Advertisment

ହ୍ୟାଙ୍ଗ୍‌ ହୋଇଗଲା ଫୋନ୍‌, ଆକାଉଣ୍ଟରୁ କଟିଗଲା ଲକ୍ଷେ ଟଙ୍କା !

ଟେକ୍ନୋଲୋଜି ଆଗଉଛି ସତ, କିନ୍ତୁ ଥମିବାର ନାଁ ନେଉନି ସାଇବର କ୍ରାଇମ। ବରିଷ୍ଠ ନାଗରିକଙ୍କ ସରଳତାର ଫାଇଦା ଉଠାଇଛନ୍ତି ସାଇବର ଅପରାଧୀମାନେ।

ଅଦ୍ୟତନ ହୋଇଛି
72-year-old loses Rs 99,500 after phone hangs

72-year-old loses Rs 99,500 after phone hangs

Advertisment

ହ୍ୟାଙ୍ଗ୍‌ ହୋଇଗଲା ଫୋନ୍‌, ଆକାଉଣ୍ଟରୁ ପୋଛି ହୋଇଗଲା ଟଙ୍କା। ଶହେ କି ହଜାରେ ନୁହେଁ, ବରଂ ବୃଦ୍ଧଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଗାୟବ ହୋଇଗଲା। ଜଣେ ୭୨ ବର୍ଷିୟ ବ୍ୟକ୍ତି ଟଙ୍କା ହରାଇ ଥାନାରେ ଦ୍ୱାରସ୍ଥ ହେବା ପରେ ଏଭଳି ଘଟଣା ସାମନାକୁ ଆସିଛି।   

Advertisment

ଟେକ୍ନୋଲୋଜି ଆଗଉଛି ସତ, କିନ୍ତୁ ଥମିବାର ନାଁ ନେଉନି ସାଇବର କ୍ରାଇମ। ବରିଷ୍ଠ ନାଗରିକଙ୍କ ସରଳତାର ଫାଇଦା ଉଠାଇଛନ୍ତି ସାଇବର ଅପରାଧୀମାନେ। ପୋଲିସର କହିବାନୁସାରେ ଉତ୍ତରାଖଣ୍ଡର ଡେରାଡୁନ୍‌ର ଜଣେ ୭୨ ବର୍ଷିୟ ବିଶ୍ୱ ମୋହନ ବାହୁଗୁଣା  ଫାସଟାଗ୍‌ରେ ରିଜାର୍ଜ କରିବା ପାଇଁ ଏକ ଇ-କମର୍ସ ଆପ୍‌ ଡାଉନଲୋଡ୍‌ କରିଥିଲେ। ତା’ପରେ କଣ ଘଟିଲା ଆସନ୍ତୁ ଜାଣିବା... 

ଦେଖନ୍ତୁ ଭିଡିଓ | ସାଇବର ଫ୍ରଡର ଶିକାର ହୋଇଥିବା ଜାଣିଲେ, କ’ଣ କରିବେ ? କିପରି ବର୍ତ୍ତିବେ ?

Advertisment

ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ସମ୍ପୂର୍ଣ୍ଣାନନ୍ଦ ଗୈରୋଲା  କହିଛନ୍ତି ଯେ, 'ଏତଲା ଅନୁସାରେ ଘଟଣା ଘଟିବାର ଦିନକ ପୂର୍ବରୁ ବହୁଗୁଣା 'ଫାଷ୍ଟ ଟାଗ୍‌ ସପୋର୍ଟ' ଆପ୍‌ ଡାଉନଲୋଡ୍‌ କରିଥିଲେ। ବହୁଗୁଣା ଫାସଟ୍ୟାଗ୍‌ରେ ରିଚାର୍ଜ କରିବା ପାଇଁ ଗୁଗଲ୍‌ରୁ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିଥିଲେ।  ଏକ ନମ୍ବରରେ କଲ୍‌ କରିବା ପରେ ବହୁଗୁଣାଙ୍କୁ ଏକ ଆପ୍‌ ଡାଉନଲୋଡ୍‌ କରି KYC ଅପଡେଟ୍‌ କରିବା ପାଇଁ କୁହାଯାଇଥିଲା। ଯେତେବେଳେ ଆପ୍‌କୁ ଡାଉନ୍‌ଲୋଡ୍‌ କରିଥିଲେ, ସେତେବେଳେ ମୋବାଇଲ ୩୦ ମିନିଟ୍‌ ପାଇଁ ହ୍ୟାଙ୍ଗ୍‌ ହୋଇଯାଇଥିଲା।' ତେବେ ଏହା ଫୋନ୍‌ର ଏକ ସାଧାରଣ ସମସ୍ୟା ଭାବି ସେ ଚୁପ୍ ରହିଥିଲେ।

ସେ ଆହୁରି କହିଛନ୍ତି ଯେ 'ଘଟଣା ଘଟିବାର ଦିନ ପେମେଣ୍ଟ କରିବା ଯାଇ ଡେବିଟ୍‌ କାର୍ଡର ଡିଟେଲ୍ସ ଦେବା ସମୟରେ ପୁଣି ଫୋନ୍‌ ହ୍ୟାଙ୍ଗ୍‌ ହୋଇଥିଲା। ଏପରିକି କୌଣସି OTP ଆସିନଥିଲା। ୧୦ ମିନିଟ୍‌ ପରେ ମୋବାଇଲ୍‌ ଚାଲୁ ହୋଇଥିଲା। ଏହାପରେ ତାଙ୍କ ଆକାଉଣ୍ଟରୁ କ୍ରମାଗତ ୩ ଟ୍ରାଂଜାକ୍ସନରେ ୯୯,୫୦୦ ଟଙ୍କା ଚାଲିଯାଇଥିବା ସେ ଜାଣିବାକୁ ପାଇଥିଲେ। ଏହି ଘଟଣାରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା କହିଛନ୍ତି ପୋଲିସ ଅଧିକାରୀ।'  

Advertisment
Cyber Crime Cyber Fraud Fastag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ