Old Man's Body Found In Fridge
ହାଇଦ୍ରାବାଦ: ଫ୍ରିଜ୍ ଭିତରୁ ମିଳିଲା ୯୩ ବର୍ଷୀୟ ବୃଦ୍ଧଙ୍କ ମୃତଦେହ। ଅନ୍ତିମ ସଂସ୍କାର କରାଇବା ପାଇଁ ପାଖରେ ଟଙ୍କା ନଥିବାରୁ ଜଣେ ବ୍ୟକ୍ତି ନିଜ ଜେଜେବାପାଙ୍କ ମୃତଦେହ ଫ୍ରିଜ୍ ଭିତରେ ରଖିଥିଲେ। ଦୁର୍ଗନ୍ଧ ହେବାରୁ ପଡ଼ୋଶୀ ପୋଲିସ୍କୁ ସୂଚନା ଦେଇଥିଲେ ଓ ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। ତେଲେଙ୍ଗାନାରେ ଏହି ଘଟଣା ଘଟିଛି।
ସୂଚନା ଅନୁସାରେ, ୯୩ ବର୍ଷୀୟ ବୃଦ୍ଧ ନିଜ ନାତି ନିଖିଲଙ୍କ ସହ ୱାରାଙ୍ଗଲର ପର୍କଲାରେ ଏକ ଭଡ଼ା ଘରେ ରହୁଥିଲେ। ବୃଦ୍ଧ ଜଣକ ଚାକିରିରୁ ଅବସର ନେବା ପରେ ପେନସନ୍ ଟଙ୍କାରେ ଉଭୟ ଜେଜେବାପା ଓ ନାତି ଚଳୁଥିଲେ। ତେବେ ଦୀର୍ଘ ଦିନ ହେବ ସମ୍ପୃକ୍ତ ବୃଦ୍ଧ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ଜେଜେବାପାଙ୍କ ମୃତ୍ୟୁ ପରେ ନାତି ନିଖିଲ ମୃତଦେହକୁ ବେଡ୍ଶିଟ୍ରେ ଗୁଡ଼ାଇ ଏହାକୁ ଫ୍ରିଜ୍ରେ ରଖିଥିଲେ। ଅନ୍ତିମ ସଂସ୍କାର ପାଇଁ ପାଖରେ ଟଙ୍କା ନଥିବାରୁ ଏଭଳି କରିଥିବା ୨୩ ବର୍ଷୀୟ ନିଖିଲ ପୋଲିସ୍ ଆଗରେ କହିଛନ୍ତି।
Also Read
ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀ ପୋଲିସ୍କୁ ସୂଚନା ଦେଇଥିଲେ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ବେଳେ ଫ୍ରିଜ୍ ଭିତରୁ ୯୩ ବର୍ଷୀୟ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା।
ପେନସନ୍ ଟଙ୍କା ଯେଭଳି ବନ୍ଦ ନହୁଏ, ସେଥିପାଇଁ ନିଖିଲ ଏଭଳି କରିଛନ୍ତି ନା ପ୍ରକୃତରେ ପାଖରେ ଟଙ୍କା ନଥିବାରୁ ସେ ଏଭଳି କରିଛନ୍ତି, ପୋଲିସ୍ ଏନେଇ ଘଟଣାର ତଦନ୍ତ କରୁଛି। ପୋଲିସ୍ ଏକ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628833209.jpg)


