Advertisment

ସାବଧାନ ! କୋରିୟର୍‌ରେ ଚାଲାଣ ହେଉଛି ଗଞ୍ଜେଇ

ଆମ୍ବୁଲାନ୍ସ, ଟ୍ରକ୍, ବାଇକ୍‌ରେ ଗଞ୍ଜେଇ ଚାଲାଣ ପରେ ଏବେ ସ୍ମଗଲର ନୂଆ ତରିକା ଆପଣାଇଛନ୍ତି। କୋରିୟର୍‌ରେ ଚାଲାଣ ହେଉଛି ହଜାର ହଜାର ଟଙ୍କାର ଗଞ୍ଜେଇ। ଭଲ ଭାବେ ପ୍ୟାକିଂ କରାଯାଇ ଏହାକୁ ଠିକଣା ଜାଗାରେ ପହଞ୍ଚା ଯାଉଛିା ଏଭଳି କିଛି ଗଞ୍ଜେଇ ପ୍ୟାକିଂ ହୋଇଥିବା କୋରିୟରକୁ ଧରିଛି ପୋଲିସ୍। ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ କମିଶନରେଟ୍ ପୋଲିସ୍ ହାତରେ ଏହା ଲାଗିଛି

Smuggling Ganja By Courier Service

Smuggling Ganja By Courier Service

Advertisment

ଭୁବନେଶ୍ୱର: ଆମ୍ବୁଲାନ୍ସ, ଟ୍ରକ୍, ବାଇକ୍‌ରେ ଗଞ୍ଜେଇ ଚାଲାଣ ପରେ ଏବେ ସ୍ମଗଲର ନୂଆ ତରିକା ଆପଣାଇଛନ୍ତି। କୋରିୟର୍‌ରେ ଚାଲାଣ ହେଉଛି ହଜାର ହଜାର ଟଙ୍କାର ଗଞ୍ଜେଇ। ଭଲ ଭାବେ ପ୍ୟାକିଂ କରାଯାଇ ଏହାକୁ ଠିକଣା ଜାଗାରେ ପହଞ୍ଚା ଯାଉଛିା ଏଭଳି କିଛି ଗଞ୍ଜେଇ ପ୍ୟାକିଂ ହୋଇଥିବା କୋରିୟରକୁ ଧରିଛି ପୋଲିସ୍। ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ କମିଶନରେଟ୍ ପୋଲିସ୍ ହାତରେ ଏହା ଲାଗିଛି । ଦିଲ୍ଲୀର ଦୁଇ ଜଣ ଯୁବକଙ୍କୁ ଏନେଇ ଗିରଫ ମଧ୍ୟ କରାଯାଇଛି । ୩ ଲକ୍ଷ ଟଙ୍କାର ପ୍ରାୟ ୪୫ କେଜିରୁ ଅଧିକ ଗଞ୍ଜେଇକୁ ତିନିଟି ବଡ଼ ବକ୍ସରେ ପ୍ୟାକିଂ କରାଯାଇଥିଲା। କାହାକୁ ଯେପରି ସନ୍ଦେହ ହେବନି ସେ ନେଇ ବକ୍ସରେ କିଛି କପଡ଼ା ବି ରଖାଯାଇଛି। ସେଥିରେ ଗଞ୍ଜେଇକୁ ଲୁଚାଇ ପଠାଉଥିଲେ ଚାଲାଣକାରୀ । ରାସ୍ତାରେ ଗଞ୍ଜେଇ ଚାଲାଣ ବେଳେ ପୋଲିସ୍ ଓ ଅବକାରୀ ବିଭାଗର ଭୟ ରହିଛି। ତେଣୁ ଏହାକୁ ବର୍ତ୍ତିବା ପାଇଁ ଏପରି ଅଭିନବ ଉପାୟ ଆପଣାଇଛନ୍ତି ଗଞ୍ଜେଇ ଚାଲାଣକାରୀ।

Advertisment

ଏହା ପୂର୍ବରୁ ଗଞ୍ଜେଇ ମାଫିଆଙ୍କୁ କିନ୍ନର ସାହାରା କଥା ସାମ୍ନାକୁ ଆସିଥିଲା । କିନ୍ନରଙ୍କ ସାହାରା ନେଇ ଗଞ୍ଜେଇ ବ୍ୟବସାୟୀ ବେପାର କରୁଛନ୍ତି। ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଏବେ କିନ୍ନରଙ୍କୁ ମୋହରା କରିଥିଲେ । ତେବେ ଏହା ପଛର କାରଣ ମଧ୍ୟ ସେହି କରୋନା ମହାମାରୀ ବୋଲି ଜଣାପଡ଼ିଥିଲା । କରୋନା ଲୋକଙ୍କର ଅନେକ କିଛି କ୍ଷତି କରିଛି । କିଏ ରୋଜଗାର ହରାଇଛି ତ କିଏ ଆତ୍ମୀୟ ସ୍ୱଜନଙ୍କୁ ହରାଇଛି । ତେବେ କରୋନା ପାଇଁ ବିବାହ ବ୍ରତ ଆଦିରେ ଗହଳି କରିବାକୁ ମନା କରାଯାଇଛି । ବିବାହରେ ପ୍ରସେସନ ଓ ବରଯାତ୍ରୀ ବ୍ୟାଣ୍ଡପାର୍ଟି ଆଦିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯାହାଫଳରେ ଏହି ବ୍ୟାଣ୍ଡପାର୍ଟି ବରଯାତ୍ରୀ ଆଦିରୁ ରୋଜଗାର ପାଉଥିବା ଅନେକ ପରିବାର ଏବେ ଭୋକ ଉପାସରେ । ତେଣୁ ସେମାନେ ଏବେ ନିଜ ପେଟ ପୋଷିବା ପାଇଁ ଏବେ ଆପଣାଇଲେଣି ଅପରାଧର ରାସ୍ତା । ଆରମ୍ଭ କରି ଦେଲେଣି ବେଆଇନ କାମ ।

Advertisment

ଗତ ଜୁଲାଇ ୫ ତାରିଖରେ ଭୁବନେଶ୍ୱରରୁ ସୁରତ ଗଂଜେଇ ଚାଲାଣ ବେଳେ ରେଳ ଷ୍ଟେସନରୁ ଧରାପଡ଼ିଥିଲେ ଦୁଇଜଣ କିନ୍ନର । ଫୋଲିସ ଅଭିଯୁକ୍ତ କିନ୍ନରଙ୍କୁ ଗିରଫ ମଧ୍ୟ କରିଥିଲା । ଗିରଫ ଅଭିଯୁକ୍ତଙ୍କଠାରୁ ୧୬ କେଜି ଗଂଜେଇ ଜବତ ହୋଇଥିଲା। କିନ୍ତୁ ଏବେ କିନ୍ନରଙ୍କ ପରେ ଏବେ କୋରିଅର୍‌ରେ ଗଞ୍ଜେଇ ଚାଲାଣ ପୋଲିସ ଲାଗି ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Odisha Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ