Lifetime Imprisonment
ନୟାଗଡ଼: ବହୁଚର୍ଚ୍ଚିତ ଚାନ୍ଦପୁର ଡକାୟତି ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ। ୪ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ ଜିଲ୍ଲା ଜଜ୍ କୋର୍ଟ। ୨୦୧୪ରେ ଚାନ୍ଦପୁର ଶାସ୍ତ୍ରୀନଗରରେ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା ମାମଲାରେ ଦଣ୍ଡାଦେଶ। ଡକାୟତି କରିବାକୁ ଆସି ପରିବାରର ୪ ଜଣଙ୍କୁ ହତ୍ୟା କରି ଧରାପଡ଼ିଥିଲେ। ଗୋଟିଏ ପରିବାରର ଶିଶୁଙ୍କ ସମେତ ମୋଟ ୪ଜଣଙ୍କୁ ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ଜଜ ୪ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୪୫ ହଜାର ଟଙ୍କା ଲେଖାଏଁ ଫାଇନ ଦଣ୍ଡ ଶୁଣାଇଛନ୍ତି।
ଗତ ୨୦୧୪ରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚାନ୍ଦପୁର ଶାସ୍ତ୍ରୀ ନଗରରେ ଡକାୟତି ଉଦ୍ଦେଶ୍ୟରେ ୪ଜଣ ଡକାୟତ ଘରେ ପଶିଥିଲେ। ତେବେ ସେହି ଘରେ ଥିବା ୨ଶିଶୁ ଙ୍କ ସହ ପରିବାରର ମୋଟ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।
ଏହି ଘଟଣାକୁ ନେଇ ସେହି ସମୟରେ ଏକ ବିଶାଳ ଜନ ଆନ୍ଦୋଳନ ସହ ପୋଲିସର ଲାଠିଚାର୍ଜରେ ଅନେକ ଆହତ ହୋଇଥିଲେ। ତେବେ ଆଜୀବନ କାରାଦଣ୍ଡ ପାଇଥିବା ଦୋଷୀମାନେ ହେଲେ ଏ ରମେଶ, ଜେ ଜୟକୃଷ୍ଣ, ଜେ ସନ୍ତୋଷ, ଏମ କ୍ରିଷ୍ଣା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633710086.jpg)