8th class student consumes poison when denied mobile phone in Keonjhar
ଆଜିକାଲିର ଯୁବପିଢ଼ିଙ୍କୁ ଅନ୍ଲାଇନ୍ ଗେମ୍ ନିଶା ଏତେ ଘାରିଲାଣି ଯେ, ଏଥିପାଇଁ ଜୀବନ ହାରିବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି। ପରିବାର ଲୋକ ତାଗିଦ୍ କରିବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି।
ମୋବାଇଲ୍ ପାଇଁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ବିଷ ପିଇ ଦେଇଥିବା ଜଣାପଡ଼ିଛି। କେନ୍ଦୁଝର ସଦର ଥାନା ବରଦାପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନାଥାଉ କି, ସ୍କୁଲ୍ରୁ ଆସିବା ମାତ୍ରେ ପୁଅ ମୋବାଇଲ ଧରୁଥିବାରୁ ମାଆ ରାଗିକି ଗାଳି କରିଥିଲେ। ଏହାକୁ ନେଇ ପୁଅ ବିଷ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ନାବାଳକକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1695439964.jpg)