Advertisment

‘ସୌମ୍ୟଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିଲା, ଥରେ ଫୋନ୍‌ରେ କଥା ହେବାବେଳେ ଧରାପଡ଼ିଥିଲେ’

ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ଅଭିଯୋଗ ଆଣିବା ସହ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ।

ଅଦ୍ୟତନ ହୋଇଛି
‘ସୌମ୍ୟଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିଲା, ଥରେ ଫୋନ୍‌ରେ କଥା ହେବାବେଳେ ଧରାପଡ଼ିଥିଲେ’

ACF Soumya Ranjan Mohapatra

Advertisment

ଉଦଳା: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ସ୍ୱାମୀଙ୍କ ପରକୀୟା ପ୍ରୀତି ନେଇ ଅଭିଯୋଗ ଆଣିବା ସହ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ। ସୌମ୍ୟଙ୍କର ଝିଅଙ୍କ ସହ ସମ୍ପର୍କ ଥିଲା ବୋଲି ପତ୍ନୀ କହିଛନ୍ତି।  ସୌମ୍ୟ ଝିଅଙ୍କୁ  I LOVE YOU ମେସେଜ୍ ପଠାଉଥିଲେ। ଏ ସମ୍ପର୍କରେ ସେ ଜାଣିବା ପରେ ସୌମ୍ୟ ମୋବାଇଲ ପାସୱାର୍ଡ ବଦଳାଇ ଦେଇଥିଲେ। ଏପରିକି ହ୍ୱାଟସ ଆପ୍ ଚାଟ୍ ଓ କଣ୍ଟାକ୍ଟସ୍‌ ଲିଷ୍ଟ ସବୁ ଡିଲିଟ୍‌ କରି ଦେଇଥିଲେ ବୋଲି ବିଦ୍ୟାଭାରତୀ ଅଭିଯୋଗ କରିଛନ୍ତି। ଫୋନରେ ସେ ଅନ୍ୟ ମହିଳାଙ୍କ ସହ କଥା ହୁଅନ୍ତି। ଥରେ ଫୋନ୍‌ରେ କଥା ହେବାବେଳେ ଧରାପଡ଼ିଥିଲେ। ବିବାହର ମାତ୍ର ୩ ମାସ ପରେ ସୌମ୍ୟଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ନେଇ ଜାଣିଥିଲେ ବୋଲି ବିଦ୍ୟାଭାରତୀ କହିଛନ୍ତି। 

Advertisment
ACF ସୌମ୍ୟ ରଞ୍ଜନ ମହାପାତ୍ର ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ

ବିଦ୍ୟାଭାରତୀ କହିଛନ୍ତି, ‘ଦିନେ ଏକ ଅଜଣା ନମ୍ବରରୁ ଜଣେ ଝିଅ ତାଙ୍କ ମୋବାଇଲ୍‌କୁ କଲ୍‌ କରିଥିଲେ। ଏହି ସମୟରେ ମୁଁ ତାଙ୍କ(ସୌମ୍ୟ)ପାଖରେ ବସିଥିଲି। ଫୋନ୍‌ କରିଥିବା ଝିଅ କହିଥିଲେ, କ’ଣ ସୌମ୍ୟ ଏତେ ଦିନ ହେଲାଣି ଫୋନ୍‌ କରୁନ...ମୋତେ ଭୁଲି ଗଲଣି କି ? ଏହି ଘଟଣା ପୂର୍ବରୁ ମଧ୍ୟ ମୁଁ ଦେଖିଥିଲି ସୌମ୍ୟ ଜଣଙ୍କୁ I LOVE YOU ଲେଖି ପଠାଇଥିଲେ। ଏମିତି ବହୁତ ଜିନିଷ ଦେଖି ସାରିବା ପରେ ମୁଁ ତାଙ୍କ ପାଖରୁ ସତ ଜାଣିବାକୁ ଚାହୁଁଥିଲି। କିନ୍ତୁ ମୁଁ ତାଙ୍କୁ କୌଣସି ପ୍ରକାରର କଥା କହି ନାହିଁ। ହସ୍ପିଟାଲ୍‌ରେ ଥିବାବେଳେ ସେ ମୋତେ ‘ଆଇ ଲଭ୍‌ ୟୁ’ କହିଥିଲେ ଓ ମୁଁ ମଧ୍ୟ ତାଙ୍କୁ ‘ଆଇ ଲଭ୍‌ ୟୁ’ କହିଥିଲି। ଯଦି ମୁଁ ତାଙ୍କ ମୋବାଇଲ ଦେଖେ ସେ ତା’ର ପାସ୍‌ୱାର୍ଡ ବଦଳାଇ ଦିଅନ୍ତି ଓ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲିଲେ ଆକାଉଣ୍ଟକୁ ସେ ଡିଲିଟ୍‌ କରି ଦିଅନ୍ତି। କଣ୍ଟାକ୍ସ, ହ୍ୱାଟ୍ସଆପ୍‌ ଚାଟ୍‌ ଓ କଲ୍‌ ହିଷ୍ଟ୍ରି ସବୁ ସେ ଡିଲିଟ୍‌ କରି ଦେଇଥିଲେ। ତାଙ୍କ ମୋବାଇଲ୍‌ ପାସ୍‌ୱାର୍ଡ ମୋତେ ଜଣା ନାହିଁ।

ACF ସୌମ୍ୟ ରଞ୍ଜନ ମହାପାତ୍ର ଓ ତାଙ୍କ ପତ୍ନୀ ବିଦ୍ୟାଭାରତୀ

ଶ୍ୱଶୁର ଘର ଲୋକ ଆଣିଥିବା ଅଭିଯୋଗ ଉପରେ  ବିଦ୍ୟାଭାରତୀ କହିଛନ୍ତି, ‘ଏହା ସମ୍ପୁର୍ଣ୍ଣ ମିଥ୍ୟା। ଏଗ୍ରିମେଣ୍ଟ ସମ୍ପର୍କରେ କିଛି ଜାଣି ନାହିଁ। ବ୍ୟାଚଲର ପାର୍ଟି ପ୍ରସଙ୍ଗକୁ ମଧ୍ୟ ବିଦ୍ୟାଭାରତୀ ଅସ୍ୱୀକାର କରିଛନ୍ତି। ତାହା ବ୍ୟାଚଲର ପାର୍ଟି ନଥିଲା, ବିବାହ ପରବର୍ତ୍ତୀ ଭୋଜି ଥିଲା। କରୋନା ଯୋଗୁ ସାଙ୍ଗମାନଙ୍କୁ ବିବାହରେ ଡାକି ପାରି ନଥିଲି। ତେଣୁ ବିବାହ ପରେ ଏକ ଭୋଜି ଦେଇଥିଲି।

Advertisment

ସୌମ୍ୟ ଓ ତାଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା ବୋଲି ବିଦ୍ୟାଭାରତୀ କହିଛନ୍ତି। ଶ୍ୱଶୁର ଓ ଶାଶୁଙ୍କ ସହ ପ୍ରତ୍ୟେକ ଦିନ କଥା ହୁଏ ବୋଲି ସେ କହିଛନ୍ତି। ଆମ୍ବୁଲାନ୍ସ ଅଟକିବା ପ୍ରସଙ୍ଗରେ  ବିଦ୍ୟାଭାରତୀ କହିଛନ୍ତି, ଏଟିଏମ୍ କାର୍ଡ ଓ କିଛି ଜିନିଷ ପାଇଁ କେବଳ ଘରକୁ ଯାଇଥିଲି।

ଅନ୍ୟପକ୍ଷରେ ଝିଅ-ଜ୍ୱାଇଁଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା ବୋଲି ବିଦ୍ୟାଭାରତୀଙ୍କ ବାପା କହିଛନ୍ତି। ଝିଅ-ଜ୍ୱାଇଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା। ଯାହାବି ମନୋମାଳିନ୍ୟ ଥିଲା ତାହା ସମାଧାନ ହୋଇଥିଲା। ଝିଅର ଶାଶୁଘର ଲୋକ ଭଲ ଏବଂ ଜ୍ୱାଇଁ ମୋର ଦେବତା ବୋଲି ବିଦ୍ୟାଭାରତୀଙ୍କ ବାପା କହିଛନ୍ତି। 

Advertisment

ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ତାଙ୍କ ବାପା, ମା’ଙ୍କୁ ପୋଲିସ ପଚରାଉଚରା କରିପାରେ। ସ୍ୱତନ୍ତ୍ର ପୋଲିସ୍‌ ଟିମ୍‌ ଉଦଳାକୁ ଯାଇ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଖୋଜୁଛି। ଖଇରାରେ ସୌମ୍ୟଙ୍କ ପରିବାରକୁ ପଚରାଉଚରା ପରେ ଉଦଳାକୁ ଯାଇ ପତ୍ନୀ ବିଦ୍ୟାଭାରତୀଙ୍କ ସହ ପରିବାର ସଦସ୍ୟଙ୍କ ଠାରୁ ବୟାନ ରେକର୍ଡ କରିଛି ୬ ଜଣିଆ ପୋଲିସ ଟିମ୍।

ACF Death Paralakhemundi ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ