Advertisment

Shocking Murder in Dhenkanal: ଶୁଣିଲେନି ଗୁହାରୀ; ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ମାରିଦେଲେ

ଗତକାଲି ବିଳମ୍ବିତ ଟିଟନ ନାମକ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ରାତି ପ୍ରାୟ ୧୧ଟା ଟିଟନ ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ।

murder

murder

Advertisment

ବୀଭତ୍ସ, ବର୍ବର। ଗୁଳି ମାରିଲେ, ନ ମରିବାରୁ ଗୋଡ଼େଇ ଗୋଡ଼େଇ ପଥରରେ ଛେଚି ହତ୍ୟା କଲେ। ଏଭଳି କିଛି ଛାତିଥରା ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାରିଗର ସାହିରେ। ମୃତ ଯୁବକ ଜଣଙ୍କ ହେଲେ ମହେଶ୍ୱର ବେହେରା ଓରଫ ଟିଟନ।

Advertisment

ଗତକାଲି ବିଳମ୍ବିତ ଟିଟନ ନାମକ ଯୁବକଙ୍କୁ ଆକ୍ରମଣ ଓ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ରାତି ପ୍ରାୟ ୧୧ଟା ଟିଟନ ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ।

ଅଧିକ ପଢ଼ନ୍ତୁ: ମା’ ପାଖକୁ ଫେରିଲାନି ନିଖୋଜ ପୁଅ; ମିଳିଲା ପାଇଖାନା ଟାଙ୍କିରୁ ମୃତଦେହ

Advertisment

ଟିଟନଙ୍କ ଗୋଡରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ବାଇକରୁ ଖସି ପଡ଼ିଥିଲେ। ଘର ପାଖରେ ଅପରାଧ ଘଟିଥିବାରୁ ଗୁଳି ଶବ୍ଦ ଶୁଣି ତାଙ୍କ ସ୍ତ୍ରୀ ବାହାରକୁ ଦୌଡ଼ି ଆସିଥିଲେ। ଟିଟନ ଜୀବନ ବିକଳରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କୁ ସେଠାରୁ ଘୋଷାଡ଼ି, ଘୋଷାଡ଼ି ନେଇ ହତ୍ୟା କରିଥିଲେ। ସ୍ତ୍ରୀ ମଧ୍ୟ ନିଜ ସ୍ୱାମୀଙ୍କୁ ରକ୍ଷା କରିବା ପାଇଁ ବହୁତ ଚେଷ୍ଟା କରିଥିଲା, ଦୁର୍ବୃତ୍ତଙ୍କ ପାଖରେ ମଧ୍ୟ ନେହୁରା ହୋଇଥିଲା। ହେଲେ ଦୁର୍ବୃତ୍ତମାନେ ତାଙ୍କୁ କଥା ଶୁଣି ନଥିଲେ। ସ୍ୱାମୀଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିଲେ। ପରେ ସେଠାରୁ ଚମ୍ପଟ ମାରିଥିଲେ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। କାରଣ ଗୋଟିଏ ମାସ ପୂର୍ବରୁ ଟିଟନଙ୍କୁ ଆକ୍ରମଣ କରି ଦୁବୃର୍ତ୍ତ ମାନେ ତାଙ୍କ ହାତ ଭାଙ୍ଗିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ବଢ଼ୁଛି ଉଦ୍‌ବେଗ; ଛୁଆ ଚୋରି ଓ ନିଖୋଜ ଘଟଣାରେ ବ୍ରେକ୍ କେବେ ?

Murder Dhenkanal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ