After a dispute with her husband wife strangled her three month old daughter to death
ସ୍ୱାମୀ-ସ୍ତ୍ରୀ ଝଗଡାରେ ବଳି ପଡିଲା ଝିଅ । ଝିଅକୁ ତଣ୍ଟି ଚିପି ହତ୍ୟା କଲା ମା’। ଦିଲ୍ଲୀର ସାଲିମାର ବାଘ୍ରୁ ଏହି ଚାଞ୍ଚଲ୍ୟ ଘଟଣା ସାମ୍ନାକୁ ଆସିଛି । କୌଣସି ଏକ କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଇଥିଲା ଯାହା ପରେ ମହିଳା ଜଣକ ନିଜ ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, କାରପେଣ୍ଟ ଭାବେ କାର୍ଯ୍ୟରତ ସଞ୍ଜିତ ଓ ତାଙ୍କ ସ୍ତ୍ରୀ ଅଞ୍ଜଲି ଦେବୀ ଦୀର୍ଘଦିନ ଧରି ଦିଲ୍ଲୀର ହାଇଦରପୁରର ୮ ନଂ ଗଳିରେ ଏକ ଭଡା ଘରେ ରହିଆସୁଥିଲେ । କୌଣସି ଏକ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଫଳରେ ମହିଳା ଜଣକ କ୍ରୋଧରେ ନିଜ ଝିଅର ଗଳା ଚିପି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ସାଲିମାର ବାଘ୍ ପୋଲିସ ପହଞ୍ଚି ମୃତ ଦେହ ଜବତ କରିବାସହ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରିଛି ।
ତେବେ ଆଇପିସିର ଧାରା ୩୦୨ ଅନୁଯାୟୀ ପୋଲିସ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ପାଇଁ ପୋଲିସ ଉଭୟଙ୍କୁ ପଚରାଉଚରା କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650010884.jpg)