Advertisment

ସୀମା ପାର୍ ପ୍ରେମର ବିରହ କାହାଣୀ; ୬ ବର୍ଷ ତଳୁ ସରିଛି ବାହାଘର, ଧୋକା ଦେଇଛି ସ୍ୱାମୀ

କମର୍ଦ୍ଦାର ଯୁବକଙ୍କ ବାପାଙ୍କ ଅଭିଯୋଗ- ଯୁବତୀ କହୁଛନ୍ତି ମିଛ କଥା । ସ୍ବାମୀକୁ ଖୋଜି ଖୋଜି ବାଲେଶ୍ବରରେ ପହଞ୍ଚିଲେ ବାଂଲାଦେଶୀ ଯୁବତୀ

Love Story

Love Story

Advertisment

ସୀମା ପାର୍ ପ୍ରେମ ସଂପର୍କକୁ ନେଇ କେତେ କାହାଣୀ, କେତେ ଘଟଣା। ସେ ରିଲରେ ହେଉ କି ରିୟଲ୍ ଲାଇଫରେ। ଏଇ ନିକଟରେ ନିଜ ନିଜ ପ୍ରେମିକଙ୍କୁ ପାଇବା ପାଇଁ ପାକିସ୍ତାନର ସୀମା କେମିତି ଭାରତ ଚାଲିଆସିଥିଲେ ଏବଂ ଭାରତର ଅଞ୍ଜୁ କେମିତି ପାକିସ୍ତାନ ପହଞ୍ଚିଯାଇଥିଲେ ତାହା ତ ଜାଣିଥିଲେ ଆପଣ। ହେଲେ ଏବେ ବାଂଲାଦେଶରୁ ବାଲେଶ୍ୱରକୁ ଲମ୍ବିଥିବା ସେମିତି ଏକ ସୀମା ପାର୍ ସଂପର୍କର କାହାଣୀ।

Advertisment

ବାଂଲାଦେଶ ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳର ରୁମା ମାରିୟମ୍। ଆଉ ଏ ହେଲେ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ବୁଧାକୁସୁମିର ବୀରେନ୍ଦ୍ର ପ୍ରତାପ ଭଞ୍ଜ। ରୁମାଙ୍କ ଅଭିଯୋଗ, ବୀରେନ୍ଦ୍ର ହେଉଛନ୍ତି ତାଙ୍କ ପ୍ରେମିକ। ଯାହାଙ୍କୁ ସେ ଗତ ୬ବର୍ଷ ତଳେ ବିବାହ କରିଛନ୍ତି। ହେଲେ ଏବେ କିନ୍ତୁ ତାଙ୍କୁ ଛାଡ଼ି ଚାଲି ଆସିବା ସହ ବୀରେନ୍ଦ୍ର ଦ୍ବିତୀୟ ବିବାହ କରିଛନ୍ତି। ଶେଷରେ ନିଜ ପ୍ରେମିକଙ୍କୁ ପାଇବା ପାଇଁ ସୁଦୂର ବାଂଲାଦେଶରୁ ଖୋଜି ଖୋଜି ଆସି ରୁମା ମାରିୟମ୍ ଗତକାଲି ପହଞ୍ଚିଯାଇଛନ୍ତି ବାଲେଶ୍ୱରରେ। ତାଙ୍କୁ ସଖୀ ୱାନ ଷ୍ଟପ୍ ସେଣ୍ଟରରେ ରଖି ଅଧିକ ତଦନ୍ତ କରୁଛି ଜିଲ୍ଲା ପୋଲିସ ପ୍ରଶାସନ।  

ପ୍ରେମ ହେଲା ବାଂଲାଦେଶରେ। ପ୍ରେମିକ ଖୋଜାପଡ଼ିଛି ବାଲେଶ୍ୱରରେ। ରୁମାଙ୍କ ଅଭିଯୋଗ, ପଶ୍ଚିମବଙ୍ଗ ଦୀଘାରେ ରହଣୀ ସମୟରେ ଫେସବୁକ ଜରିଆରେ ବୀରେନ୍ଦ୍ରଙ୍କ ସଂସ୍ପର୍ଶରେ ଆସିଥିଲେ ସେ। ତା’ପରେ ଦେଖାସାକ୍ଷାତରୁ ଅନ୍ତରଙ୍ଗତା ବଢ଼ିବାରୁ ପରବର୍ତ୍ତୀ ସମୟରେ ବାଂଲାଦେଶ ଯାଇ ରୁମାଙ୍କୁ ଭେଟିଥିଲେ ବୀରେନ୍ଦ୍ର। ସେଇଠି ଆରମ୍ଭ ହୋଇଥିଲା ପ୍ରେମ। ଆଉ ସେହି ପ୍ରେମ ସଂପର୍କରୁ ୬ ବର୍ଷ ତଳେ ମୁସଲିମ ରୀତିନୀତି ଅନୁଯାୟୀ ମୌଲାନାଙ୍କ ଉପସ୍ଥିତିରେ ବାଂଲାଦେଶ ବକ୍ସ ବଜାରରେ ଉଭୟେ ବିବାହ କରିଥିବା ଦାବି କରିଛନ୍ତି ରୁମା। 

Advertisment

ତେବେ ଉଭୟଙ୍କ ମଧ୍ୟରେ ଗଢ଼ିଉଠିଥିବା ସଂପର୍କରେ ସତ୍ୟତା କେତେ ? ସତରେ ରୁମା ଓ ବୀରେନ୍ଦ୍ର ବିବାହ କରିଛନ୍ତି ନା ନାହିଁ ? ରୁମା ସେଭଳି କୌଣସି ପ୍ରମାଣ ଦେଖାଇପାରିନାହାନ୍ତି। କେବଳ ଯାହା ଗୋଟିଏ ରିଲ୍ସରେ ଏକାଠି ଦେଖିବାକୁ ମିଳିଛି ରୁମା ଓ ବୀରେନ୍ଦ୍ରଙ୍କୁ। ଏଭଳି ସ୍ଥିତିରେ ବୀରେନ୍ଦ୍ର ଏବେ କେଉଁଠି, ତାହା ଜଣାପଡ଼ିନଥିବାବେଳେ ଏହା ଏକ ମିଥ୍ୟା ଅଭିଯୋଗ, ଏତେଦିନ ଧରି ସଂପୃକ୍ତ ଯୁବତୀ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ବୀରେନ୍ଦ୍ରଙ୍କ ବାପା ।

ରୁମାଙ୍କ ଅଭିଯୋଗ ପଛର ସତ୍ୟତା କେତେ, ତାହା ସ୍ପଷ୍ଟ ହୋଇନାହିଁ। ଏପରିକି ପୋଲିସ ପାଖରେ ମଧ୍ୟ କୌଣସି ଅଭିଯୋଗ କରିନାହାଁନ୍ତି ରୁମା। କିନ୍ତୁ ଏହି ଘଟଣା ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

Love Story Hate Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ