Advertisment

Sex Racket in Bhubaneswar: ଭୁବନେଶ୍ବରରେ ‘ବାଂଲା’ ସେକ୍ସ ରାକେଟ୍; ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର ସେକ୍ସ ରାକେଟରେ ବାଂଲା ସୁନ୍ଦରୀ। ଜଣେ କି ଦୁଇଜଣ ନୁହେଁ ୨୦ରୁ ଅଧିକ ବାଂଲାଦେଶୀ ଯୁବତୀ ଏବେ ଓଡ଼ିଶାରେ ସେକ୍ସ ରାକେଟରେ ସଂପୃକ୍ତି ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Bhubaneswar Sex Racket

Bhubaneswar Sex Racket

Advertisment

ଭୁବନେଶ୍ବର ସେକ୍ସ ରାକେଟରେ ବାଂଲା ସୁନ୍ଦରୀ। ଜଣେ କି ଦୁଇଜଣ ନୁହେଁ ୨୦ରୁ ଅଧିକ ବାଂଲାଦେଶୀ ଯୁବତୀ ଏବେ ଓଡ଼ିଶାରେ ସେକ୍ସ ରାକେଟରେ ସଂପୃକ୍ତି ଅଭିଯୋଗ ହୋଇଛି। କଟକର ମସାଜ୍ ପାର୍ଲରରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ପରେ ଏବେ ଏହାର ଚେର ଭୁବନେଶ୍ବର, କଟକରୁ ଚାରିଆଡ଼େ ଲମ୍ବିଛି। ବାଂଲାଦେଶରୁ ଗଳାବାଟରେ ଭାୟା ପଶ୍ଚିମବଙ୍ଗ ଦେଇ ଏମାନଙ୍କୁ ଅଣାଯାଉଥିବା ଅଭିଯୋଗ ହୋଇଛି। ତେବେ ଯୁବତୀଙ୍କ ଅଭିଯୋଗ ଆଧାରରେ କଟକ ସଦର ଥାନା ଅଞ୍ଚଳର ଦମ୍ପତିଙ୍କୁ ଉଠାଇ ନେଇଛି ମଧୁପାଟଣା ପୋଲିସ।

Advertisment

ବାଂଲାଦେଶରୁ କଟକକୁ ଯୁବତୀ ଚାଲାଣ ଅଭିଯୋଗ ହୋଇଛି। ଚାକିରୀ ଦେବା ନାଁରେ ଜଣେ ଯୁବତୀଙ୍କୁ ଆଣି ମସାଜ ପାର୍ଲର ଓ ବେଆଇନ କାରବାରରେ ଲଗାଉଥିବା ସାଂଘାତିକ ଅଭିଯୋଗ କରିଛନ୍ତି ଯୁବତୀ। କଟକ ଲିଙ୍କ ରୋଡ ନିକଟରୁ ମଧୁପାଟଣା ଥାନା ପୋଲିସ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିବା ପରେ ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅକ୍ଟୋବର ମାସରେ ସେ ଚାକିରି ଖୋଜୁଥିବା ସମୟରେ ଜଣେ ବାଂଲାଦେଶୀଙ୍କ ସହ ଫେସବୁକରେ ବନ୍ଧୁତା ହୋଇଥିଲା । ସଂପୃକ୍ତ ବ୍ୟକ୍ତି ଚାକିରିର ଲୋଭ ଦେଖାଇ ତାଙ୍କୁ ପ୍ରଥମେ କୋଲକାତା ପରେ ଭୁବନେଶ୍ବର ଓ କଟକରେ ଆଣି ରଖିଥିଲେ । ଭୁବନେଶ୍ବରର ଏକ ମସାଜ ପାର୍ଲରରେ ଯୁବତୀଜଣଙ୍କ କିଛି ଦିନ କାମ କରିବା ପରେ ତାକୁ ମାଲିକ ଦରମା ଦେଇନଥିଲେ ।

Advertisment

କଟକ ଲିଙ୍କ ରୋଡ ନିକଟରୁ ମଧୁପାଟଣା ପୋଲିସ ତାକୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଛି। ସିଡବ୍ଲୁସିର ସୂଚନା ଅନୁସାରେ ଉଦ୍ଧାର ଯୁବତୀ ପ୍ରକୃତରେ ବାଂଲାଦେଶୀ ନା ନାହିଁ ତାହା ଜଣାପଡ଼ିନି । ତାଙ୍କ ପାଖରେ କୌଣସି ପରିଚୟପତ୍ର ନାହିଁ। ପ୍ରକୃତ ପରିଚୟ ଜାଣିବାକୁ ବାଂଲାଦେଶ ଦୂତାବାସ ସହ ଯୋଗାଯୋଗ କରାଯାଇଛି । ନାବାଳିକାଙ୍କ ଅଭିଯୋଗ ବାବଦରେ ପୋଲିସକୁ ମଧ୍ୟ ଅବଗତ କରାଯାଇଥିବା ସିଡବ୍ଲୁସି ସୂଚନା ଦେଇଛି ।

ଅଧିକ ପଢ଼ନ୍ତୁ: Subhadra Yojana: ଖାତାକୁ ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

Advertisment

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଏବେ ତନାଘନା କରୁଛି ପୋଲିସ୍। ଗତ କିଛି ବର୍ଷ ତଳେ ଭୁବନେଶ୍ବରରୁ ବି ଧରାପଡ଼ିଥିଲେ ବାଂଲା ଯୁବତୀ । ଏବେ ପୁଣି ଏହି ରାକେଟ୍ ବ୍ୟାପିଥିବା ବେଳେ ଏହା ପଛରେ କିଏ ତାକୁ ନେଇ ଅନେକ ସନ୍ଦେହ ଓ ପ୍ରଶ୍ନ ଛିଡ଼ା ହୋଇଛି। ଗତ କିଛି ଦିନ ତଳେ କଟକରୁ ଜଣେ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୋଲିସ୍। ତାଙ୍କୁ ଚାକିରୀ କରାଇ ଦେବାକୁ କହି ବାଂଲାଦେଶରୁ ଓଡ଼ିଶାକୁ ଅଣାଯାଇଥିଲା। ତେବେ ଚାକିରୀ ନୁହେଁ ବରଂ ତାଙ୍କ ସହ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ରହିଛି।

Sex Racket Sex Racket Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ