Advertisment

ମୁଖା ପିନ୍ଧି ବ୍ୟାଙ୍କରେ କଳାକନା ବୁଲାଇଥିଲେ, ଖୋଜିଖୋଜି ଧରିଲା ପୋଲିସ୍‌

ରାସୋଳ ଓଡ଼ିଶା ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ମାରଣାସ୍ତ୍ର ଦେଖାଇ ଓ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା, ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
Bank Loot

Bank Loot

Advertisment

ଢେଙ୍କାନାଳ: ଢେଙ୍କାନାଳ ରାସୋଳ ଓଡ଼ିଶା ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ଡକାୟତି ହୋଇଥିବା ୭ କେଜି ସୁନା ମଧ୍ୟରୁ ୫ କେଜି ୩୫୮ ଗ୍ରାମ ସୁନାଗହଣା ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହାସହ ନଗଦ ୧୧ ଲକ୍ଷ ୫୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। 

Advertisment

ଏଥିସହ ଡକାୟତି ବେଳେ ବ୍ୟବହୃତ ୨ ବାଇକ, ଗୋଟିଏ ସ୍କୁଟର ଓ ଗୋଟିଏ କାର୍‌ ସହ  ପୋଲିସ ମାରଣାସ୍ତ୍ର ଜବତ କରିଛି। ଗତ ୧୨ ତାରିଖରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଥିଲା। ମାରଣାସ୍ତ୍ର ଦେଖାଇ ଓ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା, ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ଅନୁସାରେ, ଗତ ୧୨ରେ ୪ ଜଣ ଯୁବକ ଦୁଇଟି ମୋଟରସାଇକେଲରେ ଆସି ମୁଖା ପିନ୍ଧି ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। ହାତରେ ଛୁରୀ, ଭୁଜାଲି ଆଦି ମାରଣାସ୍ତ୍ର ଧରିଥିବା ଡକାୟତ ଦଳ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଷ୍ଟ୍ରଙ୍ଗ ରୁମରେ ତାଲା ପକାଇ ଦେଇଥିଲେ। ଏହାପରେ ଲକର ଭିତରେ ଗଚ୍ଛିତ ଟଙ୍କା ସୁନା ଲୁଟି ନେଇଥିଲେ। 

Advertisment
Bank Loot Bank Loot In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ