Advertisment

ଗିରଫ ହେଲେ DRDOର ୪ ଠିକା କର୍ମଚାରୀ

ଗୁପ୍ତଚରୀ DRDOର ୪ ଠିକା କର୍ମଚାରୀ ଗିରଫ ହେଲେ। ଚାନ୍ଦିପୁର DRDOର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ବିଦେଶୀ ସଂସ୍ଥାକୁ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗିରଫ ହୋଇଥିବା ନେଇ ମିଳିଛି ସୂଚନା

arrested

arrested

Advertisment

ବାଲେଶ୍ୱର: ଗୁପ୍ତଚରୀ DRDOର ୪ ଠିକା କର୍ମଚାରୀ ଗିରଫ ହେଲେ। ଚାନ୍ଦିପୁର DRDOର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ବିଦେଶୀ ସଂସ୍ଥାକୁ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗିରଫ ହୋଇଥିବା ନେଇ ମିଳିଛି ସୂଚନା। ୪ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ ସ୍ପେଶାଲ ସ୍କ୍ବାଡ୍। ଗିରଫ ହେବା ନେଇ ପୂର୍ବାଞ୍ଚଳ ଆଇଜି ଏବଂ ବାଲେଶ୍ୱର ଏସପି ସୂଚନା ଦେଇଛନ୍ତି। ଆଜି ସକାଳେ ୪ ଅଭିଯୁକ୍ତଙ୍କୁ ଉଠାଇ ନେଇଥିଲା ପୋଲିସ। ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ ଅଭିଯୋଗରେ ଉଠାଇ ନିଆଯାଇଥିଲା।

Advertisment

ସୂଚନା ଅନୁସାରେ, ଚାନ୍ଦିପୁର DRDOର ୫ ଠିକା କର୍ମଚାରୀଙ୍କୁ ଉଠାଇ ନେଇଥିଲା ସ୍ପେଶାଲ ସ୍ୱ୍କାଡ । ଆଜି ସକାଳେ DRDO ଗେଟ୍ ସମ୍ମୁଖରୁ ଉଠାଇ ଆଣିଥିଲା ପୋଲିସ। ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଅଟକ ରଖାଯାଇଥିଲା। ଏନେଇ ଆଜି ଅପରାହ୍ନ ସାଢ଼େ ୩ଟାରେ ସୂଚନା ଦେଇଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ। ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇ ନେଇ ପଚରାଉଚାର କରିଛି ସ୍ପେଶାଲ ସ୍କ୍ବାଡ୍। ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ ପ୍ରଘଟ କରୁଥିବା ସୂଚନା ମିଳିବା ପରେ ଗତକାଲି ବିଳମ୍ବିତ ରାତିରେ ଘରୁ ପୋଲିସ ଉଠାଇ ଆଣିଥିଲା ପୋଲିସ। ଯେଉଁ ୫ ଜଣ ସନ୍ଦିଗ୍ଧଙ୍କୁ ଉଠାଇ ଅଣାଯାଇଛି, ସେମାନେ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ଜଣାପଡ଼ିଛି। ଡିଆରଡିଓ ପରିସରରେ ସେମାନେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ପୋଲିସ ଦ୍ୱାରା ଅଟକ ୫ ସନ୍ଦିଗ୍ଧଙ୍କ ମଧ୍ୟରୁ ୩ଜଣଙ୍କ ନାଁ ହେଉଛି ବସନ୍ତ ବେହେରା, ଟୁଲୁ ବେରା ଓ ମୂଷା ହେଲେ ଅନ୍ୟ ଦୁଇ ଜଣଙ୍କ ନାମ ସ୍ପଷ୍ଟ ହୋଇ ନାହିଁ ।

Advertisment

ଏମାନଙ୍କୁ ଧରିବା ପାଇଁ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ୬ ଟିମ୍ ଗଠନ ହୋଇଥିଲା । ଟିମରେ ୬ ଜଣ ଆଇଆଇସି ଏବଂ ୬ଜଣ୍ ଡିଏସପି ରହିଥିଲେ । ପ୍ରାୟ ତିନିଦିନ ଧରି ତନାଘନା ଜାରି ରଖିଥିଲା ପୋଲିସ ଅଟକ ୫ ସନ୍ଦିଗ୍ଧ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟର ବିଭିନ୍ନ ତଥ୍ୟ ପ୍ରଘଟ କରିଥିବା କୁହାଯାଉଛି । ତେବେ ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ କେଉଁମାନଙ୍କ ସମୃକ୍ତି ତାହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଗିରଫ ହୋଇଥିବା ୪ ଜଣ ଡିଆରଡିଓରେ ଏସି ଅପରେଟର ସହ ଜେନେରେଟର ଅପରେଟର ଭାବେ କାର୍ଯ୍ୟକରୁଥିବା ସୂଚନା ମିଳିଛି। ଏମାନେ ବିଦେଶୀ ସଂସ୍ଥା ସହ ଫୋନ୍ କଲ ମାଧ୍ୟମରେ କଥା ହୋଇଥିବା ସନ୍ଦେହ କରାଯାଉଛି, ତାସହ ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ସହ ୩ ଜଣ ସଂପର୍କରେ ଥିବା ସୁରାକ ମିଳିଥିବା ସୂଚନା ମିଳିଛି ।

Odisha DRDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ