Advertisment

୯ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଶବକୁ ୧୦ଖଣ୍ଡ କରି ଦୁଇ ଦିନ ନିଜ ପାଖରେ ରଖିଲା . . .

ଏ ଖବର ଶୁଣିଲା ମାତ୍ରେ ସମସ୍ତଙ୍କ ଦେହ ଶୀତେଇ ଉଠୁଛି ।

ଅଦ୍ୟତନ ହୋଇଛି
Rajasthan Rape Case

rape

Advertisment

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା । ରାଜସ୍ଥାନ ଉଦୟପୁର ଜିଲ୍ଲାର ମାଭଲି ତହସିଲରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ତୀକ୍ଷ୍ଣ ଅସ୍ତ୍ରରେ କାଟି ତାକୁ ହତ୍ୟା କରିଛି । ଏତିକିରେ ଅଭିଯୁକ୍ତର ବର୍ବରତା ଶେଷ ହୋଇଯାଇନି । କୁନି ଝିଅର ଶବକୁ ୧୦ ଖଣ୍ଡ କରି ନିଜ ପାଖରେ ଦୁଇ ଦିନ ରଖିଥିଲା ଅଭିଯୁକ୍ତ । ଆଉ ତା’ପରେ ସୁଯୋଗ ମିଳିବା ପରେ ଖଣ୍ଡ ଖଣ୍ଡ ଶବକୁ ଫିଙ୍ଗି ଦେଇଥିଲା । ତେବେ ଏସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

Advertisment

ଅଧିକ ପଢ଼ନ୍ତୁ:୧୬ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ; ରଶି ଲଗାଇ ଆତ୍ମହତ୍ୟାକଲା ପୀଡ଼ିତା

ଉଦୟପୁର ଜିଲ୍ଲାର ମାଭଲି ଥାନା ଅନ୍ତର୍ଗତ ଲୋପ୍ରା ଗାଁରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି । ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଜଣେ ୯ ବର୍ଷର ନାବାଳିକା ମାର୍ଚ୍ଚ ୨୯ରେ ପ୍ରାୟ ୪ଟା ସମୟରେ ସ୍କୁଲରୁ ଫେରିବା ପରେ ଚାଷ ଜମିକୁ ଯାଇଥିଲା । ହେଲେ ଅନେକ ସମୟ ଧରି ସେ ନଫେରିବାରୁ, ପରିବାର ସଦସ୍ୟମାନେ ତାଙ୍କୁ ଖୋଜିଥିଲେ । ଝିଅର କୌଣସି ଖୋଜଖବର ନମିଳିବା ପରେ ତାଙ୍କ ବାପା ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆଇପିସି ୩୬୩ ଧାରା ଅଧୀନରେ ଏକ ମାମଲା ରୁଜୁ କରି ନାବାଳିକାଙ୍କୁ ଖୋଜିବା ଆରମ୍ଭ କରିଥିଲା।

Advertisment

ଅନେକ ଖୋଜାଖୋଜି ପରେ ଶନିବାର ବିଳମ୍ବିତ ରାତିରେ ନାବାଳିକାର ଘର ଠାରୁ ୨୦୦ ମିଟର ଦୂରରେ ଥିବା ଏକ ଅଖା ଭିତରୁ ଖଣ୍ଡ ଖଣ୍ଡ ମାଂସ ଉଦ୍ଧାର କରାଯାଇଥିଲା । ପୋଲିସ ସମସ୍ତ ଖଣ୍ଡକୁ ସଂଗ୍ରହ କରି ମୃତଦେହକୁ ଉଦୟପୁର ଏମବି ହସ୍ପିଟାଲକୁ ପଠାଇ ଦେଇଥିଲେ । ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିବା ସହ ଛୁରୀରେ ୧୦ ଖଣ୍ଡ କରି କାଟି ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡିଥିଲା । ପୋଷ୍ଟମର୍ଟମ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏହି ମାମଲାରେ ଅଭିଯୁକ୍ତ କମଲେଶଙ୍କୁ ଗିରଫ କରାଯାଇଛି । ଘଟଣା ଦିନ ନାବାଳିକାକୁ ନିଜ ଘରକୁ ଡାକିଥିଲା ଅଭିଯୁକ୍ତ । ଆଉ ଝିଅଟି ଅଭିଯୁକ୍ତକୁ ଜାଣିଥିବାରୁ ସେ ମଧ୍ୟ ଘରକୁ ଚାଲିଯାଇଥିଲା । ଆଉ ସେଠାରେ ଅଭିଯୁକ୍ତ କମଲେଶ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲା । ପରେ ଗିରଫଦାରୀ ଭୟରେ ଘରେ ରଖାଯାଇଥିବା ଛୁରୀରେ ଖଣ୍ଡ ଖଣ୍ଡ କରି ଏକ ଅଖା ଭିତରେ ରଖିଥିଲା । ଆଉ ସମୟ ସୁବିଧା ଦେଖି ଶବ ଖଣ୍ଡକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା ।

Advertisment
Rape Case Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ