Advertisment

ମହଙ୍ଗା ପଡ଼ିଲା ରାଗିଂ: ୮୨ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ୍‌, ଲାଇବ୍ରେରୀରୁ ମିଳିବନି ବହି

ରାଗିଂ ଅଭିଯୋଗରେ ୮୨ ଜଣ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ୍‌ କରାଯାଇଛି।  ଅଭିଯୋଗ ଅନୁସାରେ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିଲେ।

82 OSME students fined for ragging in Keonjhar

82 OSME students fined for ragging in Keonjhar

Advertisment

ରାଗିଂ ଅଭିଯୋଗରେ ୮୨ ଜଣ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ୍‌ କରାଯାଇଛି। ଜଣକ ପିଛା ହଜାରେ ଟଙ୍କା ଲେଖାଏ ଫାଇନ୍ କରିଛନ୍ତି କେନ୍ଦୁଝରର ଓଡ଼ିଶା ସ୍କୁଲ ଅଫ୍ ମାଇନିଂ କର୍ତ୍ତୃପକ୍ଷ। ସେହି ଛାତ୍ରଙ୍କୁ ଲାଇବ୍ରେରୀରୁ ବହି ମଧ୍ୟ ଦିଆଯିବନି। ଅଭିଯୋଗ ଅନୁସାରେ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିଲେ।  ଏ ସମ୍ପର୍କରେ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା।

Advertisment

ତଦନ୍ତ କମିଟି ଘଟଣାର ଅନୁଧ୍ୟାନ କରିବା ପରେ ୮୨ ଜଣ ଛାତ୍ରଙ୍କୁ ହଜାରେ ଟଙ୍କା ଲେଖାଏ ଜରିମାନା କରାଯାଇଛି। ପଞ୍ଚମ ଓ ଶେଷ ସେମିଷ୍ଟର ପାଇଁ ସେମାନଙ୍କୁ ଲାଇବ୍ରେରୀରୁ ବହି ଦିଆଯିବନି। ଆଉ ଥରେ ଏପରି ଭୁଲ୍‌ ହେବନି ବୋଲି ସେହି ଛାତ୍ରମାନେ ଲିଖିତ ଭାବେ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି।  ଏହାର ପୁନରାବୃତ୍ତି ହେଲେ, ସେମାନଙ୍କୁ ସ୍କୁଲ୍‌ରୁ ବାହାର କରି ଦିଆଯିବ ବୋଲି ଅଧ୍ୟକ୍ଷ କହିଛନ୍ତି।

ଅନ୍ୟପକ୍ଷେ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ ହୋଇଛି। ଏଥର କଲେଜ ନୁହେଁ ସ୍କୁଲ୍‌ରେ ହୋଇଛି ରାଗିଂ। ଗୋଷାଣି ନୂଆଗାଁ ଅଞ୍ଚଳରେ ଥିବା ଗୁରୁକୁଳ ଇଣ୍ଟରନ୍ୟାସନାଲ ସ୍କୁଲରୁ ଆସିଛି ଏହି ଅଭିଯୋଗ। ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ସିନିୟର ଛାତ୍ର ମାନେ ରାଗିଂ କରିଥିବା ଅଭିଯୋଗ ଆସିଛି। ଛାତ୍ର ଜଣଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦିଆଯାଉଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି। ଶିକ୍ଷାନୁଷ୍ଠାନରେ ଏଭଳି ଘଟଣାକୁ ବିଜେପି ନିନ୍ଦା କରିଛି।   

Advertisment

ପୂର୍ବରୁ ଖଲ୍ଲିକୋଟ କଲେଜ ଓ ଆଚାର୍ଯ୍ୟ ବିନାୟକ କଲେଜରୁ ରାଗିଂ ଅଭିଯୋଗ ଆସିଥିଲା। ସେହିପରି ବୁର୍ଲା ଭିସୁଟ୍‌ର ଜଣେ ଜୁନିଅର ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ଆସିଥିଲା।  

Ragging Ragging Allegations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ