2 dead in group clash between two families over past enmity in Ganjam
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଙ୍କଳବାଡି ଗାଁରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ୪ ଜଣଙ୍କୁ ଅଟକ ରଖାଯାଇଛି। ଗତକାଲି ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା।ଗୋଷ୍ଠୀ ସଂଘର୍ଷ ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମିଥୁନ ଭୂୟାଁ ଓ ତାଙ୍କ ଶଳା ଲିପୁ ସ୍ୱାଇଁ।
ଗଣ୍ଡଗୋଳରେ ଅପର ପକ୍ଷର ୨ ଜଣ ଆହତ ହୋଇ ଏବେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବ ଶତ୍ରୁତା ଓ ରାଜନୈତିକ କଳହ ଏହି ଗୋଷ୍ଠୀ ସଂଘର୍ଷର ମୁଖ୍ୟ କାରଣ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ମିଥୁନ ଓ ଲିପୁ ବାଇକ୍ରେ ଘରକୁ ଫେରୁଥିବା ବେଳେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା। ୭ରୁ ୮ଜଣ ଯୁବକ ଆସି ଖଣ୍ଡାରେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ।
ମିଥୁନ ଓ ଲିପୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କବିସୂର୍ଯ୍ୟନଗର ଓ ପରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ, ଅଟକ ୪ ଜଣଙ୍କ ନିକଟରୁ ଗୋଟିଏ ମାଉଜର, ୨ଟି ମାଗାଜିନ, ୭ଟି ଗୁଳି ଓ ଖୋକା ଜବତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1693892017.jpg)