Advertisment

Murder: ମା’ ଅପମାନର ପ୍ରତିଶୋଧ, ବାଡେଇ ବାଡେଇ ମାରିଲା ପୁଅ; ଧରା ପକାଇ ଦେଲା ସୋସିଆଲ ମିଡିଆ

ଲକ୍ଷ୍ନୌର ସୋନୁ କଶ୍ୟପ ତାଙ୍କ ମାଆଙ୍କୁ ଅପମାନ କରିଥିବା ଲୋକ ପାଖରୁ ପ୍ରତିଶୋଧ ନେବା ପାଇଁ ୧୦ ବର୍ଷ ଧରି ଅପେକ୍ଷା କରିଥିଲେ। ଅପମାନ କରିଥିବା ଯୁବକକୁ ବାଡେଇ ବାଡେଇ ହତ୍ୟା କଲେ।

ଅଦ୍ୟତନ ହୋଇଛି
Avenge

Avenge

Advertisment

ଦଶ ବର୍ଷ ପୂର୍ବେ ମାଆଙ୍କ ଅପମାନର ପ୍ରତିଶୋଧ ନେଲା ପୁଅ। ଅପମାନ କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଶୋଧ ନେବା ପାଇଁ ୧୦ ବର୍ଷ ଅପେକ୍ଷା କରି ଭଲ ସୁଯୋଗକୁ ଚାହିଁ ବସିଥିଲା ପୁଅ। ଶେଷରେ ସୁପରିକଳ୍ପିତ ଯୋଜନା କରି ଅପମାନ କରିଥିବା ଯୁବକର ହତ୍ୟା କରି ପ୍ରତିଶୋଧ ନେଲା। ଏ ଘଟଣା ହେଉଛି ଲକ୍ଷ୍ନୌର।

Advertisment

ଏହା ହେଉଛି ସୋନୁ କଶ୍ୟପଙ୍କ କାହାଣୀ, ଯିଏ ପ୍ରତିଶୋଧ ନିଆଁରେ ଜଳି ଜଳି ୧୦ ବର୍ଷ ଧରି ଲକ୍ଷ୍ନୌର ରାସ୍ତାଘାଟରେ ଅପମାନ କରିଥିବା ମନୋଜଙ୍କୁ ଖୋଜି ବୁଲିଥିଲା। ଏହି ହତ୍ୟାକାଣ୍ଡରେ ସୋନୁକୁ ସାହାଯ୍ୟ କରିଥିଲେ ତାର ସାଙ୍ଗ। କେବଳ ଏହି ପ୍ରତିଶ୍ରୁତି ଉପରେ ଯେ ହତ୍ୟା ପରେ ସେମାନଙ୍କୁ ଏକ ପାର୍ଟି ଦେବ ସୋନୁ। ସେମାନେ ଏକ ସୁପରିକଳ୍ପିତ ଯୋଜନା କରି ମନୋଜଙ୍କୁ ହତ୍ୟା କଲେ, ଯିଏ ଜଣେ ପଇଡ ବେପାରୀ ଥିଲେ। କିନ୍ତୁ ଏକ ସୋସିଆଲ ମିଡିଆ ପୋଷ୍ଟ ସେମାନଙ୍କୁ ପୋଲିସ ଆଗରେ ଧରା ପକାଇ ଦେଲା ଓ ପୋଲିସ୍ ସେମାନଙ୍କ ନିକଟରେ ପହଞ୍ଚିବାରେ ସଫଳ ହେଲା। ଅଭିଯୁକ୍ତମାନେ ହେଉଛନ୍ତି ସୋନୁ, ରଞ୍ଜିତ, ଆଦିଲ, ସାଲାମୁ ଓ ରେହମତ ଅଲୀ।

ମନୋଜ ପ୍ରାୟ ଦଶ ବର୍ଷ ପୂର୍ବେ ସୋନୁଙ୍କ ମା’ଙ୍କୁ ଏକ ବିବାଦ ନେଇ ମାଡ଼ ମାରିଥିଲେ ଓ ସେହି ଅଞ୍ଚଳ ଛାଡ଼ି ପଳାଇଥିଲେ। ତାଙ୍କ ମା’ଙ୍କୁ ହୋଇଥିବା ଅପମାନରେ କ୍ରୋଧିତ ହୋଇ ସୋନୁ ତାଙ୍କୁ ଖୋଜିବା ଆରମ୍ଭ କଲେ। ସମୟ ଗଡ଼ି ଚାଲିଲା, କିନ୍ତୁ ସେ ହାର ମାନି ନଥିଲେ। ପ୍ରାୟ ତିନି ମାସ ପୂର୍ବେ ସେ ଶେଷରେ ସହରର ମୁନ୍ସୀ ପୁଲିଆ ଅଞ୍ଚଳରେ ମନୋଜଙ୍କୁ ଦେଖିଲେ। ସେଠାରୁ ଆରମ୍ଭ ହେଲା ତାଙ୍କର ପ୍ରତିଶୋଧର ଯୋଜନା।

Advertisment

ମନୋଜଙ୍କ ପ୍ରତ୍ୟେକ କାର୍ଯ୍ୟକଳାପକୁ ରେକି କରିଥିଲା ସୋନୁ। ଏହା ପରେ ଯୋଜନା ପ୍ରସ୍ତୁତ କରିଥିଲା। ସେ ନିଜର ଚାରି ବନ୍ଧୁଙ୍କୁ ହତ୍ୟା ଯୋଜନାରେ ସାମିଲ କରିଥିଲା। ପ୍ରତିଶ୍ରୁତି ଦେଇଥିଲା ଯେ ହତ୍ୟା ପରେ ସେମାନଙ୍କୁ ଏକ ପାର୍ଟି ଦିଆଯିବ। ମେ ୨୨ ତାରିଖରେ, ମନୋଜ ତାଙ୍କ ଦୋକାନ ବନ୍ଦ କରି ଏକାକୀ ଥିବା ସମୟରେ, ସେମାନେ ତାଙ୍କୁ ଲୁହା ରଡ଼ରେ ଆକ୍ରମଣ କରି ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ। ମନୋଜ ଚିକିତ୍ସା ସମୟରେ ମୃତ୍ୟୁବରଣ କଲେ।

ପୋଲିସ ପାଇଁ ଅଭିଯୁକ୍ତଙ୍କୁ ଧରିବା କାଠିକର ଥିଲା। ଯଦିଓ ଅଭିଯୁକ୍ତମାନେ ସିସିଟିଭିରେ ଧରା ପଡ଼ିଥିଲେ ମଧ୍ୟ ପୋଲିସ ସେମାନଙ୍କୁ କେଉଁଠାରେ ଖୋଜି ପାଇଲା ନାହିଁ। ଏହାରି ଭିତରେ, ହତ୍ୟାକାଣ୍ଡକୁ ସଫଳ ରୂପ ଦେବା ପରେ ସୋନୁ ତା ସାଙ୍ଗମାନଙ୍କ ପାଇଁ ପାର୍ଟିର ଆୟୋଜନ କଲା। ପାର୍ଟି କରିବା ବେଳର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପୋଲିସ ତାହାକୁ ଦେଖି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାରେ ସଫଳ ହେଲା। ସିସିଟିଭି ଫୁଟେଜରେ ଦେଖାଯାଇଥିବା ପାଞ୍ଚ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ସୋସିଆଲ ମିଡିଆରେ ଚିହ୍ନଟ କରାଯାଇ ପାରିଲା। ଏହା ପରେ ପୋଲିସ ଧୀରେ ଧୀରେ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିଥିଲା।

Advertisment

ଅଧିକ ପଢ଼ନ୍ତୁ: ଛୁଟି କାଟିବାକୁ ଯାଇ ଝିଅକୁ ହତ୍ୟା କଲା ବାପା, ରଚିଲା କିଡନାପ୍ ଡ୍ରାମା, ହ୍ରଦରୁ ମିଳିଲା ଝିଅର ମୃତଦେହ

Murder Lucknow
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ