Advertisment

ପ୍ରଧାନଶିକ୍ଷକଙ୍କ କାରନାମା, ୪ ଛାତ୍ରୀଙ୍କୁ ଦେଉଥିଲେ ଯୌନ ନିର୍ଯାତନା !

ସ୍କୁଲର ପ୍ରଧାନ ଶିକ୍ଷକ ଷଷ୍ଠ ଶ୍ରେଣୀର ୪ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।

Sexually Harassed

Sexually Harassed

Advertisment

୪ ସ୍କୁଲ ଛାତ୍ରୀଙ୍କୁ ଯୌନ ନିର୍ଯାତନା । ବଲାଙ୍ଗୀର ଦେଓଗାଁ ବ୍ଲକର ଏକ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଖୋଦ୍‌ ସ୍କୁଲ୍‌ର ପ୍ରଧାନଶିକ୍ଷକ ଏଭଳି କାଣ୍ତ ଘଟାଇଥିବା କୁହାଯାଉଛି । ସ୍କୁଲର ପ୍ରଧାନ ଶିକ୍ଷକ ଷଷ୍ଠ ଶ୍ରେଣୀର ୪ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।

Advertisment

ଛାତ୍ରୀଙ୍କୁ ନିଜ ପ୍ରକୋଷ୍ଠକୁ ଡାକି ନିର୍ଯାତନା ଦେଇଥିବା ଛାତ୍ରୀମାନେ ନିଜ ନିଜ ଅଭିଭାବକଙ୍କୁ କହିଥଲେ । ଏହି କଥା ଜାଣିବା ପରେ ଗ୍ରାମବାସୀ ସ୍କୁଲ ଉପରେ ଚଢାଉ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଘେରାଉ କରି ଅଟକ ମଧ୍ୟ ରଖିଛନ୍ତି ଗ୍ରାମବାସୀ । ଶିକ୍ଷକଙ୍କୁ ଅଟକ ରଖିଥିବାରୁ ଉତ୍ତେଜନା ଦେଖାଦେଇଛି ।  

Sexually Harassed School Headmaster
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ