Advertisment

ଅସହ୍ୟ ହେଲା ଶିକ୍ଷକଙ୍କ ଅପମାନ...ଜୀବନ ହାରିଲେ ଦୁଇ ଦଳିତ ନାବାଳିକା

ଉଭୟ ଦଳିତ ବର୍ଗର ହୋଇଥିବାରୁ ସବୁବେଳେ ଆକ୍ରୋଶର ଶିକାର ହେଉଥିଲେ। ଜୁନିଅରମାନେ ଉଭୟଙ୍କ ନାଁରେ ମିଛ ଅଭିଯୋଗ ଆଣିଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି।

ଅଦ୍ୟତନ ହୋଇଛି
2 Dalit girls die by suicide

2 Dalit girls die by suicide

Advertisment

ହାଇଦ୍ରାବାଦର ଏକ ହଷ୍ଟେଲରୁ ଦୁଇ ଦଳିତ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଶିକ୍ଷକଙ୍କ ଅପମାନ ସହି ନପାରି ଦୁଇ ଦଳିତ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜୁନିଅର ଛାତ୍ରୀଙ୍କ ଅଭିଯୋଗ ପରେ ଶିକ୍ଷକ ଉଭୟଙ୍କୁ ପ୍ରବଳ ଗାଲିଗୁଳିଜ କରିଥିଲେ। ଯାହାକୁ ନେଇ ଉଭୟ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି।

Advertisment

ଫେବୃଆରୀ ୩ରେ ଘଟିଥିଲା ଏହି ଘଟଣା। ଉଭୟ ଛାତ୍ରୀ ଦଶମ ଶ୍ରେଣୀରେ ପଢୁଥିଲେ। ସେମାନେ ଅନୁସୂଚିତ ଜାତିଙ୍କ ପାଇଁ ଥିବା ସରକାରୀ ହଷ୍ଟେଲରେ ରହୁଥିଲେ। ଉଭୟ ଦଳିତ ବର୍ଗର ହୋଇଥିବାରୁ ସବୁବେଳେ ଆକ୍ରୋଶର ଶିକାର ହେଉଥିଲେ। ଜୁନିଅରମାନେ ଉଭୟଙ୍କ ନାଁରେ ମିଛ ଅଭିଯୋଗ ଆଣିଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି।

ନୋଟରେ ଉଲ୍ଲେଖ ଅଛି, ‘ଆମକୁ କେହି ବିଶ୍ୱାସ କରନ୍ତି ନାହିଁ। ଆମେ ଯାହା କରିନୁ ସେଥିପାଇଁ ଆମକୁ ଦୋଷୀ କରାଯାଇଛି। ଏହାର ମୁକାବିଲା କରିବା ପାଇଁ ଆମେ ଦୁହେଁ ଅସମର୍ଥ। ଏଥିପାଇଁ ଦୁହେଁ ଏହି ଚରମ ନିଷ୍ପତ୍ତି ନେଉଛୁ, ଆମ ଦୁହିଁଙ୍କ ମୃତଦେହକୁ ଏକାଠି ସତ୍କାର କରିବ’। ସୁଇସାଇଡ ନୋଟରେ ଉଲ୍ଲେଖ ଅଛି ଯେ କେବଳ ହଷ୍ଟେଲ ୱାର୍ଡେନ ଶୈଳଜା ସେମାନଙ୍କୁ ବିଶ୍ୱାସ କରୁଥିଲେ। ସେମାନେ ନିର୍ଦ୍ଦୋଷ ବୋଲି କେବଳ ସେ ହିଁ ଜାଣିଥିଲେ।

Advertisment

ତେବେ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ନାରାୟଣ ରେଡ୍ଡୀ କହିଛନ୍ତି, ଦୁଇ ନାବାଳିକାଙ୍କ ବିରୋଧରେ ଜୁନିୟର ଶ୍ରେଣୀର ଛାତ୍ରୀମାନେ ଅଭିଯୋଗ କରିଥିଲେ। ମାତ୍ର ଏହା ଏତେ ବଡ଼ ଘଟଣା ନଥିଲା। ହଷ୍ଟେଲ ୱାର୍ଡେନ ସେମାନଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଏହି ଘଟଣା ପରେ ସେମାନେ ଚିନ୍ତାରେ ଥିଲେ। ତେବେ ୱାର୍ଡେନ ଏବଂ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

Girl Suicide School Hostels
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ