Advertisment

Gang Rape in Uttar Pradesh: ପୀଡ଼ିତାଙ୍କ ମୁହଁରେ ସେଇ କାଳରାତିର କଳା କାହାଣୀ, ଶୁଣିଲେ ଛାତି ଥରିଉଠିବ

ଏପ୍ରିଲ ୩ ତାରିଖରେ ଦାନିଶ ତାଙ୍କୁ ତାଙ୍କ ବନ୍ଧୁଙ୍କ ରୁମକୁ ନେଇଯାଇଥିଲେ। ସେଠାରେ ସୋହେଲ, ସୋଏବ ଏବଂ ଅନ୍ୟ କିଛି ଯୁବକ ସେହି ଯୁବତୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ। ପରେ ସେମାନେ ସମସ୍ତେ ଚୌକାଘାଟ ନିକଟରେ ପୀଡ଼ିତା ଯୁବତୀଙ୍କୁ ନିଶାସକ୍ତ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ। ପରଦିନ ଏପ୍ରିଲ ୪ ତାରିଖରେ ପୀଡ଼ିତା ଘରକୁ ଆସି ଘଟଣା ବିଷୟରେ କହିଥିଲେ। ଏହା ପରେ ପରିବାର ଲୋକେ ପୁଲିସ ନିକଟରେ ଚାଞ୍ଚଲ୍ୟକର ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
କାଳରାତିର କାହାଣୀ

କାଳରାତିର କାହାଣୀ

Advertisment

ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ୨୩ ଜଣ ଗଣଦୁଷ୍କର୍ମ କରିଛନ୍ତି। ନିଶା ଖୁଆଇ ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମ କରିବା ଘଟଣା ଘଟିଛି ଉତ୍ତରପ୍ରଦେଶରେ। ବାରଣାସୀର ଲାଲପୁର ପାଣ୍ଡେପୁର ଅଞ୍ଚଳରେ ଏଭଳି ଆଲୋଡ଼ନ ସୃଷ୍ଟିକାରୀ ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ଛଅ ଜଣଙ୍କୁ ଗିରଫ କରିଛି। ମାମଲାରେ ପୀଡ଼ିତାଙ୍କ ବାପା ଏବଂ ମାଙ୍କ ଦୁଇଟି ପୃଥକ ଅଭିଯୋଗ ଆଧାରରେ ୨୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରେ ୧୨ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ହୋଇଥିବା ବେଳେ ଅନ୍ୟମାନେ ଅଜ୍ଞାତ ଅଛନ୍ତି।

Advertisment

ହୋଟେଲରୁ ହୁକା ବାର 

ପୀଡିତାଙ୍କ ପରିବାର ଏପ୍ରିଲ ୬ ତାରିଖରେ ଗଣଦୁଷ୍କର୍ମ ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲେ। ମାର୍ଚ୍ଚ ୨୯ରୁ ଏପ୍ରିଲ ୪ ମଧ୍ୟରେ ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ଅନେକ ହୋଟେଲ ଏବଂ ହୁକା ବାରକୁ ନେଇ ଯାଇଥିଲେ। ଏବଂ ସେଠାରେ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ଏହି ମାମଲାରେ ପୁଲିସ ୧୨ ଜଣଙ୍କ ବିରୋଧରେ ଏବଂ ୧୧ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ ଏପର୍ଯ୍ୟନ୍ତ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଫେରାର ହୋଇଯାଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ବାନ୍ଧିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ପୀଡ଼ିତାଙ୍କ ବାପା ରବିବାର ଏହି ମାମଲାରେ ଏକ ଅଭିଯୋଗ ଦାଖଲ କରିଥିଲେ। ଏହାରି ଆଧାରରେ ପୁଲିସ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ଏହି ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ଫେରିବା ରାସ୍ତାରେ କୁଆଁରୀ ଝିଅର ସ୍ବପ୍ନ ଭାଙ୍ଗିଗଲା

ପୀଡ଼ିତାଙ୍କ ମା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ହୃଦୟବିଦାରକ। ପୀଡିତା ମାର୍ଚ୍ଚ ୨୯ରେ କିଛି ଯୁବକଙ୍କ ସହିତ କୌଣସି ସ୍ଥାନକୁ ଯାଇଥିଲେ। ପୀଡିତା ଘରକୁ ନ ଫେରିବାରୁ ତାଙ୍କ ପରିବାର ଲୋକେ ୪ ଏପ୍ରିଲରେ ନିଖୋଜ ଅଭିଯୋଗ କରିଥିଲେ। ଏହି ଘଟଣାର ଖୋଳତାଡ଼ ସମୟରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ସେଦିନ ଝିଅ ଘରକୁ ଫେରିବା ରାସ୍ତାରେ ରାଜ ବିଶ୍ୱକର୍ମା ନାମକ ଜଣେ ପୁଅକୁ ଭେଟିଥିଲେ। ସେ ତାଙ୍କୁ ଲଙ୍କାରେ ଥିବା ତାଙ୍କ କାଫେକୁ ନେଇଯାଇଥିଲେ। ସେଠାରେ ରାଜ ଏବଂ ତାଙ୍କର ଅନ୍ୟ ଜଣେ ବନ୍ଧୁ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପରଦିନ ତାଙ୍କ ଝିଅ ସମୀର ନାମକ ଜଣେ ପୁଅକୁ ଭେଟିଲା। ସେ ତାଙ୍କ ଜଣେ ବନ୍ଧୁଙ୍କ ସହ ବାଇକରେ ଯାଉଥିଲା। ସମୀର ଯୁବତୀଙ୍କୁ ତାଙ୍କ ବାଇକରେ ଏକ ରାଜପଥକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଗଣଦୁଷ୍କର୍ମ କରିବା ପରେ ନାଦେସରରେ ଛାଡି ଫେରାର ହୋଇଯାଇଥିଲେ।

Advertisment

ନିଶା ଖୁଆଇ ଗଣଦୁଷ୍କର୍ମ

ମାର୍ଚ୍ଚ ୩୧ ତାରିଖରେ ଆୟୁଷ ନାମକ ଜଣେ ଯୁବକ ତା’ର ପାଞ୍ଚ ଜଣ ବନ୍ଧୁ ସୋହେଲ, ଦାନିଶ, ଅନମୋଲ, ସାଜିଦ ଏବଂ ଜାହିରଙ୍କ ସହିତ ମିଶି ଯୁବତୀଙ୍କୁ ସିଗ୍ରାର ସ୍ଥିତ କଣ୍ଟିନେଣ୍ଟାଲ କାଫେକୁ ନେଇଯାଇଥିଲେ। ସେଠାରେ ଯୁବତୀଙ୍କୁ ନିଶା ଦେବା ପରେ ସେମାନେ ତାଙ୍କୁ ଜଣ ଜଣ କରି ଗଣଦୁଷ୍କର୍ମ କରିଥିଲେ। ପରଦିନ ଏପ୍ରିଲ ୧ ତାରିଖରେ ସାଜିଦ ନାମକ ଜଣେ ଯୁବକ ତାର ଜଣେ ବନ୍ଧୁ ସହିତ ଯୁବତୀଙ୍କୁ ଏକ ହୋଟେଲକୁ ନେଇଗଲା। ସେଠାରେ ଆଉ ଦୁଇ-ତିନି ବ୍ୟକ୍ତି ଉପସ୍ଥିତ ଥିଲେ। ସେଠାରେ ଜଣେ ବ୍ୟକ୍ତି ତାଙ୍କ ସହିତ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏପ୍ରିଲ ୨ ତାରିଖରେ ରାଜ ଖାନ ନାମକ ଜଣେ ପୁଅ ତାଙ୍କୁ ତାଙ୍କ ହୁକୁଲଗଞ୍ଜ ଘରର ଛାତକୁ ନେଇଯାଇଥିଲା। ସେଠାରେ ନିଶା ଖୁଆଇ ତାଙ୍କ ସହିତ ଖରାପ ବ୍ୟବହାର କରିବାକୁ ଚେଷ୍ଟା କରିଥିଲା। ଯେତେବେଳେ ଯୁବତୀ ପାଟିତୁଣ୍ଡ କରିଥିଲେ ଯୁବକମାନେ ତାଙ୍କୁ ନିଶାସକ୍ତ ଅବସ୍ଥାରେ ଅସି ଘାଟକୁ ନେଇଗଲେ। ସେଠାରେ ଛାଡି ଫେରାର ହୋଇଯାଇଥିଲେ।

୬ ଦିନ ପରେ ଘରକୁ ଫେରିଲେ ପୀଡ଼ିତା

ଏପ୍ରିଲ ୩ ତାରିଖରେ ଦାନିଶ ତାଙ୍କୁ ତାଙ୍କ ବନ୍ଧୁଙ୍କ ରୁମକୁ ନେଇଯାଇଥିଲେ। ସେଠାରେ ସୋହେଲ, ସୋଏବ ଏବଂ ଅନ୍ୟ କିଛି ଯୁବକ ସେହି ଯୁବତୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ। ପରେ ସେମାନେ ସମସ୍ତେ ଚୌକାଘାଟ ନିକଟରେ ପୀଡ଼ିତା ଯୁବତୀଙ୍କୁ ନିଶାସକ୍ତ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ। ପରଦିନ ଏପ୍ରିଲ ୪ ତାରିଖରେ ପୀଡ଼ିତା ଘରକୁ ଆସି ଘଟଣା ବିଷୟରେ କହିଥିଲେ। ଏହା ପରେ ପରିବାର ଲୋକେ ପୁଲିସ ନିକଟରେ ଚାଞ୍ଚଲ୍ୟକର ଅଭିଯୋଗ କରିଥିଲେ।

Advertisment
Uttar Pradesh Gang Rape Case Accused Arrested
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ