଭିତରେ କଏଦୀଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ସବ୍‌ ଜେଲ୍‌ରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। ଜେଲ୍ ଭିତରେ ଭିଡିଓ କରି ଜଣେ କଏଦୀ ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ଭାଇରାଲ୍‌ ଭିଡ଼ିଓରେ ଉକ୍ତ କଏଦୀ ଶରୀରରେ ଥିବା ମାଡ଼ ଚିହ୍ନ ଦେଖାଇବା ସହ କେମିତି ନିମ୍ନମାନର ଖାଦ୍ୟ ଦିଆଯାଉଛି ତାହା କହିଛନ୍ତି।

Advertisment

ସୂଚନାଥାଉ କି, କିଛିଦିନ ପୂର୍ବରୁ ଏହି ଜେଲ୍‌ରେ ଜଣେ କଏଦୀଙ୍କର ମୃତ୍ୟୁ ହୋଇଥିଲା। ସମ୍ପୃକ୍ତ କଏଦୀ ଜେଲ ଭିତରେ ଆତ୍ମହତ୍ୟା କରିଥିବା ନେଇ ପୋଷ୍ଟମୋର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ବୋଲି ଜେଲର୍‌ କହିଛନ୍ତି। ତେବେ ଉକ୍ତ କଏଦୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଭାଇରାଲ୍ ଭିଡିଓରେ ଅଭିଯୋଗ କରାଯାଇଛି। ତେବେ ସମସ୍ତ ଅଭିଯୋଗକୁ ଜେଲର୍ ଖଣ୍ଡନ କରିଛନ୍ତି।  

Advertisment

ଘଟଣାକୁ ନେଇ ସୋର ସବ୍‌ଜେଲ୍‌ର ଜେଲର୍‌ ପ୍ରିୟମ୍ବଦା ପଣ୍ଡା କହିଛନ୍ତି, ‘ଠିକ୍‌ ଭାବେ ଖାଦ୍ୟ ଦିଆଯାଉଛି। ସେଭଳି କିଛି ଅସୁବିଧା ନାହିଁ। ସରକାରଙ୍କ ନିୟମ ଅନୁସାରେ ଖାଦ୍ୟ ଦିଆଯାଉଛି।’ ସେହିପରି କଏଦୀଙ୍କ ମୃତ୍ୟୁକୁ ନେଇ ଜେଲର୍‌ କହିଛନ୍ତି, ‘କଏଦୀ ଜଣକ ଆତ୍ମହତ୍ୟା କରିଛନ୍ତି। ଏନେଇ ପୋଲିସ୍‌ ତଦନ୍ତ ମଧ୍ୟ ହୋଇଛି। ସେ ଆତ୍ମହତ୍ୟା କରିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଛି’। ଅନ୍ୟପକ୍ଷେ, ଜେଲ୍‌ ଭିତରକୁ କେମିତି ମୋବାଇଲ ଗଲା ତାକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

Odisha Viral Video Prisoners Soro Sub Jail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ