Advertisment

ବଧୂହତ୍ୟା ମାମଲାରେ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡ

ବଧୂହତ୍ୟା ମାମଲାରେ ଯାଜପୁର ଜିଲ୍ଲା ଦୌରାଜଜ୍ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବୋହୂକୁ କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।

ଅଦ୍ୟତନ ହୋଇଛି
4 Awarded Life Imprisonment

4 Awarded Life Imprisonment

Advertisment

ଯାଜପୁର: ବଧୂହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ। ବଧୂହତ୍ୟା ମାମଲାରେ ଯାଜପୁର ଜିଲ୍ଲା ଦୌରାଜଜ୍ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। 

Advertisment

ସୂଚନା ଅନୁସାରେ, ମାହାଙ୍ଗା ଥାନା ଅନ୍ତର୍ଗତ ମଣ୍ଡା ଗାଁର ବାବାଜୀ ପଣ୍ଡାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଜେନାପୁର ଥାନା ଅନ୍ତର୍ଗତ ଦଣ୍ଡାଘାଟି ଗାଁର ବୀରବର ପଣ୍ଡାଙ୍କ ପୁଅ ଚକ୍ରଧର ପଣ୍ଡାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଶାଶୁଘର ଲୋକେ ଝିଅକୁ ନିର୍ଯାତନା ଦେଉଥିବା ବେଳେ ଆପୋଷ ବୁଝାମଣାରେ ତାହାର ସମାଧାନ ହୋଇଥିଲା।

୨୦୧୪ ମସିହା ଫେବୃଆରୀ ୩ ତାରିଖରେ ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କ ସ୍ୱାମୀ ଚକ୍ରଧର, ଦିଅର ଅମୀ, ଶାଶୁ ତନୁଲତା ଓ ଶ୍ୱଶୁର ବୀରବର କିରୋସିନି ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।  ଲକ୍ଷ୍ମୀପ୍ରିୟାଙ୍କୁ ଗାଁ ଲୋକେ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ସମୟରେ କଟକ ACP ଏକ୍ସକ୍ୟୁଟିଭ୍ ମାଜିଷ୍ଟ୍ରେଟ୍‌ ହିସାବରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀ ରେକର୍ଡ କରିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। 

Advertisment

ଘଟଣାକୁ ନେଇ ଲକ୍ଷ୍ମୀପ୍ରିୟାଙ୍କ ମା’ କମଳା ପଣ୍ଡା ଜେନାପୁର ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ମାମଲା ରୁଜୁ କରି ସ୍ୱାମୀ, ଦିଅର, ଶାଶୁ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଗତକାଲି ୧୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲ୍ଲା ଦୌରାଜଜ୍‌ ସମସ୍ତଙ୍କୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇଛନ୍ତି।

Advertisment
Life Imprisonment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ