Advertisment

ଡକାୟତଙ୍କ ଡକାୟତି ସମ୍ପର୍କରେ ଜାଣିଦେଲେ ଠିକାଦାର, ସବୁଦିନ ରାସ୍ତାରୁ ହଟାଇ ଦେଲେ...

ଖୋର୍ଦ୍ଧା ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକରେ ଠିକାଦାରଙ୍କୁ ଗୁଳି କରି ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି।

4 People arrested in Khordha contractor murder case

4 People arrested in Khordha contractor murder case

Advertisment

ଖୋର୍ଦ୍ଧା ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକରେ ଠିକାଦାରଙ୍କୁ ଗୁଳି କରି ହତ୍ୟା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିଛି। ଡକାୟତଙ୍କ ଡକାୟତି ସମ୍ପର୍କରେ ଠିକାଦାର ରମେଶ ରାଉତ ଜାଣିଥିବାରୁ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଅଭିଯୁକ୍ତ। ହତ୍ୟାକାଣ୍ଡ ପଛରେ ଏହା ହିଁ କାରଣ ବୋଲି ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କାଟେରିଆ ସ୍ପଷ୍ଟ କରିଛନ୍ତି।

Advertisment

ସୂଚନା ଅନୁସାରେ, ଗତ ୧୮ ତାରିଖ ରାତି ସାଢେ ୧୦ଟାରେ ଠିକାଦାର ରମେଶ ରାଉତ ନିଜ ବାଇକରେ ଘରକୁ ଫେରୁଥିଲେ। ଏହି ସମୟରେ ଅନ୍ୟ ଦୁଇଟି ବାଇକରେ ଅଭିଯୁକ୍ତମାନେ ଆସି ରମେଶଙ୍କୁ ଗୁଳି କରିଥିଲେ। ଚଣ୍ଡେଶ୍ୱର ଛକ ନିକଟରେ ଅତି ପାଖରୁ ରମେଶଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। 

ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ମନୋଜ ପରିଡ଼ା। ଯିଏକି ଜଣେ ପେଶାଦାର ଅପରାଧୀ। ମନୋଜ ନାଁରେ ବିଭିନ୍ନ ଥାନାରେ ୧୩ରୁ ଅଧିକ ମାମଲା ରହିଥିବା ଏସ୍‌ପି ସୂଚନା ଦେଇଛନ୍ତି। ମନୋଜ ସହ ଗଞ୍ଜାମ ଜିଲ୍ଲାର ସନ୍ତୋଷ ପ୍ରଧାନ, ଖୋର୍ଦ୍ଧା ଜିଲ୍ଲାର ଦିଲ୍ଲୀପ କୁମାର ସୁରଜିତ ଏବଂ ଗଙ୍ଗାଧର ସୁବୁଦ୍ଧିଙ୍କୁ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ