Advertisment

ଅନ୍‌ଲାଇନ୍‌ ଗେମ୍‌ ନେଲା ଜୀବନ! ଲକ୍ଷାଧିକ ଟଙ୍କା ହାରିବା ପରେ ଆତ୍ମହତ୍ୟା

ମୋବାଇଲ ଗେମ୍‌ରେ ଲକ୍ଷାଧିକ ଟଙ୍କା ହରାଇ ଜୀବନ ହାରିଦେଲେ ଯୁବକ ।

ଅଦ୍ୟତନ ହୋଇଛି
undefined

Online game

Advertisment

ମୋବାଇଲ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ଏହି ଅଭିଯୋଗ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଭୁଆଶୁଣି ଗାଁରୁ ଆସିଛି । ଭଗବାନ ପରିଡ଼ାଙ୍କ ପୁଅ ଦେବେନ୍ଦ୍ର ପରିଡ଼ା ମୋବାଇଲ୍ ଗେମ୍ ଖେଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ଦାହ ସଂସ୍କାର ପାଇଁ ମୃତଦେହକୁ ପରିବାର ଲୋକେ ମଶାଣିକୁ ନେଉଥିବା ବେଳେ ପୋଲିସ ଖବର ପାଇ ସେଠାରେ ପହଞ୍ଚିଥିଲା । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏନେଇ ତଦନ୍ତ ମଧ୍ୟ ଜାରି ରହିଛି ।

Advertisment

ପୂର୍ବରୁ ମଧ୍ୟ ଅନେକ ଯୁବକ ଯୁବତୀ ଅନ୍‌ଲାଇନ୍‌ ଗେମ୍‌ କାରଣରୁ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ଅନ୍‌ଲାଇନ୍‌ ଗେମ୍‌ କାରଣରୁ ଅନେକଙ୍କର ମୃତ୍ୟୁ ହୋଇଥିବା ପ୍ରତିଦିନ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଅନ୍‌ଲାଇନ୍ ଗେମ୍‌ରେ ପିଲାମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଦେଉଛନ୍ତି । କିଛି ସମୟରେ ଅନ୍‌ଲାଇନ୍‌ ଗେମ୍‌ କାରଣରୁ ନିଜ ପିତାମାତାଙ୍କୁ ଆକ୍ରମଣ କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି ।

Online Games
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ