Advertisment

ଗରମ ତେଲ ଢ଼ାଳି ଯୁବକଙ୍କୁ ହତ୍ୟା !

ଗରମ ତେଲ ଢାଲି ଯୁବକଙ୍କୁ ହତ୍ୟା ଅଭିଯୋଗ । ନୟାଗଡ଼ ଶରଣକୁଳ ଚଢ଼େୟାପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା ।

Youth Killed

Youth Killed

Advertisment

ଗରମ ତେଲ ଢାଲି ଯୁବକଙ୍କୁ ହତ୍ୟା ଅଭିଯୋଗ । ନୟାଗଡ଼ ଶରଣକୁଳ ଚଢ଼େୟାପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା । ସ୍ଥାନୀୟ ଅଞ୍ଚଳର ଜଣେ ବିଧବା ମହିଳା ଓ ତାଙ୍କ ଜ୍ୱାଇଁ ମିଶି ପଡ଼ୋଶୀ ଯୁବକ ମାଣିଆ ପ୍ରଧାନଙ୍କ ଉପରେ ଗରମ ତେଲ ଢାଲି ଦେଇଥିବାର ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

Advertisment

ମାମଲାରେ ଦୁଇ ଅଭିଯୁକ୍ତ ସନ୍ତୋଷ ଓ ଶ୍ରୀମତୀଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ମୁତାବକ, ମହିଳାଙ୍କ ଘରେ ତାଙ୍କ ଜ୍ୱାଇଁଙ୍କୁ ଦେଖି ଉତ୍ୟକ୍ତ ହୋଇଥିଲେ ଯୁବକ ଜଣକ । ଏହାକୁ ନେଇ ଆପତ୍ତି ଉଠାଇବା ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଘଟଣାକୁ ନେଇ ପୋଲିସ୍ ଏବେ ଖୋଳତାଡ଼ କରୁଛି ।

ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରିବା ପରେ ପୁଲିସ ମାମଲା ରୁଜୁ କରି ଗତ ୧୦ ତାରିଖରେ ସନ୍ତୋଷ ଓ ଶ୍ରୀମତୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାଣିଆର ମୃତ୍ୟୁ ପୂର୍ବରୁ ପୁଲିସ୍‌ ତା’ର ଜମାନବନ୍ଦୀ ନେଇଥିବା ଜଣାପଡ଼ିଛି।

Advertisment
Crime Youth Killed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ