Advertisment

ମହାଲକ୍ଷ୍ମୀଙ୍କୁ ୫୯ ଖଣ୍ଡ କାଟି ଫ୍ରିଜରେ ରଖିଥିଲା !

ହତ୍ୟା ପରେ ମୁକ୍ତିରଞ୍ଜନ ଓଡ଼ିଶା ପଳାଇ ଆସିଥିଲା ।

ଅଦ୍ୟତନ ହୋଇଛି
Bengaluru Crime

Bengaluru Crime

Advertisment

ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିବା ଅଭିଯୁକ୍ତର ଆତ୍ମହତ୍ୟା। ଭଦ୍ରକ ଧୁଷୁରୀ ଥାନା ଭୂଇଁପୁର ଗାଁର ଅଭିଯୁକ୍ତ ମୁକ୍ତି ରଂଜନ ରାୟ ଆଜି ଆତ୍ମହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି। ଏହି ହତ୍ୟାକାଣ୍ଡ ପରେ ନିଜ ଗାଁ ଭୂଇଁପୁର ପଳାଇ ଆସିଥିଲା। ଆଜି ସକାଳେ ମୁକ୍ତିକାନ୍ତଙ୍କ ଝୁଲନ୍ତ ମୃତଦେହ ଠାବ ହୋଇଥିଲା। 

Advertisment

କୁଳେଇପଦା ଶ୍ମସାନ ନିକଟରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ତଦନ୍ତ କରୁଥିବା ଭଦ୍ରକ ପୋଲିସ। ମୁକ୍ତିକାନ୍ତ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ କାମ କରୁଥିଲା। ଗତ ରବିବାର ଦିନ ବେଙ୍ଗାଲୁରୁର ବ୍ୟାଲିକାବଲା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଥିଲା। ଏହି ଚର୍ଚ୍ଚିତ ହତ୍ୟା ଘଟଣାକୁ ନେଇ ବେଙ୍ଗାଲୁରୁ ପୋଲିସର ଖୋଳତାଡ଼ ପରେ ଅଭିଯୁକ୍ତ ଓଡ଼ିଶାର ବୋଲି ଜଣାପଡ଼ିଥିଲା।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ