Advertisment

ମଝି ଆକାଶରେ ଯାତ୍ରୀଙ୍କ ହଙ୍ଗାମା; ଲଣ୍ତନ ଯାଉଥିବା ବିମାନ ଦିଲ୍ଲୀ ଫେରିଲା

ମଝି ଆକାଶରେ ଉଡ଼ୁଥିଲା ଏୟାର ଇଣ୍ଡିଆର ବିମାନ। ଯାତ୍ରୀମାନଙ୍କୁ ନେଇ ବିମାନଟି ଲଣ୍ଡନ ଯାଉଥିଲା। ହେଲେ ଜଣେ ଯାତ୍ରୀ ବିମାନ ଭିତରେ ଦୁଇ ଜଣ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିବାରୁ ସ୍ଥିତି ଭୟଙ୍କର ରୂପ ନେଇଥିଲା। ଏହି କାରଣରୁ ଲଣ୍ଡନ ଯିବା ବଦଳରେ ବିମାନଟି ପୁଣି ଦିଲ୍ଲୀ ଫେରି ଆସିଥିଲା।

ଅଦ୍ୟତନ ହୋଇଛି
Air India Flight

Air India Flight

Advertisment

ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଯାତ୍ରୀଙ୍କ ହଙ୍ଗାମା । ଏପରିକି ସେହି ଯାତ୍ରୀ ଜଣକ ଦୁଇ ଜଣ ବିମାନ କର୍ମଚାରୀଙ୍କୁ ମାଡ଼ ମାରି ଆହତ କରିଥିବା ଅଭିଯୋଗ ହୋଇଛି । ତାଙ୍କୁ ବୁଝାସୁଝା କରିବାରେ ବିଫଳ ହେବା ପରେ ୱାର୍ଣ୍ଣିଂ ମଧ୍ୟ ଦିଆଯାଇଥିଲା । ତଥାପି ସେହି ଯାତ୍ରୀ ଜଣକ କାହା କଥା ଶୁଣିନଥିଲେ କି ଶାନ୍ତ ହୋଇନଥିଲେ ।

Advertisment

ଲଣ୍ଡନ ଯାଉଥିବା ବିମାନ ଦିଲ୍ଲୀ ଏୟାରପୋର୍ଟରୁ ଟେକ୍ ଅପ୍ କରିବାର କିଛି ସମୟ ପରେ ଏହି ଘଟଣା ଘଟିଥିଲା । ଶେଷରେ ସୁରକ୍ଷାକୁ ଦେଖି ପାଇଲଟ ଜଣକ ଲଣ୍ତନ ବଦଳରେ ଦିଲ୍ଲୀ ଫେରି ଆସିଥିଲେ । ଯାତ୍ରୀଙ୍କ ନାଁରେ ଏତଲା ଦିଆଯାଇଛି ଓ ପୋଲିସକୁ ହସ୍ତାନ୍ତର କରାଯାଇଛି । ବିମାନଟି ଆଜି ଅପରାହ୍ନରେ ପୁଣି ଲଣ୍ଡନ ଅଭିମୁଖେ ଯାତ୍ରା କରିବ ।

ଅଧିକ ପଢ଼ନ୍ତୁ: ଇଣ୍ତିଗୋ ବିମାନରେ ଯାତ୍ରୀଙ୍କ ହଙ୍ଗାମା; ନିଶାରେ ଏମରଜେନ୍ସି ଗେଟ୍‌ ଖୋଲୁଥିଲେ...

Advertisment

ପ୍ରଥମେ ଯାତ୍ରୀ ଜଣଙ୍କୁ କଥାରେ ଓ ଲିଖିତ ଭାବେ ସତର୍କ କରାଯାଇଥିଲା । ହେଲେ ବି ତାଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନଥିଲା । ଏପରି କି  ସେ ୨ ଜଣ କ୍ର୍ୟୁ ମେମ୍ବରଙ୍କୁ ଆକ୍ରମଣ କରିଥିଲେ । ସ୍ଥିତି ବିଗିଡ଼ିବାରୁ ପାଇଲଟ ବାଧ୍ୟ ହୋଇ ବିମାନଟିକୁ ଦିଲ୍ଲୀକୁ ଫେରାଇ ଆଣିଥିଲେ।

Advertisment

ବିମାନରେ ଯାତ୍ରା କରୁଥିବା ସବୁ ଯାତ୍ରୀଙ୍କ ସୁରକ୍ଷା ଓ ସମ୍ମାନ ଏୟାର ଇଣ୍ଡିଆ ପାଇଁ ଗୁରୁତ୍ୱପୂର୍ଣ୍ଣ। ଜଣେ ଯାତ୍ରୀଙ୍କ ପାଇଁ ଅନ୍ୟମାନେ ଭୋଗିଥିବା ସମସ୍ୟା ଯୋଗୁ କମ୍ପାନୀ ଦୁଃଖ ପ୍ରକାଶ କରୁଥିବା ମଧ୍ୟ ଏୟାର ଇଣ୍ଡିଆ କହିଛି।

କିଛି ମାସ ତଳେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଗୋଟିଏ ବିମାନରେ ଜଣେ ଯାତ୍ରୀ ମଦ ନିଶାରେ ଆଉ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିବାର ଘଟଣା ସାମ୍ନାକୁ ଆସିଥିଲା । ସରକାର ମଧ୍ୟ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଯାତ୍ରୀଙ୍କ ଶୃଙ୍ଖଳିତ ବିମାନ ଯାତ୍ରା ପାଇଁ ଗାଇଡଲାଇନ ଜାରି କରିଥିଲେ। ଏହା ସତ୍ତ୍ୱେ ଅନେକ ସମୟରେ ବିଭିନ୍ନ ବିମାନରେ ବାରମ୍ବାର ଯାତ୍ରୀମାନଙ୍କ ଅଭଦ୍ର ବ୍ୟବହାର ସାମ୍ନାକୁ ଆସିବାରେ ଲାଗିଛି।

Air India Flight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ