ଅବଦୁର ରେହମାନ ସମେତ ଆତଙ୍କବାଦରେ ଲିପ୍ତଥିବା ୪ ଦୋଷୀଙ୍କୁ ସଶ୍ରମ କାରାଦଣ୍ଡ

ଅବଦୁର ରେହମାନ ପାକିସ୍ତାନ ଯାଇ ଆତଙ୍କବାଦୀ ତାଲିମ ନେଇଥିଲା

ଅବଦୁର ରେହମାନ ପାକିସ୍ତାନ ଯାଇ ଆତଙ୍କବାଦୀ ତାଲିମ ନେଇଥିଲା

ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଚାରିଜଣଙ୍କୁ ଦୋଷୀ ସାବ୍ୟସ୍ତ ପରେ ଆଜି ସଜା ଶୁଣାଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଦୋଷୀମାନଙ୍କୁ ୭ ବର୍ଷ ୫ମାସ ସଶ୍ରମ କାରାବାସ ସହିତ ୨୫ ହଜାର ଟଙ୍କା ଜୋରିମାନା କରାଯାଇଛି ।

ଦେଶ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ରରେ ଲିପ୍ତ ଥିବା ଚାରିଜଣ ମହମ୍ମଦ ଆସିଫ, ଅବଦୁର ରେହମାନ, ଜାଫର ମାସୁଦ ଏବଂ ଅବଦୁଲ ସାମିଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ସେମାନଙ୍କ ବିରୋଧରେ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଅଭିଯୋଗ ପ୍ରମାଣିତ ହେବା ପରେ ଦିଲ୍ଲୀ ପଟିଆଲା କୋର୍ଟ ଏହି ରାୟ ଶୁଣାଇଛନ୍ତି ।

ଦୋଷୀଙ୍କ ଭିତରେ ଅଛି କଟକରୁ ଗିରଫ ହୋଇଥିବା ଅବଦୁର ରେହମାନ । ସେ ପାକିସ୍ତାନ ଯାଇ ଆତଙ୍କବାଦୀ ଟ୍ରେନିଂ ନେଇଥିବା ପ୍ରମାଣିତ ହୋଇଥିଲା । ୨୦୧୫ରେ ଦିଲ୍ଲୀ ପୋଲିସ ଆତଙ୍କବାଦୀ ଲିଂକରେ ଏହି ୪ଜଣଙ୍କୁ ଗିରଫ କରିଥିଲା ।

ସେବେଠାରୁ ଏହି ମାମଲାର ଶୁଣାଣି ଜାରି ରହିଥିଲା । ହେଲେ ଆଜି ସମସ୍ତ ୪ଜଣ ଆଭିଯୁକ୍ତଙ୍କ ବିରୋଧରେ ରାୟ ପ୍ରକାଶ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଜୋରିମାନା କରାଯାଇଛି ।

ପୂର୍ବରୁ ସମସ୍ତ ଅଭିଯୁକ୍ତ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ଲିପ୍ତ ଥିବା ଆଭିଯୋଗ ହୋଇଥିଲା । ଘଟଣାକୁ ନେଇ ପୋଲିସ ତନାଘନା କରିବା ସହ ୪ଜଣଙ୍କୁ ଗିରଫ କରିଥିଲା । ଗିରଫ ୪ଜଣଙ୍କ ମଧ୍ୟରେ ରହିଥିଲା କଟକର ଅବଦୁର ରେହମାନ ।

ସେ ମଧ୍ୟ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ରହିଥିଲା । ପାକିସ୍ତାନ ଯାଇ ଆତଙ୍କବାଦୀ ଟ୍ରେନିଂ ନେଇଥିଲା ଅବଦୁର । ଏହା ପ୍ରମାଣିତ ହେବା ପରେ ୨୦୧୫ରେ ତାକୁ ପୋଲିସ ଗିରଫ କରିଥିଲା ।