Advertisment

ପୋଲିସ୍‌ ରିମାଣ୍ଡରେ ‘ପାକିସ୍ତାନୀ ଗୁପ୍ତଚର’, ପାକ୍‌ ଯୁବତୀଙ୍କ ହନିଟ୍ରାପ୍‌ରେ ପଡ଼ି ତଥ୍ୟ ଲିକ୍‌ କରିଥିବା ଅଭିଯୋଗ

ହନିଟ୍ରାପ୍‌ରେ ପଡ଼ି ଚାନ୍ଦିପୁର ITR ରୁ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତ ବାବୁରାମଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ହନିଟ୍ରାପ୍‌ରେ ପଡ଼ି ପାକିସ୍ତାନର ଜଣେ ମହିଳାଙ୍କୁ ବାବୁରାମ ଚାନ୍ଦିପୁର ଆଇଟିଆର୍ ତଥ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା।

Accused DRDO officer sent to 4-day police remand

Accused DRDO officer sent to 4-day police remand

Advertisment

ହନିଟ୍ରାପ୍‌ରେ ପଡ଼ି ଚାନ୍ଦିପୁର ITR ରୁ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତ ବାବୁରାମଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ବାଲେଶ୍ୱର ପୋଲିସ। ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲେ ମଧ୍ୟ SDJM କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଥିଲେ। ତାଙ୍କ ବିରୋଧରେ ଦେଶଦ୍ରୋହ ସହ ଅଫିସିଆଲ ସିକ୍ରେଟ୍ ଆକ୍ଟ ବ୍ରିଚ୍ ଭଳି ସଙ୍ଗୀନ ଦଫା ଲାଗିଛି।

Advertisment

ହନିଟ୍ରାପ୍‌ରେ ପଡ଼ି ପାକିସ୍ତାନର ଜଣେ ମହିଳାଙ୍କୁ ବାବୁରାମ ଚାନ୍ଦିପୁର ଆଇଟିଆର୍ ତଥ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା। ଶୁକ୍ରବାର ଦିନ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ ବାବୁରାମ ନିଜେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଭିଡିଓ ଉତ୍ତୋଳନ କରିଥିଲେ ନା ସାଟେଲାଇଟରେ ଭିଡିଓ ଦେଇଛନ୍ତି, ତା’ର ତଦନ୍ତ କରାଯାଉଛି। ମିସାଇଲ ପରୀକ୍ଷଣ ସମୟର ଗତିବିଧି ସଂପର୍କରେ ମଧ୍ୟ ସେ ତଥ୍ୟ ଲିକ୍ କରିଥିବାର ସନ୍ଦେହ କରାଯାଉଥିବାରୁ ଏହାର ତଦନ୍ତ ହେବ।

୪ ଦିନିଆ ରିମାଣ୍ଡରେ ବାବୁରାମଙ୍କ ସମ୍ପତ୍ତି ବାଡ଼ି, ଟଙ୍କା କାରବାରର ତଦନ୍ତ କରିବ ପୋଲିସ। ଏଥିପାଇଁ ତାଙ୍କର ଆକାଉଣ୍ଟ ଥିବା ୨ଟି ବ୍ୟାଙ୍କକୁ ତଥ୍ୟ ମଗାଯାଇଛି। ଏହାସହ ସେ ନିଜ ନାଁରେ କିମ୍ବା ନିଜ ପରିବାର ସଦସ୍ୟଙ୍କ ନାଁରେ ଜମିବାଡ଼ି କିଣିଛନ୍ତି କି ନାହିଁ, ସେ ସମ୍ପର୍କରେ ଜଳେଶ୍ୱର ତହସିଲଦାରଙ୍କୁ ତଥ୍ୟ ମଗାଯାଇଛି ।

Advertisment
Honey Trap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ