Advertisment

୬୫ ବର୍ଷରେ ଖୋଜୁଥିଲେ ପ୍ରେମିକା, ହରାଇଲେ ୬୦ ଲକ୍ଷ

ଧୋକା ଦେଇଦେଲା ବିଧବା ପ୍ରେମିକା

ଅଦ୍ୟତନ ହୋଇଛି
65 Year Old Widower Loses Rs 60 Lakh on Marriage Portal

marriage portal

Advertisment

ବୃଦ୍ଧଙ୍କୁ ମହଙ୍ଗା ବଡ଼ିଲା ବାହା ହେବା ନିଶା । ହାତରୁ ଚାଲିଗଲା ୬୦ ଲକ୍ଷ ଟଙ୍କା । ୬୫ ବର୍ଷ ବୟସରେ ବୃଦ୍ଧ ଜଣକ ଜୀବନ ସାଥୀ ଖୋଜୁଥିବା ବେଳେ ଏମିତି ଏକ ଘଟଣା ଘଟିଥିବା ଜଣାପଡ଼ିଛି ।

Advertisment

ସୂଚନା ମୁତାବକ ବାହା ହେବାକୁ ବିଭିନ୍ନ ଅନଲାଇନ୍ ମ୍ୟାରେଜ୍‌ ପୋର୍ଟାଲରେ ବୃଦ୍ଧ ଜଣକ ଜୀବନ ସାଥୀ ଖୋଜୁଥିଲେ । ସେଠାରେ ଜଣେ ମହିଳାଙ୍କୁ ପସନ୍ଦ କରିବା ସହ ତାଙ୍କ ସହ କଲ୍‌ ଓ ଭିଡିଓ କଲରେ ବାର୍ତ୍ତାଳାପ କରିଥିଲେ । ପରେ ମହିଳାଙ୍କ ସହ ନ୍ୟୁଡ୍‌ କଲ୍‌ କରିଥିଲେ ବୃଦ୍ଧ ଜଣକ । ଯାହାକୁ ନେଇ ଯାଇଥିଲା ବୃଦ୍ଧଙ୍କ ୬୦ ଲକ୍ଷ ଟଙ୍କା ।

ଏପରି ଏକ ଘଟଣା ଘଟିଛି ମୁମ୍ବାଇରେ । ଘଟଣାକୁ ନେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚର ସାଇବର ପୋଲିସ୍ ତଦନ୍ତ ଚଳାଇଛି । ସାଇବର ପୋଲିସର କହିବା ଅନୁସାରେ ବୃଦ୍ଧ ଜଣକ ଜଣେ ବିଧବା ମହିଳାଙ୍କ ସହ ନ୍ୟୁଡ୍‌ କଲ୍‌ରେ କଥା ହୋଇଥିଲେ ।

Advertisment

ଅଧିକ ପଢ଼ନ୍ତୁ: ଝିଅଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ପଠାଉଥିଲେ ନଗ୍ନ ଛବି, ଏବେ ଧରାପଡ଼ି...

କଥା ହେବା ସମୟରେ ମହିଳା ଜଣକ ତାଙ୍କ ଭିଡିଓକୁ ରେକର୍ଡ କରିଥିଲେ । ଭିଡିଓ କ୍ଲିପ୍ ତାଙ୍କ ସମ୍ପର୍କୀୟଙ୍କୁ ପଠାଇବାକୁ ଧମକ ଦେଇଥିଲେ । ଏନେଇ କ୍ରାଇମବ୍ରାଞ୍ଚର ସାଇବର ପୋଲିସ୍ ସେଲରେ ପଞ୍ଜୀକୃତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ।

Advertisment

ଅନ୍ୟ ଜଣେ ଅଧିକାରୀ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବୃଦ୍ଧ ଜଣକ ବୃଦ୍ଧାବସ୍ଥାରେ ସାଥୀ ଖୋଜୁଥିଲେ । ସେ ପୁନର୍ବାର ବିବାହ କରିବାକୁ ଆଗ୍ରହୀ ଥିଲେ । ମ୍ୟାରେଜ୍ ପୋର୍ଟାଲରେ ଜଣେ ମହିଳାଙ୍କ ସହ ଚାଟ୍ କରିବା ପରେ ଏପରି କାର୍ଯ୍ୟ କରିଥିଲେ ।

ମହିଳା ଜଣକ ଧମକ ଦେବାରୁ ପରେ ମହିଳାଙ୍କୁ ୬୦ ଲକ୍ଷ ଟଙ୍କା ଦେଇଥିଲେ ବୃଦ୍ଧ ଜଣକ । ବଦଳରେ ଭିଡିଓକୁ ଡିଲିଟ୍ କରିବାକୁ କହିଥିଲେ । ହେଲେ ସେ ଭିଡିଓ ଡିଲିଟ୍‌ ନକରି ସୋସିଆଲ ମିଡିଆରେ ଛାଡ଼ି ଦେବାକୁ କହିଥିଲେ । ଯାହା ଫଳରେ ଘଟଣାଟି ଥାନାକୁ ଯିବା ସହ ତଦନ୍ତ ଆରମ୍ଭ ହୋଇଛି ।

Mumbai Crime Branch Cyber Crime Fake Marriage Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ