Advertisment

ଏତେ ଅତ୍ୟାଚାରୀ ଥିଲା ମାନବବାଦଙ୍କ ସଂଗଠନ?

ପ୍ରତିଦିନ ଫିଟୁଛି ମାନବବାଦ ସଂଗଠନର କଳା କାରନାମାର ଗୁମର । ଲୋକଙ୍କୁ ସଂଗଠନରେ ମିଶିବାକୁ ବାଧ୍ୟ କରୁଥିଲେ, ଆଉ ଯଦି ଏଥିରେ ଅରାଜି ହୁଅନ୍ତି ତେବେ ତାଙ୍କୁ ଦିଆଯାଉଥିବା ଅକଥନୀୟ ଅତ୍ୟାଚାର ଆଜି ବି ସେ ଦିନର ଘଟଣାକୁ ଭୁଲି ନାହାନ୍ତି ଖୋର୍ଦ୍ଧା ହଳଦିଆ ପଞ୍ଚାୟତ ଦଣ୍ଡେଇ ସାହିର ୨ ପରିବାର। ୨୦୧୪ ମସିହାରେ ତାଙ୍କ ସହ ମାନବବାଦୀ ସଂଗଠନର ସମର୍ଥକ ଘରେ ପଶି ଭିଆଇଥିଲେ ଗୁଣ୍ଡରାଜ

Manas das

Manas Das

Advertisment

ଭୁବନେଶ୍ୱର: ପ୍ରତିଦିନ ଫିଟୁଛି ମାନବବାଦ ସଂଗଠନର କଳା କାରନାମାର ଗୁମର । ଲୋକଙ୍କୁ ସଂଗଠନରେ ମିଶିବାକୁ ବାଧ୍ୟ କରୁଥିଲେ, ଆଉ ଯଦି ଏଥିରେ ଅରାଜି ହୁଅନ୍ତି ତେବେ ତାଙ୍କୁ ଦିଆଯାଉଥିବା ଅକଥନୀୟ ଅତ୍ୟାଚାର ଆଜି ବି ସେ ଦିନର ଘଟଣାକୁ ଭୁଲି ନାହାନ୍ତି ଖୋର୍ଦ୍ଧା ହଳଦିଆ ପଞ୍ଚାୟତ ଦଣ୍ଡେଇ ସାହିର ୨ ପରିବାର। ୨୦୧୪ ମସିହାରେ ତାଙ୍କ ସହ ମାନବବାଦୀ ସଂଗଠନର ସମର୍ଥକ ଘରେ ପଶି ଭିଆଇଥିଲେ ଗୁଣ୍ଡରାଜ। ବୟସ୍କ, ମହିଳା ଏବଂ ଶିଶୁ କାହାରିକୁ ବି ଛାଡ଼ି ନଥିଲେ। ସୁନା ଅଳଙ୍କାର ଲୁଟିଥିଲେ, ଏପରିକି ମହିଳାଙ୍କ କପଡ଼ା ବି ଘରୁ ନେଇ ଯାଇଥିବା ଅଭିଯୋଗ ହୋଇଛି।

Advertisment

ଘରର ରାସନ ବି ଲୁଟି ନେଇଥିଲେ ସଂଗଠନର ଲୋକେ। ଫଳରେ କିଛି ଦିନ ଉପାସରେ କାଟିଥିଲେ ଗାଁର ମହିଳା ।ମାନବବାଦୀ ସଂଗଠନର ରୋଷର ପ୍ରଭାର କିଛି ପିଲାଙ୍କ ଭବିଷ୍ୟତ ଉପରେ ପଡ଼ିଛି। କିଛି ପିଲାଙ୍କ ସାର୍ଟିଫିକଟ୍ ନେଇ ଯାଇଥିବା ଅଭିଯୋଗ ବି ହୋଇଛି। ଘରୁ ତଡ଼ି ଦେବା ପରେ ଏବେ ଏହି ଦୁଇ ପରିବାର ବେସାହାରା ହୋଇପଡ଼ିଛନ୍ତି। ପରିବାର ସମ୍ପୂର୍ଣ୍ଣ ଅଲଗା ହୋଇ ନିଜ ନିଜର ସମ୍ପର୍କୀୟଙ୍କ ପାଖରେ ରହୁଛନ୍ତି। ଏମିତିକି ଗୋଟିଏ ପରିବାରର ଲୋକେ ଜଣେ ଅନ୍ୟ ଜଣଙ୍କୁ ଦେଖି ବି ପାରୁନାହାନ୍ତି । ଏହି ଅଭିଯୋଗକୁ ନେଇ ମାନସ ଦାସଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
Odisha News Guruji Manas Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ