ଚାପୁଡ଼ା ମାରିଲେ, ମୁଣ୍ଡକୁ ଝିଙ୍କି ପକାଇଲେ : ଏୟାର ଇଣ୍ଡିଆ ଫ୍ଲାଇଟରେ ସିନିୟର୍‌ ଅଫିସରଙ୍କୁ ଯାତ୍ରୀଙ୍କ ଆକ୍ରମଣ

ଏୟାର ଇଣ୍ଡିଆ ଫ୍ଲାଇଟରେ ଜଣେ ଯାତ୍ରୀ ହଙ୍ଗାମା କରିଛନ୍ତି । ସିଡନୀ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଘଟଣା ଘଟିଛି ।

Air India

ଏୟାର ଇଣ୍ଡିଆ ଫ୍ଲାଇଟରେ ପୁଣି ଯାତ୍ରୀଙ୍କ ଉତପାତ । ଜୁଲାଇ ୯ ତାରିଖରେ ସିଡନିରୁ ଦିଲ୍ଲୀ ଆସୁଥିବା ଏକ ବିମାନରେ ଜଣେ ଯାତ୍ରୀ ବହୁତ ହଙ୍ଗାମା କରିଥିବାର ସୂଚନା ଦେଇଛି ଏୟାର ଇଣ୍ଡିଆ । ଯାହା ଦ୍ୱାରା ବିମାନର ଅନ୍ୟ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଯାତ୍ରୀଙ୍କୁ ବାରମ୍ବାର ତାଗିଦ କରାଯିବା ସତ୍ତ୍ୱେ ତାଙ୍କ ଆଚରଣ ସୁଧୁରିନଥିଲା ।

ଉଭୟ ମୌଖିକ ଓ ଲିଖିତ ଭାବେ ତାଙ୍କୁ କଡ଼ା ତାଗିଦ କରାଯାଇଥିଲା । ତଥାପି ସେ ନ ମାନିବାରୁ ଦିଲ୍ଲୀରେ ଫ୍ଲାଇଟ ଟି ପହଞ୍ଚି ମାତ୍ରେ ସେହି ବିମାନ ଯାତ୍ରୀଙ୍କୁ ସୁରକ୍ଷାକର୍ମୀଙ୍କ ହାତରେ ଦିଆଯାଇଥିଲା ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଅବଗତ କରାଯାଇଛି । ପରେ ସେ ଯାତ୍ରୀ ଜଣକ ଲିଖିତ ଭାବେ କ୍ଷମା ମାଗିଥିଲେ। ଏ ସଂପର୍କରେ ଡିଜିସିଏଙ୍କୁ ମଧ୍ୟ ଅବଗତ କରାଯାଇଥିବା କହିଛି ଏୟାର ଇଣ୍ଡିଆ । ...

ପୂରା ଘଟଣାବଳୀ

ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ସିଡନୀରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲେ । ସେ ବିଜିନେସ୍‌ କ୍ଲାସ୍‌ରେ ସିଟ୍ ବୁକ୍ କରିଥିଲେ । ହେଲେ କିଛି ସମସ୍ୟା ହେତୁ ସିଟ୍‌ ପରିବର୍ତ୍ତନ କରିବା ପରେ ସେ ‌ଇକୋନୋମି କ୍ଲାସରେ ବସିଥିଲେ । ତାଙ୍କୁ ଇକୋନୋମି କ୍ଲାସର 30C ସିଟ୍ ଆଲର୍ଟ କରାଯାଇଥିଲା ।

ଆଉ ସେଠାରେ ସେ ଜଣେ ସହଯାତ୍ରୀଙ୍କୁ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିବାକୁ ଅଟକାଇଲେ, ଫଳରେ ଯାତ୍ରୀ ଜଣକ ସାମାନ୍ୟ କତା ପାଇଁ ଝଗଡ଼ା ଆରମ୍ଭ କରିଥିଲେ । ଅଭିଯୁକ୍ତ ଜଣକ ଏୟାର ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ବିମାନ ଭିତରେ ଉତ୍ପାତ ଆରମ୍ଭ କରିଦେଇଥିଲେ । ଏପରିକି ଏୟାର ଇଣ୍ଡିଆର କ୍ୟାବିନ କର୍ମଚାରୀମାନେ ତାଙ୍କୁ ଆୟତ କରିପାରି ନଥିଲେ ।

ସୂଚନା ଅନୁସାରେ ଯାତ୍ରୀ ଜଣକ ପ୍ରଥମେ ଏୟାର ବରିଷ୍ଠ ଅଧିକାରୀଙ୍କୁ ଚାପୁଡ଼ା ମାରିଥିଲେ । ଆଉ ତା’ପରେ ତାଙ୍କ ମୁଣ୍ଡକୁ ଝିଙ୍କି ଗାଳିଗୁଲଜ କରିଥିଲେ । କ୍ୟାବିନ କ୍ରୁର ପାଞ୍ଚ ଜଣ କର୍ମଚାରୀ ମଧ୍ୟ ଅଭିଯୁକ୍ତକୁ ଅଟକାଇ ପାରିନଥିଲେ । ଏହା ପରେ ଏୟାର ଇଣ୍ଡିଆର ଅଧିକାରୀ ଜଣକ ସେଠାରୁ ଉଠି ପଛ ସିଟକୁ ଚାଲି ଯାଇଥିଲେ ।