Advertisment

ଦିନ ଦ୍ୱିପହରରେ ଡକାୟତି; ବନ୍ଧୁକ ଦେଖାଇ ପୋଛିଦେଲେ ଗହଣା ସୋ’ରୁମ୍‌

ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ ।

ଅଦ୍ୟତନ ହୋଇଛି
Loot From Jewellery Shop

Loot From Jewellery Shop

Advertisment

ଯାଜପୁର ବ୍ୟାସନଗରରେ ଥିବା ଏକ ଗହଣା ସୋ’ରୁମ୍‌ରେ ଦିନ ଦ୍ୱିପହରରେ ଡକାୟତି । କର୍ମଚାରୀଙ୍କୁ ମାଡ଼ ମାରି ବିପୁଳ ପରିମାଣର ଗହଣା ଲୁଟ୍ ହୋଇଥିବା ସୂଚନା ମିଳିଛି । ବନ୍ଧୁକ ମୂନରେ ଡରାଇ ଗହଣା ଲୁଟି ଚମ୍ପଟ ମାରିଛନ୍ତି ୭ଜଣ ଡକାୟତ ।

Advertisment

ଦିନ ସାଢ଼େ ୧ଟାରୁ ୨ଟା ଭିତରେ ଡକାୟତି ହୋଇଥିବା ସୂଚନା ମିଳିଛି । ହାତରେ ବନ୍ଧୁକ ଧରି ୭ ଡକାୟତ ସୋ’ ରୁମ୍ ଭିତରେ ପଶିଥିଲେ । ଗ୍ରାହକଙ୍କୁ ଧମକାଇ ଓ କର୍ମଚାରୀଙ୍କୁ ମାଡ଼ ମାରି ଲୁଟ୍ ପାଟ୍ କରିଥିଲେ । ସିକ୍ୟୁରିଟି ଗାର୍ଡର ବନ୍ଧୁକ ଛଡ଼ାଇ ମଧ୍ୟ ଭାଙ୍ଗି ଦେଇଛନ୍ତି ଡକାୟତ । ଡକାୟତଙ୍କ ମାଡ଼ରେ ସୋ’ରୁମ୍ ର ଦୁଇଜଣ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । କେତେଟଙ୍କାର ଗହଣା ଲୁଟ୍ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନାଘନା କରୁଛି ।

Advertisment
Loot From Jewellery Shop Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ