Advertisment

ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ବେଳେ DFO ଥିଲେ ନା ନଥିଲେ ?

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ଯାଉଥିବା ସମୟରେ ଡିଏଫଓ ଉପସ୍ଥିତ ଥିଲେ। ଆଜି ଜେରା ବେଳେ ଏକଥା ନିଜେ ଡିଏଫଓ ସଂଗ୍ରାମ ବେହେରା ମାନିଥିବା କ୍ରାଇମବ୍ରାଞ୍ଚ ଡିଏସ୍‌ପି ସୂଚନା ଦେଇଛନ୍ତି।

ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ବେଳେ DFO ଥିଲେ ନା ନଥିଲେ ?

DFO

Advertisment

ପାରଳାଖେମୁଣ୍ଡି: ଆବଶ୍ୟକ ପଡ଼ିଲେ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫ୍ଓ ଏବଂ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ। DFO ସଂଗ୍ରାମ ବେହେରାଙ୍କୁ ଆଜି ୩ ଘଣ୍ଟା ଜେରା ପରେ କ୍ରାଇମବ୍ରାଞ୍ଚ ଏହି ସୂଚନା ଦେଇଛି। 

Advertisment

ଅନ୍ୟପକ୍ଷେ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ଯାଉଥିବା ସମୟରେ ଡିଏଫଓ ଉପସ୍ଥିତ ଥିଲେ। ଆଜି ଜେରା ବେଳେ ଏକଥା ନିଜେ ଡିଏଫଓ ସଂଗ୍ରାମ ବେହେରା ମାନିଥିବା କ୍ରାଇମବ୍ରାଞ୍ଚ ଡିଏସ୍‌ପି ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଗଣମାଧ୍ୟମକୁ କହିଛନ୍ତି- ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ଯାଉଥିବା ସମୟରେ ନିଜେ ଡିଏଫଓ ସେଠି ବସି ଥିବା ସ୍ୱୀକାର କରିଛନ୍ତି। ହେଲେ କ’ଣ ସବୁ ଲେଖାଯାଉଥିଲା ସେ କଥା ସେ କିଛି ଜାଣିନଥିବା କହିଛନ୍ତି। ସେପଟେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ କିନ୍ତୁ ସ୍ପଷ୍ଟ ପ୍ରତିକ୍ରିୟା ରଖି ଡିଏଫ୍ଓ କହିଛନ୍ତି-ଜମାନବନ୍ଦୀ ଲେଖାବେଳେ ସେ ନଥିଲେ।

ତେବେ ଜମାନବନ୍ଦୀ ସମୟରେ ଉପସ୍ଥିତ ଥିବା ନେଇ କ୍ରାଇମବ୍ରାଞ୍ଚ ଆଗରେ ହଁ ଓ ଗଣମାଧ୍ୟମ ଆଗରେ ଡିଏଫ୍ଓଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନାଥାଉ କି, ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭଙ୍କ ସମ୍ପୃକ୍ତି ଥିବା ପ୍ରଥମରୁ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ କରି ଆସୁଥିଲେ ଓ ସେମାନଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦେଇଥିଲେ। 

Advertisment

ସୌମ୍ୟଙ୍କୁ ଚିକିତ୍ସା କରିଥିବା ୨ ଜଣ ଡାକ୍ତର ଏବଂ ପରେ ତହସିଲଦାରଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ ସମୟରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିଲେ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ।

Advertisment
Paralakhemundi ACF Death Acf Soumya Ranjan Mohapatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ