Advertisment

୭୯ ବର୍ଷୀୟ ବୃଦ୍ଧଙ୍କ ଡେଟିଂ ନିଶା ! ମହିଳାଙ୍କ ସହ ମିଳାମିଶା ମୋହରେ ହରାଇଲେ ୧୭ ଲକ୍ଷ

ପୁଣି ଜଣେ ବୃଦ୍ଧ ସାଇବର ଠକେଇର ଶିକାର ହୋଇ ଅବସର ପରେ ମିଳିଥିବା ଜମାପୁଞ୍ଜି ହରାଇଛନ୍ତି ।

ଅଦ୍ୟତନ ହୋଇଛି
 Cyber Crime

Cyber Crime

Advertisment

ଯୁବତୀ ଓ ମହିଳାଙ୍କ ସହ ଡେଟିଂ ଯିବା ମୋହରେ ଜଣେ ବୃଦ୍ଧ ଅବସର ପରର ଜମାପୁଞ୍ଜି ହରାଇଛନ୍ତି । ଅଜଣା ନମ୍ବରରୁ କଲ୍‌ କରି ଜଣେ ୭୯ ବର୍ଷୀୟ ବୃଦ୍ଧଙ୍କ ଠାରୁ ୧୭.୧ ଲକ୍ଷ ଲୁଟ କରିଛନ୍ତି ସାଇବର ଠକ । ଫଳରେ ବ୍ୟାଙ୍କ ଚାକିରିରୁ ଅବସର ନେବା ପରେ ପାଇଥିବା ଟଙ୍କା ବରବାଦ ହୋଇଯାଇଛି । ପୁନେରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଗତବର୍ଷ ଡିସେମ୍ବରରୁ ଚଳିତ ବର୍ଷ ଜୁନ ମାସ ମଧ୍ୟରେ ବୃଦ୍ଧ ଜଣକ ଏହି ଟଙ୍କା ହରାଛନ୍ତି । ଏ ସମ୍ପର୍କରେ ବୃଦ୍ଧଙ୍କ ପୁଅ ପୁଣେ ସାଇବର ସେଲରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି ।

Advertisment

ଅଧିକ ପଢ଼ନ୍ତୁ: ସାବଧାନ! 5G ସେବା ଅପ୍ଲୋଡ୍‌ ନାଁରେ କାଙ୍ଗାଳ କରିଦେବେ ସାଇବର ଲୁଟେରା

ଗତବର୍ଷ ଡିସେମ୍ବର ମାସରେ ଜଣେ ମହିଳା ବୃଦ୍ଧଙ୍କୁ ଅଜଣା ନମ୍ବରରୁ କଲ କରିଥିଲେ । ଡେଟିଂ ପାଇଁ ଆପଣ କୌଣସି ମହିଳା କିମ୍ବା ଯୁବତୀ ଚାହୁଁଛନ୍ତି କି ବୋଲି ସେପଟୁ ପ୍ରଶ୍ନ କରାଯାଇଥିଲା । ବୃଦ୍ଧ ଜଣଙ୍କ ଏଥିରେ ରାଜି ହେବା ପରେ ଫୋନ କରିଥିବା ମହିଳା ତାଙ୍କୁ କ୍ଲବର ସଦସ୍ୟ ହେବାକୁ କହିଥିଲେ ।

Advertisment

କ୍ଲବର ସଦସ୍ୟ ହେବା ପରେ ୨୦ରୁ ୪୦ ବର୍ଷର ମହିଳାଙ୍କ ସହ ଡେଟରେ ଯିବାକୁ ସୁଯୋଗ ମିଳିବ ବୋଲି ତାଙ୍କୁ ସାଇବର୍‌ ଠକ ଲୋଭ ଦେଖାଇଥିଲେ । ଏଥିରେ ଭଳି ଯାଇଥିଲେ ବୃଦ୍ଧ ଜଣକ । ସଦସ୍ୟ ହେବା ପାଇଁ ପ୍ରଥମେ ବୃଦ୍ଧଙ୍କୁ ୩ ହଜାର ଟଙ୍କା ମଗାଯାଇଥିଲା । ଆଉ ଯୁବତୀଙ୍କ ମୋହରେ ତୁରନ୍ତ ୟୁପିଆଇ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ । ସଦସ୍ୟତା ହାସଲ କରିବା ପରେ ମହିଳା ଜଣଙ୍କ ତାଙ୍କୁ କିଛି ଯୁବତୀ ଏବଂ ମହିଳାଙ୍କ ଫଟୋ ପଠାଇଥିଲେ ।

ଫଟୋ ଦେଖି ବୃଦ୍ଧ ଜଣଙ୍କ କିଛି ମହିଳାଙ୍କୁ ଚୟନ କରିଥିଲେ । ଏହାର ଫାଇଦା ଉଠାଇ ଫୋନ କରିଥିବା ମହିଳା ତାଙ୍କୁ ପୁଣି ଟଙ୍କା ମାଗିଥିଲେ । ବୃଦ୍ଧ ବି ଆରଟିଜିଏସ୍‌ ଜରିଆରେ ଟଙ୍କା ପଠାଇଥିଲେ । ଏହି ଡେଟିଂ ଚକରରେ ପଡ଼ି ବୃଦ୍ଧ ଜଣଙ୍କ ଡିସେମ୍ବରରୁ ଚଳିତ ବର୍ଷ ଜୁନ ମାସ ଯାଏ ପର୍ଯ୍ୟାୟ କ୍ରମେ ଟଙ୍କା ପଠାଇ ଚାଲିଥିଲେ ।

Advertisment

ଚଳିତ ବର୍ଷ ଜୁନ ମାସରେ ବୃଦ୍ଧ ଜଣଙ୍କ ପୁଣିଥରେ ଡେଟିଂ ବ୍ୟବସ୍ଥା କରିବାକୁ ମହିଳାଙ୍କୁ ଫୋନରେ କହିଥିଲେ। ଏହି ସମୟରେ ସେ ତାଙ୍କୁ ୬.୫ ଲକ୍ଷ ଟଙ୍କା ମାଗିଥିଲେ। ତେବେ ବୃଦ୍ଧ ଟଙ୍କା ଦେବାକୁ ମନା କରିବାରୁ ମହିଳା ଜଣଙ୍କ ତାଙ୍କ ସହ ଯୋଗାଯୋଗ ବନ୍ଦ କରିଦେଇଥିଲେ।

ହେଲେ ଏହାରି ଭିତରେ ୭ ମାସରେ ୧୭.୧ ଲକ୍ଷ ଟଙ୍କା ଡେଟିଂ ଯିବା ଲୋଭରେ ବାପା ଖର୍ଚ୍ଚ କରିଥିବା ଜାଣିବାକୁ ପାଇଥିଲେ ତାଙ୍କ ପୁଅ । ବୃଦ୍ଧ ଜଣକ ମଧ୍ୟ ନିଜେ ସବୁ କଥା ପୁଅକୁ କହିଥିଲେ । ବାପାଙ୍କ ଠାରୁ ସବୁ ଶୁଣିବା ପରେ ପୁଅ ସାଇବର ପୋଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି । ପ୍ରାଥମିକ ଯାଞ୍ଚ ପରେ ସାଇବର ପୁଲିସ ଘଟଣାକୁ ୱାରଜେ ମାଲୱାଡି ପୋଲିସ୍‌ ଷ୍ଟେସନକୁ ପଠାଇ ଦେଇଛି । ଗୁରୁବାର ଏ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି । ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୋଲସ୍‌ ଅଧିକାରୀ କହିଛନ୍ତି ।

Cyber Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ