Advertisment

ମରିଗଲା ଭାବି ପୋତି ଦେଇଥିଲେ, ବୁଲା କୁକୁର ମାଂସ ଖାଇବା ଲୋଭରେ ଖୋଳି ବାହାର କଲେ...

କୁକୁରମାନେ ରକ୍ତ ଗନ୍ଧ ବାରି ସେଠାକୁ ଖୋଳି ତାଙ୍କ ମାଂସ ଖାଇବାକୁ ଲାଗିଲେ । ସୌଭାଗ୍ୟବଶତଃ ରୂପକିଶୋରଙ୍କ ଚେତା ଫେରିଥିଲା ଆଉ ସେ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ ।

ଅଦ୍ୟତନ ହୋଇଛି
Social Media

Social Media

Advertisment

ଉତ୍ତରପ୍ରଦେଶ ଆଗ୍ରାରେ ଜଣେ ଯୁବକଙ୍କ ବେକରେ ଦଉଡି ବାନ୍ଧି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । ସେ ମରିଯାଇଥିବା ଭାବି ତାଙ୍କୁ ଜୀଅନ୍ତା ଗାତ ଖୋଳି ମାଟିରେ ପୋତି ଦିଆଗଲା । କିନ୍ତୁ ସୌଭାଗ୍ୟବଶତଃ ମଧ୍ୟରାତ୍ରିରେ କୁକୁରମାନେ ମାଟି ତାଡ଼ିବା ଆରମ୍ଭ କରିଥିଲେ । ସେମାନେ ଯୁବକଙ୍କୁ ରାମ୍ପି ବିଦାରି କାମୁଡ଼ି ଖାଇବା ଆରମ୍ଭ କଲେ । ଠିକ୍‌ ସେତିକି ବେଳେ ଯୁବକଙ୍କୁ ହୋସ୍‌ ଆସିଲା, ଆଉ ସେ ପ୍ରାଣ ବିକଳରେ ସେଠାରୁ ଦୌଡ଼ିବାକୁ ଲାଗିଲେ । ସିଧା ଯାଇ ଡାକ୍ତରଖାନାରେ ପହଞ୍ଚିଲେ । ଏବେ ସେ ଚିକିତ୍ସାଧିନ ଅଛନ୍ତି ।

Advertisment

ସିକନ୍ଦରାର ଅରତୌନିରେ ଏକ ଛୋଟ ଘଟଣା ପାଇଁ ଗୁଣ୍ଡାମାନେ ରୁପକିଶୋର ନାମକ ଯୁବକଙ୍କୁ ଘରୁ ଡାକି ଆଣିଥିଲେ । ପରେ ତାଙ୍କୁ ଖୁବ୍‌ ପିଟିଥିଲେ । ଗାଳି ଗୁଲଜ କରିଥିଲେ । ଶେଷରେ ବେକରେ ରଶି ଲଗାଇ ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ । କିଛି ସମୟରେ ବେକରେ ରଶି ବନ୍ଧିବା ପରେ ସେ ମରିଯାଇଥିବା ଭାବି, ଏକ ଗାତ ଖୋଳି ପୋତି ଦେଇଥିଲେ ।

ଏହା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଅଧାରାତିରେ କୁକୁରମାନେ ମାଟି ଖୋଳି ଯୁବକଙ୍କୁ ଝୁଣି ଖାଇବାକୁ ଲାଗିଲେ । ସେତିକିବେଳେ ରୂପକିଶୋରଙ୍କ ଚେତା ଫେରି ଆସିଲା ।

Advertisment

ରୂପକିଶୋର କୁକୁରମାନଙ୍କଠାରୁ ବର୍ତ୍ତି ଆସିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ । ସେମାନେ ଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯୁବକଙ୍କ ମାଆ ରାମବତୀ ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ଦାୟର କରିଛନ୍ତି । ପୀଡିତଙ୍କ ମା କହିଛନ୍ତି ଯେ, ଜୁଲାଇ ୧୮ରେ ତାଙ୍କ ଅଞ୍ଚଳରେ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଦେଖା ଦେଇଥିଲା । ସେହି ଘଟଣାରେ ତାଙ୍କର ୨୪ ବର୍ଷିୟ ପୁଅ ସହ ଅନ୍ୟ ଜଣଙ୍କର ଜୋରଦାର ବଚସା ହୋଇଥିଲା । କାରଣ ଅନ୍ୟ ଯୁବକ ଜଣକ ତାଙ୍କୁ ଗାଳି ଦେଉଥିଲେ । ଆଉ ଏହାର ବିରୋଧ କରିଥିଲେ ରୂପକିଶୋର । ଯାହାକୁ ନେଇ ଅନ୍ୟ ଗୋଷ୍ଠି ଆକ୍ରୋଶ ରଖିଥିଲେ ।

ସେ କହିଛନ୍ତି ଯେ ୧୮ ଜୁଲାଇ ରାତିରେ, ଅଙ୍କିତ, ଗୌରବ, କରନ ଏବଂ ଆକାଶ ଘରକୁ ଆସି ପୁଅକୁ ସାଙ୍ଗରେ ନେଇଥିଲେ। ତାପରେ ଗାଁ ବାହାରେ କ୍ଷେତକୁ ନେଇ ସେଠାରେ ତାଙ୍କୁ ନିର୍ଧୁମ ପିଟିଥିଲେ । ବେକରେ ଦଉଡି ଲଗାଇ ପୁଅକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ତାପରେ ମରିଗଲା ଭାବି ପୋତି ଦେଇଥିଲେ । କୁକୁରମାନେ ରକ୍ତ ଗନ୍ଧ ବାରି ସେଠାକୁ ଖୋଳି ତାଙ୍କ ମାଂସ ଖାଇବାକୁ ଲାଗିଲେ । ସୌଭାଗ୍ୟବଶତଃ ରୂପକିଶୋରଙ୍କ ଚେତା ଫେରିଥିଲା ଆଉ ସେ ଜୀବନ ବିକଳରେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ ।

Advertisment

ସେ ଚେତାଶୂନ୍ୟ ହୋଇପଡିଥିଲେ, କିନ୍ତୁ କୁକୁରମାନେ ତାଙ୍କୁ ଘୋଷାଡ଼ିବାକୁ ଆରମ୍ଭ କରିବା ମାତ୍ରେ ସେ ଚେତା ଫେରି ଆସିଥିଲେ। ସେ ସେଠାରୁ ପଳାଇ ନିକଟସ୍ଥ ଲୋକଙ୍କ ସାହାଯ୍ୟ ନେଇ ତାଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ। ଏହା ପରେ ପୁଅକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Viral
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ