Advertisment

ରାଜଧାନୀରେ ଶିଶୁ ଚୋରି ପରେ ବିକ୍ରି ଉଦ୍ୟମ ପଣ୍ଡ

ନାବାଳିକାକୁ ଚୋରି ପରେ ବିକ୍ରି ଉଦ୍ୟମ କରିଥିବା ଅଭିଯୁକ୍ତର ସବୁ ଯୋଜନା ପଣ୍ଡ ହୋଇଗଲା। ନାବାଳିକାଟିକୁ ବିକ୍ରି କରିବା ପୂର୍ବରୁ ଅଭିଯୁକ୍ତକୁ ମାଡ଼ି ବସିଲା କମିଶନରେଟ ପୁଲିସ୍‌।

Missing Girl

Missing Girl

Advertisment

ରାଜଧାନୀରେ ଶିଶୁ ଚୋରି ପରେ ବିକ୍ରି ଉଦ୍ୟମ ପଣ୍ଡ । ୫ ଦିନ ଧରି ନିଖୋଜ ଥିବା ଜଣେ ନାବାଳିକାକୁ ପୋଲିସ ଉଦ୍ଧାର କରିଛି । ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିର ନାବାଳିକା ଜଣଙ୍କ ୫ଦିନ ତଳେ ନିଖୋଜ ହୋଇଯାଇଥିଲେ । ବହୁଖୋଜା ଖୋଜି ପରେ କିଛି ସୂଚନା ନ ମିଳିବା ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲା ।

Advertisment

ଚନ୍ଦ୍ରଶେଖରପୁର ଅଞ୍ଚଳରେ ନାବାଳିକାଙ୍କୁ ଧରି ଜଣେ ବୁଲୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଏହାପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତଙ୍କୁ ପଚରାଉଚରା ପରେ ସେ ପିଲାକୁ ଚୋରି ପରେ ବିକ୍ରି କରିବାକୁ ଯୋଜନା କରିଥିବା କମିଶନରେଟ ପୋଲିସ ସୂଚନା ଦେଇଛି । ତେବେ ସେ କାହାକୁ ପିଲାଟିକୁ ବିକ୍ରି କରିଥାନ୍ତା, ଏଥିନିମନ୍ତେ କାହା ସହ ଯୋଗାଯୋଗ କରିଥିଲା, ଅଭିଯୁକ୍ତଜଣକ ପୂର୍ବରୁ ଏପରି ଘଟଣା ଘଟାଇଥିଲା, ନା ଏହା ପ୍ରଥମ ସେ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି ପୁଲିସ୍‌।

Bhubaneswar Missing Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ