Advertisment

3 Arrested: କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ୩ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ବରଗଡ଼ କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତକୁ ଫେରାର କରିବାରେ ଓ ପ୍ରମାଣ ନଷ୍ଟ କରିବାରେ ଏମାନେ ସହଯୋଗ କରିଥିଲେ।

ଅଦ୍ୟତନ ହୋଇଛି
kurla

kurla

Advertisment

ବରଗଡ଼ କୁର୍ଲା ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତକୁ ଫେରାର କରିବାରେ ଓ ପ୍ରମାଣ ନଷ୍ଟ କରିବାରେ ଏମାନେ ସହଯୋଗ କରିଥିଲେ। ସୋମବାର ୩ ଜଣଙ୍କୁ ଗିରଫ କରିବା ସହ ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଉଛନ୍ତି ସର୍ଜନ ଡନସେନା, ପ୍ରହଲ୍ଲାଦ ଦାସ ଓ ଜୟକୃଷ୍ଣ ଡନସେନା l ସର୍ଜନ ଓ ପ୍ରହଲ୍ଲାଦ ବିଜେପୁର ବ୍ଲକ ପୁଟକା ଗାଁର ହୋଇଥିବା ବେଳେ, ଜୟକୃଷ୍ଣ ପଦ୍ମପୁର ଉପଖଣ୍ଡ ଜଗଦଳପୁର ଡ଼ୁମାଭଟା ଗାଁର। ତେବେ ମୁଖ୍ୟ ଅଭିଯୁକ୍ତ ଏଯାଏ ଫେରାର ରହିଛି।

Advertisment

ଅଧିକ ପଢ଼ନ୍ତୁ: କୋଲକାତା ଆରଜି କର ମେଡିକାଲର ୧୦ ଡାକ୍ତର ବହିଷ୍କୃତ

ତେବେ ଯୁବତୀ ଓ ଏହି ୩ ଅଭିଯୁକ୍ତଙ୍କ ମଧ୍ୟରେ କଣ ସମ୍ପର୍କ ତାହା ଏଯାଏ ଜଣା ପଡିନାହିଁ। ସେହିପରି ୧୨ ତାରିଖ ରାତିରେ ଯୁବତୀଙ୍କ ଘରକୁ ଆସିଥିବା ଫୋନ କଲ ପଛରେ କିଏ ଥିଲେ ତାହା ମଧ୍ୟ ଜଣା ପଡିନାହିଁ। ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଗିରଫ କରିବା ପାଇଁ ପୋଲିସର ଅନୁସନ୍ଧାନ ଜାରି ରହିଛି।

୧୨ ତାରିଖରେ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିଲେ ଯୁବତୀ। ପରେ ୪୮ ଘଣ୍ଟା ପରେ ତାଙ୍କୁ କୁର୍ଲାର ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଯୁବତୀଙ୍କୁ ଚାରିଆଡେ ଖୋଜା ଖୋଜି କରାଯାଇଥିବର ବେଳେ କୁର୍ଲା ଜଙ୍ଗଲରୁ ତାଙ୍କୁ ଉଦ୍ଧାର କରଥିଲା ପରିବାର। ୧୨ ତାରିଖ ରାତିରେ ଜଣେ ଯୁବକ ଯୁବତୀଙ୍କ ଫୋନରୁ ତାଙ୍କ ଘରକୁ କଲ କରିଥିଲେ। ଯୁବତୀ ଜଣଙ୍କ ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡ଼ିଥିବା ପରିବାରକୁ କହିଥିଲେ।

Advertisment

ହସ୍ପିଟାଲରେ ଡାକ୍ତରୀ ମାଇନା କରାଯାଇଥିବା ବେଳେ ଯୁବତୀଙ୍କ ସହିତ ଦୁଷ୍କର୍ମ ହୋଇ ନଥିବା ଜଣାପଡିଥିଲା। ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି। ଯୁବତୀ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଯୁବତୀଙ୍କ ବୟାନ ରେକର୍ଡ ପାଇଁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ହସ୍ପିଟାଲରେ ପହଞ୍ଚି ବୟାନ ରେକର୍ଡ କରିଥିଲେ।

ଅଧିକ ପଢ଼ନ୍ତୁ: ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ