Advertisment

ଘର ଦୁଆର ମୁହଁରେ ଗୁଳିମାଡ଼ କଲେ ଅପରାଧି, ଚାଲିଗଲା ଯୁବକଙ୍କ ଜୀବନ

କେହି କୁଆଡ଼େ ନଥିଲେ, ହଠାତ୍ ପହଞ୍ଚିଲେ କିଛି ଲୋକ ଆଉ ଆଖିବୁଜା ଗୁଳିମାଡ଼ କଲେ। କେହି କିଛି ବୁଝିବା ଆଗରୁ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ଲୋଟିପଡ଼ିଲେ ଜଣେ ଯୁବକ।

ଅଦ୍ୟତନ ହୋଇଛି
Youngman's Life Was Lost in Shooting

A youngman's life was lost in shooting

Advertisment

କେହି କୁଆଡ଼େ ନଥିଲେ, ହଠାତ୍ ପହଞ୍ଚିଲେ କିଛି ଲୋକ ଆଉ ଆଖିବୁଜା ଗୁଳିମାଡ଼ କଲେ। କେହି କିଛି ବୁଝିବା ଆଗରୁ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ଲୋଟିପଡ଼ିଲେ ଜଣେ ଯୁବକ। ଏମିତି ଘଟଣା ଆପଣଙ୍କୁ ଫିଲ୍ମର ଏକ ସିନ୍ ଭଳି ଅନୁଭବ ହେଉଥିଲେ ବି ଗତ ମଙ୍ଗଳବାର ରାତିରେ ଏମିତି ଏକ ଛାତିଥରା ଘଟଣା ଘଟିଛି ଗୁରୁଗ୍ରାମରେ।

Advertisment

ସବୁଦିନ ଭଳି ରାହୁଲ ଟ୍ୟାକ୍ସି ଡ୍ରାଇଭ୍ କରି ଗୁରୁଗ୍ରାମର ସେକ୍ଟର ୩୭ ରେ ପହଞ୍ଚିଥିଲେ। ତେବେ ସେ ତାଙ୍କ ଘର ସାମ୍ନାରେ ଗାଡ଼ି ରଖିବା ମାତ୍ରେ କିଛି ଲୋକ ସେଠାରେ ପହଞ୍ଚିଥିଲେ। ସେତେବେଳକୁ ରାତି ୧୦ଟା ବାଜିଯାଇଥିବାରୁ ରାହୁଲ ସେମାନଙ୍କୁ ଦେଖି କଲୋନୀ ବାସିନ୍ଦା ହୋଇଥିବେ ଭାବି ସନ୍ଦେହ କରିନଥିଲେ।

ରାହୁଲ୍ ଗାଡ଼ିରୁ ଓହ୍ଲାଇବା ମାତ୍ରେ ସେଠାରେ ପହଞ୍ଚିଥିବା ଲୋକେ ରାହୁଲ୍ ଉପରକୁ ଅତର୍କିତ ଗୁଳିମାଡ଼ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ଉଭାନ୍ ହୋଇଯାଇଥିଲେ। ଗୁଳିମାଡ଼ରେ ତଳେ ପଡ଼ି ରାହୁଲ୍ ଚିତ୍କାର କରୁଥିବା ବେଳେ ଆଖପାଖ ଲୋକ ତାଙ୍କୁ ତୁରନ୍ତ ମେଡିକାଲ୍ ନେଇଥିଲେ। ତେବେ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ରାହୁଲ୍‌ର ସଂପର୍କିୟଙ୍କ ଅଭିଯୋଗ କ୍ରମେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।

Shooting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ