Advertisment

DeadBody: ସାଙ୍ଗ ହୋଇ ଶୋଇଥିଲେ ଦୁଇ ସାଙ୍ଗ; ସକାଳୁ ମିଳିଲା ଏମିତି ଖବର

ଦେବାଶିଷ ଓ ଜ୍ଞାନ ରଞ୍ଜନ ‘ମୋ ପିଠା’ ନାମକ ସଂସ୍ଥାରେ କାମ କରୁଥିଲେ। ଭୁବନେଶ୍ୱର ସ୍ଥିତ ଖାରବେଳନଗର ଥାନା ପଞ୍ଜାବୀ କଲୋନୀରେ ଘର ଭଡ଼ା ନେଇ ରହୁଥିଲେ।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ସବୁ ଠିକ୍ ଠାକ୍ ଥିଲା। ପ୍ରତିଦିନ ପରି ଅଫିସରୁ ଫେରିଥିଲେ ଦୁଇ ସାଙ୍ଗ। ରୋଷେଇବାସ କରି ଖାଇପିଇ ଘରେ ଶୋଇଥିଲେ। ହେଲେ ସକାଳୁ ବନ୍ଦ ଘରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଯୁବକ ଦୁଇଜଣ ହେଲେ ଜଗତସିଂହପୁରର ଦେବାଶିଷ ସାହୁ ଓ ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ାର ଜ୍ଞାନ ରଞ୍ଜନ ବେହେରା।

Advertisment

ଦେବାଶିଷ ଓ ଜ୍ଞାନ ରଞ୍ଜନ ‘ମୋ ପିଠା’ ନାମକ ସଂସ୍ଥାରେ କାମ କରୁଥିଲେ। ଭୁବନେଶ୍ୱର ସ୍ଥିତ ଖାରବେଳନଗର ଥାନା ପଞ୍ଜାବୀ କଲୋନୀରେ ଘର ଭଡ଼ା ନେଇ ରହୁଥିଲେ। ସବୁଦିନ ପରି ଗତକାଲି ଦୁହେଁ ସାଙ୍ଗ ହୋଇ ଅଫିସ ଯାଇଥିଲେ। କାମ ସରିବା ପରେ ରାତିରେ ଅଫିସରୁ ଘରକୁ ଫେରିଥିଲେ। ରହୁଥିବା ଭଡ଼ା ଘରେ ରୋଷେଇ ବାସ କରି ଖାଇ ପିଇ ଘରେ ଶୋଇଥିଲେ। ଆଜି ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଦୁହେଁ ଘର କବାଟ ଖୋଲି ନଥିଲେ।

କବାଟ ନ ଖୋଲିବାରୁ ଘର ମାଲିକର ସନ୍ଦେହ ହୋଇଥିଲା। ପରେ ଘର ମାଲିକ ସେମାନଙ୍କ କବାଟ ବାଡ଼େଇଥିଲେ, ହେଲେ ସେମାନେ କବାଟ ଖୋଲିନଥିଲେ। ପରେ ଘର ମାଲିକ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି କବାଟ ତାଡ଼ି ଯୁବକ ଦ୍ୱୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ଉଭୟ ଯୁବକଙ୍କ ପାଟିରୁ ଫେଣ ବାହାରୁଥିଲା। 

Advertisment

ତେବେ ଯୁବକ ଦ୍ୱୟଙ୍କର କିପରି ମୃତ୍ୟୁ ଘଟିଲା , ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ : ଜବରଦଖଲ ଜମି ହାତକୁ ନେଲା ଶ୍ରୀମନ୍ଦିର ପ୍ରଶାସନ, ଲାଗିଲା ସୂଚନା ଫଳକ

Advertisment
Bhubaneswar Deadbodies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ