ବ୍ରହ୍ମପୁରରେ ପୁଣି ରାଗିଂ ; +2 ଛାତ୍ରୀଙ୍କୁ ସିନିୟରଙ୍କ ନିର୍ଯାତନା

ଦ୍ୱିିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହେଇଛି ।

Ragging

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ ପରେ ଏବେ ଖଲ୍ଲିକୋଟ ଜୁନିୟର କଲେଜରେ ରାଗିଂ ଅଭିଯୋଗ ହୋଇଛି । ଜଣେ ପ୍ରଥମ ବର୍ଷର ଛାତ୍ରୀକୁ ରାଗିଙ୍ଗ ଅଭିଯୋଗ ହୋଇଛି । ଦ୍ୱିିତୀୟ ବର୍ଷର କିଛି ଛାତ୍ର କଲେଜ କ୍ୟାମ୍ପସ ଭିତରେ ପ୍ରଥମ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହେଇଛି । କଲେଜରେ କ୍ୟାମ୍ପସରେ ପିଛା କରିବା ସହ କ୍ଲାସ କଲାବେଳେ ରାଗିଙ୍ଗ କରୁଥିବା ହୋଇଛି ଅଭିଯୋଗ ହୋଇଛି ।

ଯଦିଓ ରାଗିଂ ନେଇ ର୍ନିଦ୍ଦିଷ୍ଟ ଭାବେ କାହା ନାମରେ ଅଭିଯୋଗ ହୋଇନି । ମାତ୍ର କଲେଜ କର୍ତ୍ତପକ୍ଷଙ୍କୁ ଲିଖିତ ଅଭିଯୋଗ ହୋଇଛି । ଘଟଣା ସଂପର୍କରେ ଷ୍ଟାଣ୍ଡିଂ କମିଟି ସହ ଆଲୋଚନା କରି ଆକ୍ସନ ନିଆଯିବ ବୋଲି କହିଛନ୍ତି କଲେଜ କର୍ତ୍ତପକ୍ଷ । ପୂର୍ବରୁ ମଧ୍ୟ ରାଗିଂ ନେଇ ମୌଖିକ ଭାବେ ଅଭିଯୋଗ ହୋଇଥିଲା । ପୂର୍ବର ଅଭିଯୋଗରେ ୧୦ଜଣ ଛାତ୍ରଙ୍କୁ ଚିହ୍ନଟ କରି ୧୦ଦିନ ପାଇଁ କ୍ୟାମ୍ପସରୁ ବହିଷ୍କୃତ କରାଯାଇଥିଲା ।