Advertisment

ନାବାଳିକାକୁ ‘ଡିଜିଟାଲ୍‌ ରେପ୍‌’ କରି ଜେଲ ଗଲେ ୮୧ ବର୍ଷୀୟ ବୃଦ୍ଧ

ଡିଜିଟାଲ୍‌ ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଗଲେ ୮୧ ବର୍ଷୀୟ ବୃଦ୍ଧ...

ଅଦ୍ୟତନ ହୋଇଛି
 81-Year-Old Held For 'Digital Rape'. Know What It Means And Punishment For The Crime

81-Year-Old Held For 'Digital Rape'. Know What It Means And Punishment For The Crime

Advertisment

ଡିଜିଟାଲ୍‌ ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଗଲେ ବୃଦ୍ଧ । ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏହି ଲଜ୍ଜ୍ୟାଜନକ ଘଟଣା । ୧୭ ବର୍ଷର ଝିଅକୁ ଡିଜିଟାଲ୍‌ ଦୁଷ୍କର୍ମ କରିବାର ଅଭିଯୋଗରେ ଜଣେ ୮୧ ବର୍ଷୀୟ ବୃଦ୍ଧଙ୍କୁ ଜେଲ୍‌ ହୋଇଛି । ନାବାଳିକା ଦୀର୍ଘ ୭ ବର୍ଷ ଧରି ଏହି ଯୌନ ଶୋଷଣର ଶିକାର ହେଉଥିବାର ଅଭିଯୋଗ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁ ମରିସ ରାଇଡର ।

Advertisment

ସୂଚନା ଅନୁସାରେ, ନୋଏଡା ସେକ୍ଟର ୩୯ରେ ରହୁଥିବା ମରିସ ରାଇଡରଙ୍କ ଘରେ ପାଠ ପଢ଼ିବା ପାଇଁ ଜଣେ ନାବାଳିକା ରହିଥିଲା । ହେଲେ ଏହାର ଫାଇଦା ଉଠାଇ ସେ ନାବାଳିକାକୁ ଦୀର୍ଘ ୭ ବର୍ଷ ଧରି ନୃଶଂସ ପାଲଟି ଯୌନ ଶୋଷଣ କରି ଆସୁଥିଲେ।

ଅଭିଯୋଗ ଅନୁସାରେ, ୧୦ ବର୍ଷ ବୟସ ହୋଇଥିବା ସମୟରେ ପିଡ଼ୀତା ପରିବାର ନାବାଳିକାକୁ ବାହାରେ ଥିବା ବୃଦ୍ଧଙ୍କ ପାଖକୁ ପାଠ ପଢ଼ାଇବା ପଠାଇଥିଲେ । ହେଲେ ମରିସ୍ ନାବାଳିକାକୁ ଯୌନ ଶୋଷଣ କରିବା ଆରମ୍ଭ କରିଥିଲା । ଏହାକୁ ବିରୋଧ କଲେ ସେ ନାବାଳିକାକୁ ମାରପିଟ୍‌ ମଧ୍ୟ କରୁଥିଲା ।

Advertisment

ଏନେଇ ସମ୍ପୃକ୍ତ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ବୃଦ୍ଧଙ୍କ ନାଁରେ ଆଇପିସିର ଧାରା ୩୭୬ (ଦୁଷ୍କର୍ମ), ୩୨୩(ସ୍ୱେଚ୍ଛାକୃତ ଭାବେ ଆଘାତ ପାଇବା),୫୦୬(ଅପରାଧିକ ଧମକ) ଅନୁଯାୟୀ ଜେଲ୍‌ ପଠାଯାଇଛି । ତେବେ ନାବାଳିକା ଜଣକ ଏହାକୁ ବିରୋଧ କରିବା ପାଇଁ ଡରୁଥିବାବେଳେ ହଠାତ୍‌ ସାହାସ କରି ସେ ଏହା ବିରୁଦ୍ଧରେ ସ୍ୱର ଉଠାଇଛନ୍ତି ।

କ’ଣ ଏହି ଡିଜିଟାଲ୍‌ ରେପ୍‌ ?

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଡିଜିଟାଲ୍‌ ରେପ୍‌ କୌଣସି ଡିଜିଟାଲ୍‌ ମାଧ୍ୟମରେ ରେପ୍‌କୁ ବୁଝାଇନଥାଏ । ହେଲେ ନିଜ ହାତ ମାଧ୍ୟମରେ ଅନ୍ୟଙ୍କ ପ୍ରାଇଭେଟ୍‌ ପାର୍ଟକୁ କୌଣସି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟରେ ଛୁଇଁବା ତଥା ସ୍ପଷ୍ଟ କରିବାକୁ ବୁଝାଇଥାଏ । 'digit' ଡିଜିଟ୍‌ ମାନେ ହେଉଛି ଅଙ୍କ । ଇଂରାଜୀ ଡିକ୍‌ସନାରୀ ଅନୁସାରେ, ହାତ ବା ଗୋଡର ଆଙ୍ଗୁଠି, ବୁଢା ଆଙ୍ଗୁଠି ଭଳି ଶରୀରର ଅଂଶଗୁଡ଼ିକୁ ମଧ୍ୟ ଡିଜିଟ ବୋଲି କୁହାଯାଏ। ତେଣୁ ଡିଜିଟାଲ୍ ମାଧ୍ୟମରେ ଯେଉଁ ଯୌନ ଶୋଷଣ କରାଯାଇଥାଏ ତାହାକୁ ଡିଜିଟାଲ ରେପ୍ ବୋଲି କୁହାଯାଏ। ୨୦୧୨ରେ ଦୁଷ୍କର୍ମ ଆଇନରେ ସଂଶୋଧନ କରାଯାଇଥିଲେ। ଡିଜିଟାଲ ରେପକୁ ମଧ୍ୟ ଯୌନ ଶୋଷଣରେ ସାମିଲ କରାଯାଇଛି।

Advertisment

ସାଧାରଣତଃ ଦୁଷ୍କର୍ମ ମାମଲାରେ ପିଡୀତା ସମାଜ ଜାଣିବା ଭୟରେ ଚୁପ୍‌ ରହିଥାନ୍ତି । ଏବେ ବି ଅନେକ ମାମଲା ରହିଛି ଯାହା ବିରୁଦ୍ଧରେ ପିଡୀତା ଚୁପ୍‌ ରହିଛନ୍ତି । କିନ୍ତୁ ଆଇନ୍‌ ଅନୁଯାୟୀ ଦୁଷ୍କର୍ମକାରୀଙ୍କୁ କୋର୍ଟଙ୍କ ପକ୍ଷରୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇପାରେ । ଏହାସହ ବେଳେବେଳେ ଅପରାଧକୁ ଦୃଷ୍ଟିରେ ରଖି ଦଣ୍ଡାଦେଶ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ ।

Noida Police Molestation Digital Rape Sextual Assualt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ