Advertisment

ଅଭିନେତା ଗୋବିନ୍ଦାଙ୍କୁ ଜେରା କରାଯିବ

ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଜେରା କରିବ ଓଡ଼ିଶା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ୧ ହଜାର କୋଟି ଅନ୍‌ଲାଇନ୍‌ ପଞ୍ଜି ସ୍କାମ୍‌ ମାମଲାରେ ହେବ ଜେରା।

ଅଦ୍ୟତନ ହୋଇଛି
Actor Govinda To Be Questioned By EWS

Actor Govinda To Be Questioned

Advertisment

ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଜେରା କରିବ ଓଡ଼ିଶା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ୧ ହଜାର କୋଟି ଟଙ୍କା ଅନ୍‌ଲାଇନ୍‌ ପଞ୍ଜି ସ୍କାମ୍‌ ମାମଲାରେ ସୋଲାର ଟେକ୍ନୋ ଆଲିଆନ୍ସ(STA) ଲୋକଙ୍କ ଠାରୁ ଲୁଟ୍ କରିବା ଘଟଣାରେ ଏହି ଜେରା କରାଯିବ ବୋଲି ସୂଚନା ମିଳିଛି।

Advertisment

ଚଳିତ ବର୍ଷ ଜୁଲାଇରେ ଗୋଆରେ ଆୟୋଜିତ STA କମ୍ପାନୀର ଏକ କାର୍ଯ୍ୟକ୍ରମରେ ଗୋବିନ୍ଦା ଯୋଗ ଦେଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି କାର୍ଯ୍ୟକ୍ରମରେ ସାମିଲ ହୋଇ  STAରେ ଟଙ୍କା ବିନିଯୋଗ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ କି ଗୋବିନ୍ଦା ? ଉକ୍ତ କମ୍ପାନୀରେ ଗୋବିନ୍ଦାଙ୍କର ଭୂମିକା କ’ଣ ଥିଲା ? ଏସବୁ ନେଇ EOW ଖୋଳତାଡ଼ କରିବ। ଏଥିପାଇଁ ଖୁବ୍‌ଶୀଘ୍ର ସ୍ୱତନ୍ତ୍ର ଟିମ୍ ଓଡ଼ିଶା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ମୁମ୍ବାଇ ଯିବ ବୋଲି ଇଓଡବ୍ଲୁ କହିଛି।  

ମିଳିଥିବା ସୂଚନା ଅନୁସାରେ, ସାରା ବିଶ୍ୱରେ STAର ବିଭିନ୍ନ ଦେଶରେ କମ୍ପାନୀ ରହିଛି। କ୍ରିପ୍ଟୋକରେନ୍ସିରେ ବିନିଯୋଗ ଆଳରେ ଏହି କମ୍ପାନୀ ଅନ୍‌ଲାଇନ୍‌ ପଞ୍ଜି ସ୍କାମ୍‌ ଚଲାଇଥିଲା। ଜାତୀୟ ଗଣମାଧ୍ୟମ Times of Indiaର ରିପୋର୍ଟ ଅନୁସାରେ, EOW କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଏହି ମାମଲାରେ ଗୋବିନ୍ଦା ନା ଜଣେ ସନ୍ଦିଗ୍ଧ ନା ଜଣେ ଅଭିଯୁକ୍ତ। ଏଥିପାଇଁ ତାଙ୍କୁ ଜେରା କରାଯିବ କାରଣ ସେ STAର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯାହାକି କିଛି ଭିଡିଓରେ ଦେଖିବାକୁ ମିଳିଛି। ତେଣୁ ତାଙ୍କ ବୟାନକୁ ଆଧାର କରି ଅଧିକାରୀଙ୍କ ହାତରେ କିଛି ପ୍ରମାଣ ଲାଗିପାରେ ବୋଲି ଆଶା କରାଯାଉଛି। 

Advertisment

ଖବର ଲେଖାଯିବା ସୁଦ୍ଧା ମାମଲାରେ ସମ୍ପୃକ୍ତି ନେଇ ଗୋବିନ୍ଦା କୌଣସି ବୟାନ ଦେଇ ନାହାନ୍ତି। ଯଦି ଆମେ ଗୋବିନ୍ଦାଙ୍କ ୱାର୍କଫ୍ରଣ୍ଟ କଥା କହିବା ତା’ହେଲେ ୨୦୧୯ ମସିହାରେ ଶେଷଥର ପାଇଁ ତାଙ୍କ ରଙ୍ଗିଲା ରାଜା ଫିଲ୍ମରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ଡବଲ୍‌ ରୋଲ୍‌ରେ ଅଭିନୟ କରିଥିଲେ। 

Govinda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ