Advertisment

ସୁନା ହାର ଜବତ କଲା ପୋଲିସ୍‌, ହେଲେ ଫେରାଇଲେ ଖାଲି ସୂତା !

ଲୁଟ୍‌ ଗହଣା ଜବତ ପରେ ଏହାକୁ ନଦେଇ ନିଜ ପାଖରେ ରଖିଦେଲା ପୋଲିସ୍‌। ମନମୁଣ୍ଡା ପୋଲିସ୍‌ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି।

ଅଦ୍ୟତନ ହୋଇଛି
Allegation Against Police

Allegation Against Police

Advertisment

ଲୁଟ୍‌ ଗହଣା ଜବତ ପରେ ଏହାକୁ ନଦେଇ ନିଜ ପାଖରେ ରଖିଦେଲା ପୋଲିସ୍‌। ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ୍‌ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ବାଉଁଶୁଣୀ ଗାଁର ଗୋବିନ୍ଦ ମେହେର ଓ ତାଙ୍କ ପତ୍ନୀ ଯଶୋଦା ମେହେର ଏହି ଅଭିଯୋଗ ଆଣିଛନ୍ତି।

Advertisment

ସୂଚନା ଅନୁସାରେ,  ଗତ ୭ ତାରିଖ ସନ୍ଧ୍ୟାରେ ଗୋବିନ୍ଦ ଓ ତାଙ୍କ ପତ୍ନୀ ଯଶୋଦା ୨ ପୁଅଙ୍କ ସହ ଘରକୁ ଫେରୁଥିଲେ। ଏହି ସମୟରେ ମନମୁଣ୍ଡା ବାଇପାସ୍‌ ନିକଟରେ ସେମାନେ ଲୁଟ୍‌ର ଶିକାର ହୋଇଥିଲେ। ୨ ଜଣ ଯୁବକ ଏକ ବାଇକ୍‌ରେ ଆସି ଯଶୋଦାଙ୍କ ବେକରୁ ସୁନା ହାର ଲୁଟି ନେଇଥିଲେ। ତେବେ ଗୋବିନ୍ଦ ଲୁଟେରାଙ୍କ ପିଛା କରି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ କାବୁ କରିବା ସହ ପୋଲିସ୍‌ ଜିମା ଦେଇଥିଲେ। 

ପୋଲିସ୍‌ର ଦତନ୍ତ ସମୟରେ ୨ ଲୁଟେରା ସୁନା ହାରଟିକୁ ଫିଙ୍ଗି ଦେଇଥିବା କହିଥିଲେ। ଏହାପରେ ସୁନା ଜିନିଷ ଜବତ ଲାଗି  ପୋଲିସ୍‌ ଖୋଜା‌ଖୋଜି କରିଥିଲେ। ସୁନା ହାର ମିଳିନଥିବା ଏବଂ କେବଳ ହାରର ସୂତା ମିଳିଥିବା ପୋଲିସ୍‌ ଗୋବିନ୍ଦଙ୍କୁ କହିଥିଲା। ତେଣୁ ପୋଲିସ୍‌ ସୁନା ହାର ରଖି କେବଳ ସୂତା ଫେରାଇଥିବା ସେ ଅଭିଯୋଗ କରିଛନ୍ତି। କାରଣ ସର୍ଚ୍ଚ ବେଳେ ପୋଲିସ୍‌ ତାଙ୍କୁ ସାଙ୍ଗରେ ନେବାକୁ ବାରଣ କରିଥିଲେ ବୋଲି ଗୋବିନ୍ଦ ଅଭିଯୋଗ କରିଛନ୍ତି।

Advertisment

ଏନେଇ ଗୋବିନ୍ଦ ଓ ତାଙ୍କ ପତ୍ନୀ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ କହିଛନ୍ତି। ମନମୁଣ୍ଡା ପୋଲିସ୍‌ ହିଁ ତାଙ୍କ ସୁନା ହାରଟିକୁ ରଖି ନେଇଥିବା ଦମ୍ପତି ଅଭିଯୋଗ କରଛନ୍ତି। ଘଟଣାକୁ ନେଇ ତଦନ୍ତ କରାଯିବ ବୋଲି ବୌଦ୍ଧ ଏସ୍‌ପି କହିଛନ୍ତି। 

Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ