ଘରୋଇ କଳହକୁ ନେଇ ଝଗଡ଼ା ପରେ ଏସିଡ୍‌ ମାଡ଼

ଘରୋଇ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ଘରୋଇ କଳହକୁ ନେଇ ଏସିଡ୍‌ ମାଡ଼

ବରଗଡ଼: ଘରୋଇ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏସିଡ୍ ଫିଙ୍ଗାଫିଙ୍ଗିରେ ଉଭୟ ପରିବାରରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ସହରର ନୂଆପଡ଼ାରେ ଏହି ଗଣ୍ଡଗୋଳ ଘଟିଛି। ବରଗଡ଼ ସହର ଉପକଣ୍ଠ ୧୧ ନମ୍ବର ଓ୍ୱାର୍ଡରେ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। 

ସୂଚନା ଅନୁସାରେ, ନୂଆପଡା ୱାର୍ଡ ୧୧ର  ମନୋଜ ସୋନି ଓ ପବନ ସୋନି ଝଗଡା ହେଉଥିବା ବେଳେ ବଡ଼ ଭାଇ ପବନ ରାଗିଯାଇ ସାନ ଭାଇ ମନୋଜଙ୍କ ଉପରକୁ ଏସିଡ ମାଡ଼ କରିଥିଲେ। ଏହି ଝଗଡା ଦେଖି ୩ ଜଣ ପଡୋଶୀ ସମାଧାନ କରିବା ପାଇଁ ଆସିଥିଲେ। ହେଲେ ଏହି ସମୟରେ ସେମାନଙ୍କ ଉପରକୁ ମଧ୍ୟ ପବନ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। 

ଏସିଡ୍‌ ମାଡରେ ଗୁରୁତର ହୋଇଥିବା ବ୍ୟକ୍ତିମାନେ ହେଲେ-ମନୋଜ ସୋନି,ଗୀତା ଦେବୀ, ଗୁଣ୍ଡୁ ଭୋଇ ଓ ପିଙ୍କୁ ଶର୍ମା। ସେମାନଙ୍କୁ ବରଗଡ ଟାଉନ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।