Advertisment

ତଦନ୍ତ କରିବାକୁ ଯାଇଥିଲେ ପୋଲିସ୍‌ ଟିମ୍‌, ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ

ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମବାସୀ ପୋଲିସ୍‌ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
ତଦନ୍ତ କରିବାକୁ ଯାଇଥିଲେ ପୋଲିସ୍‌ ଟିମ୍‌, ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ

Attack on police

Advertisment

ଭଦ୍ରକ: ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ପୋଲିସ୍‌ ଟିମ୍‌ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମବାସୀ ପୋଲିସ୍‌ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ଘଟଣାରେ ୪ ପୋଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ତୋରଣପଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ପୋଲିସ୍ କର୍ମଚାରୀଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ତୋରଣପଦା ଗାଁରେ ଥିବା ଏକ ଇଟା ଭାଟି ମାଲିକ ଓ ସରପଞ୍ଚଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଗତ ଗୁରୁବାର ରାତିରେ ସରପଞ୍ଚଙ୍କ ସମ୍ପର୍କୀୟ ପୁଅକୁ ମାଡ଼ ମାରିଥିବା ଅଭିଯୋଗରେ ଗତକାଲି ଇଟାଭାଟି ମାଲିକଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ଗତକାଲି ରାତିରେ ସାବରଙ୍ଗ ଥାନାର ଜଣେ ମହିଳା କନଷ୍ଟେବଲଙ୍କ ସମେତ ୪ କନଷ୍ଟେବଲ ତୋରଣପଦା ଗାଁକୁ ଯାଇଥିଲେ। ମାତ୍ର ସେଠାରେ ଅତର୍କିତ ଭାବେ ଗ୍ରାମବାସୀମାନେ ସେମାନଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଏପରିକି ଠେଙ୍ଗାରେ ନିର୍ଧୂମ ପିଟିଥିଲେ। ଏସବୁ ଘଟଣା ସିସିଟିଭିରେ କଏଦ ହୋଇଛି। ଗୁରୁତର ଅବସ୍ଥାରେ ପୁଲିସ୍‌ କର୍ମଚାରୀମାନେ ଦୌଡ଼ି ଦୌଡ଼ି ଘଟଣାସ୍ଥଳରୁ ଚାଲି ଆସିଥିଲେ।

Advertisment

ଏହି ଘଟଣା ପରେ ତୋରଣପଦା ଗାଁରେ ବ୍ୟାପକ ପୋଲିସ୍‌ ମୁତୟନ ହୋଇଥିବା ବେଳେ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଅନ୍ୟପକ୍ଷେ, ପୋଲିସ୍‌ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଗ୍ରାମବାସୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। 

Bhadrak Attack On Police Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ