Chocolate
ବିଷାକ୍ତ ଚକୋଲେଟ୍ ଖାଇ ଦୁଇ ପରିବାରର ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯଯୋଗ ହୋଇଛି । ଉତ୍ତରପ୍ରଦେଶର କୁଶୀନଗରରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି । ପରିବାର ଳୋକଙ୍କ କହିବା ଅନୁଯାୟୀ, ଘରେ ବାହାରେ ପଡ଼ିଥିବା ଚକୋଲେଟ ଖାଇ ସେମାନଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁଅ ଏବଂ ଦୁଇ ଜଣ ଝିଅ ଅଛନ୍ତି । ସେହିପରି ଚକୋଲେଟ ଛଡ଼ା ଘର ବାହାରେ ପଇସା ପଡ଼ିଥିବା ଦେଖାଯାଇଛି ।
ପରିବାର ଲୋକଙ୍କ କହିବା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ବଡ଼ ପିଲାଟି ଚକୋଲେଟ ଆଣି ଅନ୍ୟ ୩ ଜଣଙ୍କୁ ବାଣ୍ଟିଥିଲେ । ଏହି ଚକୋଲେଟ ଖାଇବା ପରେ ୪ ଜଣ ଯାକ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି ।
ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ ବିଷକ୍ରିୟା ଲିଙ୍କକୁ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି କୁଶୀନଗର ଏସପି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Chocolate_1648040746.jpg)