Advertisment

Skeleton Rescue: ମୃତ୍ୟୁର ୮ ମାସ ପରେ ଘର ଅଗଣା ଖୋଳିଲେ, ମାଟି ତଳୁ ବାହାରିଲା କଙ୍କାଳ

ଅନିଶା ଗର୍ଭବତୀ ହେବା ପରେ ସନ୍ତାନ ଜନ୍ମ ଦେଲେ। ୨୦୨୧ ନଭେମ୍ବର ୬ ର ଘଟଣା। ଅନିଶା ନିଜ ହାତରେ ଘର ଅଗଣାରେ ଜନ୍ମକଲା ଶିଶୁକୁ ହତ୍ୟା କରି ପୋତି ଦେଇଥିଲେ। ପୁଣି ଥରେ ଗର୍ଭବତୀ ହେଇଥିଲେ ଅନିଶା। ଏଥର ଦ୍ୱିତୀୟ ଶିଶୁ ସହିତ ସମାନ ସ୍ଥିତି ହେଲା। ୨୦୨୪ ଅଗଷ୍ଟ ୨୯। ସେଦିନ ଅନିଶା ଶିଶୁକୁ ହତ୍ୟା କରିବା ପରେ ମୃତଦେହକୁ ଏକ କପଡ଼ାରେ ଗୁଡ଼ାଇ ଘରେ ରଖିଥିଲେ। ପରଦିନ ଭାବିନଙ୍କ ଘରକୁ ନେଇଯାଇଥିଲେ। ତା'ପରେ ଭାବିନ ତାଙ୍କ ଘର ପଛ ପଟେ ଥିବା ଏକ ବଗିଚାରେ ମୃତଦେହ ପୋତି ଦେଇଥିଲେ।

ଅଦ୍ୟତନ ହୋଇଛି
ବ୍ୟାଗ୍ ଭିତରେ କଙ୍କାଳ

ବ୍ୟାଗ୍ ଭିତରେ କଙ୍କାଳ

Advertisment

କୁଆଁରୀ ଝିଅ ଲଗାତର ଦୁଇ ଥର ମା’ ହେବା ପରେ ଏହି ନବଜାତ ଶିଶୁଙ୍କୁ ନିଜ ହାତରେ ହତ୍ୟା କରେ। ହତ୍ୟା ପରେ ଶିଶୁଙ୍କ ଶବକୁ ଘର ଭିତରେ ମାଟି ଖୋଳି ପୋତିଦିଆଯାଏ। ଯେତେବେଳେ ଏହି କୁଆଁରୀ ମା’ର ପ୍ରେମିକ ସହିତ ଫାଟ ହେଲା ପ୍ରେମିକ ଦୁଇ ଶିଶୁଙ୍କ କଙ୍କାଳ ଏକ ବ୍ୟାଗରେ ଭର୍ତ୍ତି କରି ଥାନାରେ ପହଞ୍ଚିଯାଏ। ଆଉ ତା’ ପରେ ଯାହା କିଛି ଘଟିଯାଏ ସବୁ ସିନେମା କାହାଣୀ ପରି ରହସ୍ୟା ଓ ରୋମାଞ୍ଚ ଭରା।

Advertisment

ଗୋଟିଏ କୁଆଁରୀ ମା’ର କାହାଣୀ

କେରଳର ତ୍ରିସୁର ଜିଲ୍ଲାର ଭାବିନ ଏବଂ ଅନିଶା। ୨୦୨୦ ମସିହାରେ ପ୍ରଥମ ଥର ପାଇଁ ଫେସବୁକ୍ ମାଧ୍ୟମରେ ଯୋଡ଼ି ହୁଅନ୍ତି। ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ପରସ୍ପର ସହିତ ଘନିଷ୍ଠ ସମ୍ପର୍କରେ ଥିଲେ। ଅନେକ ମୂହୁର୍ତ୍ତ ଯଦିଓ ଏକାଠି କାଟୁଥିଲେ କିନ୍ତୁ ସେମାନେ ବାହା ହୋଇନଥିଲେ। ଅନ୍ତରଙ୍ଗ ମୂହୁର୍ତ୍ତ ଭିତରେ ଅନିଶା ଅନେକ ଥର ଗର୍ଭବତୀ ହେଇଛନ୍ତି।

ଏମିତି ରାକ୍ଷସ ଦୁନିଆରେ ଥାଆନ୍ତି !

ଅନିଶା ଗର୍ଭବତୀ ହେବା ପରେ ସନ୍ତାନ ଜନ୍ମ ଦେଲେ। ୨୦୨୧ ନଭେମ୍ବର ୬ ର ଘଟଣା। ଅନିଶା ନିଜ ହାତରେ ଘର ଅଗଣାରେ ଜନ୍ମକଲା ଶିଶୁକୁ ହତ୍ୟା କରି ପୋତି ଦେଇଥିଲେ। ପୁଣି ଥରେ ଗର୍ଭବତୀ ହେଇଥିଲେ ଅନିଶା। ଏଥର ଦ୍ୱିତୀୟ ଶିଶୁ ସହିତ ସମାନ ସ୍ଥିତି ହେଲା। ୨୦୨୪ ଅଗଷ୍ଟ ୨୯। ସେଦିନ ଅନିଶା ଶିଶୁକୁ ହତ୍ୟା କରିବା ପରେ ମୃତଦେହକୁ ଏକ କପଡ଼ାରେ ଗୁଡ଼ାଇ ଘରେ ରଖିଥିଲେ। ପରଦିନ ଭାବିନଙ୍କ ଘରକୁ ନେଇଯାଇଥିଲେ। ତା'ପରେ ଭାବିନ ତାଙ୍କ ଘର ପଛ ପଟେ ଥିବା ଏକ ବଗିଚାରେ ମୃତଦେହ ପୋତି ଦେଇଥିଲେ।

Advertisment

ମାଟି ତଳୁ କାଢ଼ିଲେ କଙ୍କାଳ

୨୦୨୧ରେ ଅନିଶା ଯେଉଁ ଶବ ଘର ଅଗଣାରେ ପୋତିଥିଲେ ଏହି ଶବକୁ ଆଠ ମାସ ପରେ କାଢ଼ିଥିଲେ। ମାଟି ଖୋଲିବା ପରେ ଶବ କଙ୍କାଳ ହେଇଯାଇଥିଲା। ଏହି ଅବଶେଷକୁ ଘର ଅଗଣା ଖୋଳି ପୁଣି କାଢ଼ିଥିଲେ। ଏହାକୁ ସେ ଭାବିନଙ୍କୁ ଦେଇଥିଲେ। ସେହିଭଳି ୨୦୨୪ରେ ଯେଉଁ ଶବ ଭାବିନା ତାଙ୍କ ଘର ପଛ ପଟେ ପୋତିଥିଲେ, ତାକୁ ସେ କାଢ଼ି କଙ୍କାଳ ସଂଗ୍ରହ କରିଥିଲେ।

ପ୍ରେମୀମାନେ ଅଲଗା ହୋଇଯାଇଥିଲେ

ପରବର୍ତ୍ତି ସମୟରେ ଅନିଶା ଏଭଳି ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଚାହିଁନଥିଲେ। ଅନିଶା ଅଲଗା ହୋଇଯାଇଥିଲେ। ଯେତେବେଳେ ଅନିଶା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହିଁଲେ ଭାବିନ୍ ତାଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲେ। ଦୁଇ ମୃତ ଶିଶୁଙ୍କ କଙ୍କାଳ ବ୍ୟବହାର କରି ପୁଲିସ ଦ୍ବାରା ଗିରଫ ଦେଖାଇଥିଲେ। ଜୁନ ୨୯ ତାରିଖ ରବିବାର ଦିନ ପ୍ରାୟ ୧୨ଟା ୩୦। ଭାବିନ ନିଜେ ପୁଥୁକକଡ ଥାନାରେ ଦୁଇ ଶିଶୁଙ୍କ ଅସ୍ଥି କଙ୍କାଳ ଧରି ପହଞ୍ଚିଥିଲେ। ପୁଲିସ ସାମନାରେ ଏହାକୁ ରଖିଥିଲେ।

Advertisment

ହତ୍ୟାକାଣ୍ଡକୁ ଘୋଡ଼ାଇବାକୁ ବଡ଼ ମିଛ

ଅନିଶା ଯେତେବେଳେ ପୁଲିସ ହାତରେ ଧରାପଡ଼ିଥିଲେ ଦୁଇଟି ହତ୍ୟାକାଣ୍ଡକୁ ପ୍ରଥମେ ଫାଙ୍କି ଉଡ଼ାଇ ଦେଇଥିଲେ। ସନ୍ତାନମାନେ ମୃତ ଭାବରେ ଜନ୍ମ ହୋଇଥିଲା। କିନ୍ତୁ ପୁଲିସ ତଦନ୍ତ ସମୟରେ ଅନିଶାଙ୍କ ମିଛ ସାମନାକୁ ଆସିଥିଲା। ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଥିଲା ଏହି ହତ୍ୟାକାଣ୍ଡ। ଭାବିନ୍ ହିଁ ସେହି ବ୍ୟକ୍ତି ଯିଏ ଉଭୟ ହତ୍ୟାକାଣ୍ଡ କରିବାକୁ ଅନିଶାଙ୍କୁ ପ୍ରବର୍ତ୍ତାଇଥିଲେ। ଅନ୍ତିମ ସଂସ୍କାର ପାଇଁ ଶିଶୁର ହାଡ଼ ସଂରକ୍ଷିତ କରି ରଖିବାକୁ କହି ଦୁଇ ଶିଶୁଙ୍କୁ ମାଟି ତଳେ ପୋତି ଦେଇଥିଲେ।

ରୋମାଞ୍ଚକର କାହାଣୀ

ପୁଲିସ ଏହି କାହାଣୀ ଶୁଣି ଭୟଭିତ ହୋଇଯାଇଥିଲା। ନିଜେ ହତ୍ୟାକାରୀ ଦୁଇ ଶିଶୁଙ୍କୁ ହତ୍ୟା କରିବା ପରେ ଅସ୍ଥି କଙ୍କାଳ ଧରି ଥାନାରେ ପହଞ୍ଚିବା ଘଟଣା ଥିଲା ରୋମାଞ୍ଚକର କାହାଣୀ ଭଳି। ହତ୍ୟାକାଣ୍ଡ ପଛର ରହସ୍ୟ ଥିଲା ଭିନ୍ନ। ଯେହେତୁ ଅନିଶା କୁଆଁରୀ ମାତୃତ୍ବ ଲାଭ କରିଥିଲେ ତେଣୁ ଏହି ଶିଶୁଙ୍କୁ ଦୁନିଆ ସାମନାକୁ ଆଣିଲେ ବଦନାମ ହେବାର ଭୟ ଥିଲା। ଏଥିପାଇଁ ଏହି ଅବୈଧ ସମ୍ପର୍କରୁ ଜନ୍ମ ହେଇଥିବା ଦୁଇ ଶିଶୁଙ୍କ ସମ୍ପର୍କରେ କାହାକୁ ନଜଣାଇ ହତ୍ୟା କରିବା ପରେ ମାଟି ତଳେ ପୋତି ଦେଇଥିବା ପୁଲିସ ତଦନ୍ତ ସମୟରେ ଜଣାପଡ଼ିଥିଲା।

Recovery Of Human Skeleton Skeleton
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ