Advertisment

ବାପ୍‌ରେ ବାପ୍‌ରେ କି ସାହସ ! ୬୦୦୦ କେଜିର ଲୁହା ବ୍ରିଜ୍‌କୁ ଚୋରି କରିନେଲେ...

ନବେ ଫୁଟ ଲମ୍ବ ତଥା ଛଅ ହଜାର କେଜି ଓଜନ ବିଶିଷ୍ଟ ଲୁହା ବ୍ରିଜକୁ ଲୁଟିନେଇଛନ୍ତି ଲୁଟେରେ। ଶେଷରେ ବହୁ ଖୋଳତାଡ଼ ପରେ ପୋଲିସ୍‌ ୪ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Mumbai 6000 KG Bridge Stolen

Mumbai 6000 KG Bridge Stolen

Advertisment

ଆପଣ ପୂର୍ବରୁ ରେଲୱେ ଲାଇନ୍ ଚୋରି, ରାସ୍ତା ଚୋରି, ବ୍ରିଜ୍‌ ଚୋରି କଥା ଶୁରିଥିବେ । ଏମିତି କିଛି ଖବର ଆମେ ଆମର ଏହି otvkhabar.in ୱେବ୍‌ସାଇଟ୍‌ରେ ମଧ୍ୟ ପୂର୍ବରୁ ଦେଇଛୁ । ଆପଣ ଚାହିଁଲେ ପଢ଼ିପାରିବେ । ହେଲେ ଏସବୁ ଜିନିଷ ଚୋରି କଥା ଶୁଣିଲେ ଟିକେ ଅଡ଼ୁଆ ଲାଗୁଥିବ ନିଶ୍ଚୟ । କାରଣ କେହି କେବେ ଭାବିନଥିବେ ଏଭଳି ଚୋରି କେବେ ହୋଇପାରେ । କିନ୍ତୁ ଏଭଳି କିଛି ଘଟଣା ପୂର୍ବରୁ ଘଟିଥିବା ନଜିର ରହିଛି । ଆଉ ଏଭଳି ଚୋରି ଅଧିକାଂଶ ବିହାର ରାଜ୍ୟରେ ଘଟିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଚୋରି କାହାଣୀ କଥା କହିବୁ, ତାହା ବିହାର ନୁହେଁ ବରଂ ମୟାନଗରୀ ମୁମ୍ବାଇରେ ଘଟିଛି ।

Advertisment

କିଛି ଦୁର୍ବୃତ୍ତ ମୁମ୍ବାଇରେ ଥିବା ଏକ ଲୁହା ବ୍ରିଜ୍‌କୁ ଚୋରି କରି ନେଇଛନ୍ତି । ନବେ ଫୁଟ ଲମ୍ବ ତଥା ଛଅ ହଜାର କେଜି ଓଜନ ବିଶିଷ୍ଟ ଲୁହା ବ୍ରିଜକୁ ଲୁଟିନେଇଛନ୍ତି ଲୁଟେରେ। ଶେଷରେ ବହୁ ଖୋଳତାଡ଼ ପରେ ପୋଲିସ୍‌ ୪ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହାସହ ଲୁହା ବ୍ରିଜର ଖଣ୍ଡବିଖଣ୍ଡିତ ଅଂଶକୁ ମଧ୍ୟ ଜବତ କରିଛି । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମୁମ୍ବାଇର ମାଲଦା ବ୍ୟାକ୍‌ ଅଞ୍ଚଳରେ ଘଟିଛି ।

ଅଧିକ ଓଜନ ବିଶିଷ୍ଟ ବିଦ୍ୟୁତ୍‌ ତାରକୁ ସମ୍ଭାଳିବା ନିମନ୍ତେ ଅଦାନୀ ଗ୍ରୁପ୍‌ ପକ୍ଷରୁ ଗତ ବର୍ଷ ଜୁନ୍‌ ମାସରେ ମୁମ୍ବାଇର ନୁଲାହ ଅଞ୍ଚଳରେ ଉକ୍ତ ବ୍ରିଜ ସ୍ଥାପିତ କରାଯାଇଥିଲା। ଏହାପରେ ଏଥିନିମନ୍ତେ ଏକ ସ୍ଥାୟୀ ବ୍ରିଜ ନିର୍ମାଣ କରାଯିବାରୁ ଉକ୍ତ ଲୁହା ବ୍ରିଜକୁ ସେଠାରୁ ହଟାଯାଇ ମାଲଦା ଅଞ୍ଚଳର ଏକ ଜନଶୂନ୍ୟ ଅଞ୍ଚଳରେ ରଖାଯାଇଥିଲା । ଉକ୍ତ ଅଞ୍ଚଳରେ ସିସିଟିଭି ଲଗା ଯାଇ ନ ଥିବା ବେଳେ କିଛି ଦିନ ପୂର୍ବେ ଉକ୍ତ ଲୁହା ବ୍ରିଜ ସମ୍ପୃକ୍ତ ସ୍ଥାନରେ ନ ଥିବା ଦେଖିବାକୁ ମିଳିଥିଲା । ହଠାତ୍‌ ଏତେ ଓଜନ ବିଶିଷ୍ଟ ବ୍ରିଜ୍ ଗାଏବ ହୋଇଯିବା ଘଟଣାକୁ କେହି ବିଶ୍ୱାସ କରି ପାରି ନ ଥିଲେ । ଏନେଇ ଅଦାନୀ ଅଧିକାରୀ ଥାନାରେ ଅଭିଯୋଗ କରିଥିଲେ।

Advertisment

ପୋଲିସ୍‌ ଘଟଣାର ଖୋଳତାଡ଼ କରି ଆଖପାଖରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଗତ ୧୧ ତାରିଖରେ ଏକ ଭାରୀଯାନ ଉକ୍ତ ଅଞ୍ଚଳ ଅତିକ୍ରମ କରିଥିବା ଜାଣିବାକୁ ପାଇଲା। ଏହାପରେ ଉକ୍ତ ଗାଡ଼ିର ନମ୍ବର ଯାଞ୍ଚ କରି ପୋଲିସ୍‌ ୪ ଜଣଙ୍କୁ ଧରିଥିଲା । ସେମାନଙ୍କୁ ପଚରାଉଚରା ପରେ ବ୍ରିଜ୍‌ ଚୋରିର ପୁରା କାହାଣୀ ସାମ୍ନାକୁ ଆସିଥିଲା ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ରିଜଟି ନିଛାଟିଆ ଅଞ୍ଚଳରେ ଥିବାରୁ ଚୋରମାନଙ୍କ ଆଖି ସେଥିରେ ପଡ଼ିଥିଲା । ସେମାନେ ସୁଯୋଗ ଦେଖି ଗ୍ୟାସ୍‌ କଟର ସାହାଯ୍ୟରେ ଲୁହା ବ୍ରିଜ୍‌କୁ ଛୋଟ ଛୋଟ ଖଣ୍ଡରେ କାଟି ଗାଡ଼ିରେ ଭର୍ତ୍ତି କରି ନେଇ ଯାଇଥିଲେ । ଉକ୍ତ ବ୍ରିଜ ନିର୍ମାଣ ନିମନ୍ତେ ଯେଉଁ ଗ୍ରୁପ୍‌କୁ ଠିକାଦାରୀ ଦିଆଯାଇଥିଲା, ଉକ୍ତ ଗ୍ରୁପ୍‌ର ଜଣେ ଚୋରି ଗ୍ୟାଙ୍ଗରେ ସାମିଲ ଥିବା ଜଣାଯାଇଛି ।

Advertisment
Theft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ