Advertisment

ଚଇତି ପରବ ବେଳେ ଗଡ଼ିଲା ମୁଣ୍ଡ, ସାମାନ୍ୟ ବଚସାକୁ ନେଇ ଡବଲ୍‌ ମର୍ଡର

ଚଇତି ପରବ ପାଳନ ବେଳେ ଗଡ଼ିଲା ମୁଣ୍ଡ। ସାମାନ୍ୟ ବଚସାକୁ ନେଇ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Double Murder In Koraput

Double Murder In Koraput

Advertisment

ଚଇତି ପରବ ପାଳନ ବେଳେ ଗଡ଼ିଲା ମୁଣ୍ଡ। ସାମାନ୍ୟ ବଚସାକୁ ନେଇ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୋରାପୁଟ୍ ଜିଲ୍ଲା ଦାମନଯୋଡ଼ି ଥାନା ଅନ୍ତର୍ଗତ ସିନ୍ଧିପାର ଗାଁରେ ଏହି ଜଘନ୍ୟକାଣ୍ଡ ଘଟିଛି। 

Advertisment

ସୂଚନା ଅନୁସାରେ, ପଶୁ ଶିକାର ପରେ ନାଚ ଗୀତ ଦେଖିବାକୁ ସିନ୍ଧିପାର ଓ ଝଡ଼ିଗୁଡା ଗାଁର କିଛି ଯୁବକ ଆସିଥିଲେ। ଚଇତି ପରବ ବେଣ୍ଟ ପଡ଼ିବା ପରେ ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଝଡିଗୁଡ଼ା ଓ ସିନ୍ଧିପାର ଯୁବକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଝଡ଼ିଗୁଡ଼ାର କିଛି ଯୁବକ ବର୍ଚ୍ଛା ଭଳି ଧାରୂଆ ଅସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ। ଏଥିରେ ସିନ୍ଧିପାର ଗାଁର ପୂର୍ଣ୍ଣ ନାୟକ ଓ ଦେବେନ୍ଦ୍ର ଦାମିଙ୍କ ମୃତ୍ୟୁ ଘଟି ଥିବାବେଳେ ସୋମନାଥ ଦାମିଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଅନ୍ୟ ଜଣେ ଆହତଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। 

Advertisment

ଏହି ଘଟଣାପରେ ଦାମନଯୋଡ଼ି ଥାନା ଅଧିକାରୀଙ୍କ ନେତୃତ୍ୱରେ ୨ ପ୍ଲାଟୁନ ପୋଲିସ ଫୋର୍ସ ସିନ୍ଧିପାର ଗାଁରେ ମୁତୟନ ହୋଇଛନ୍ତି। ଘଟଣାସ୍ଥଳରେ ଦାମନଯୋଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ଲୋକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।  ପୋଲିସ ଘଟଣାର ତଦନ୍ତ କରୁଛି। 

Double Murder Chaitra Parba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ